ହୀରାପଲ୍ଲୀ ଗାଁରେ ପୁଣି ବାଘର ଭୟ, ବଳଦକୁ ମାରି ଖାଇଗଲା ବାଘ
ଭଞ୍ଜନଗର ୧୯।୦୮ : ଗାଁରେ ବାଘ ଆତଙ୍କ । ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ବନାଞ୍ଚଳ ହୀରାପଲ୍ଲୀ ଗାଁରେ ପୁଣି ଥରେ ଦେଖାଦେଇଛି ବାଘ ଆତଙ୍କ । ଗାଁରେ ବାଘର ପାଦ ଚିହ୍ନ ଠାବ ହୋଇଥିବା ବେଳେ ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଗାଁର ଦେବରାଜ ନାୟକ ଗାଈ ଚରାଇବା ପାଇଁ ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ହଠାତ୍ ଗୋଟିଏ ବାଘ ବଳଦକୁ ମାରିଥିବାର ଦେଖିଥିଲେ । ବାଘକୁ ଦେଖି ଦେବରାଜ ଟିତ୍କାର କରିଥିଲେ । ଆଉ ପରେ ଗାଁକୁ ଫେରି ଗ୍ରାମବାସୀକୁ ଘଟଣା ସଂପର୍କରେ ସବିଶେଷ ତଥ୍ୟ ବିଷୟରେ କହିଥିଲେ । ସେପଟେ ବୁଡୁଗା ବନାଞ୍ଚଳ ଏବଂ ଓଡଗାଁ ବନାଞ୍ଚଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ବାଘର ପାଦ ଚିହ୍ନ ବୋଲି ସ୍ପଷ୍ଟ କରିଥିଲେ । ତେବେ ଏହା କେଉଁ ପ୍ରଜାତି ବାଘ ତାହା ଜଣାପଡିନାହିଁ । ସମୟ ସମୟରେ ଏହି ବାଘଟି କନ୍ଧମାଳ ଏବଂ ନୟାଗଡ଼ ଜଙ୍ଗଲରୁ ଚାଲି ଯାଉଥିବା ଅନୁମାନ କରୁଛି ବନବିଭାଗ ।
ଭଞ୍ଜନଗର ୧୯।୦୮ : ଗାଁରେ ବାଘ ଆତଙ୍କ । ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ବନାଞ୍ଚଳ ହୀରାପଲ୍ଲୀ ଗାଁରେ ପୁଣି ଥରେ ଦେଖାଦେଇଛି ବାଘ ଆତଙ୍କ । ଗାଁରେ ବାଘର ପାଦ ଚିହ୍ନ ଠାବ ହୋଇଥିବା ବେଳେ ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଗାଁର ଦେବରାଜ ନାୟକ ଗାଈ ଚରାଇବା ପାଇଁ ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ହଠାତ୍ ଗୋଟିଏ ବାଘ ବଳଦକୁ ମାରିଥିବାର ଦେଖିଥିଲେ । ବାଘକୁ ଦେଖି ଦେବରାଜ ଟିତ୍କାର କରିଥିଲେ । ଆଉ ପରେ ଗାଁକୁ ଫେରି ଗ୍ରାମବାସୀକୁ ଘଟଣା ସଂପର୍କରେ ସବିଶେଷ ତଥ୍ୟ ବିଷୟରେ କହିଥିଲେ । ସେପଟେ ବୁଡୁଗା ବନାଞ୍ଚଳ ଏବଂ ଓଡଗାଁ ବନାଞ୍ଚଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ବାଘର ପାଦ ଚିହ୍ନ ବୋଲି ସ୍ପଷ୍ଟ କରିଥିଲେ । ତେବେ ଏହା କେଉଁ ପ୍ରଜାତି ବାଘ ତାହା ଜଣାପଡିନାହିଁ । ସମୟ ସମୟରେ ଏହି ବାଘଟି କନ୍ଧମାଳ ଏବଂ ନୟାଗଡ଼ ଜଙ୍ଗଲରୁ ଚାଲି ଯାଉଥିବା ଅନୁମାନ କରୁଛି ବନବିଭାଗ ।