ହୁ ହୁ ହୋଇ ବଢୁଛି ସୁନା ଦର: ୯୪ ହଜାର ଟପିଲା

ନୂଆଦିଲ୍ଲୀ,୨ା୪(ପି.ଟି.):ସୁନା ଦର ମଙ୍ଗଳବାର ୨,୦୦୦ ଟଙ୍କା ବୃଦ୍ଧି ପାଇ ଦିଲ୍ଲୀରେ ୧୦ ଗ୍ରାମ ପ୍ରତି ମୂଲ୍ୟ ସର୍ବାଧିକ ୯୪,୧୫୦ ଟଙ୍କାରେ ପହଞ୍ଚତ୍ଛି। ଷ୍ଟକିଷ୍ଟ ଏବଂ ଜୁଏଲର୍ସ ଲଗାତର ଭାବେ ସୁନା କିଣୁଛନ୍ତି। ଅନ୍ତର୍ଜାତୀୟ ବଜାରରେ ସୁନା ଦର ଅଧିକ ରହିଛି। ଏଥିସହ ଶେୟାର ବଜାର ଖସୁଥିବାରୁ ବିକଳ୍ପ ନିବେଶ ଭାବେ ସୁନା ଚାହିଦା ବେଶ୍‌ ବଢ଼ିଛି। ଏହି କାରଣରୁ ସୁନା ଦର ବୃଦ୍ଧି ପାଉଥିବା ଅଲ୍‌ ଇଣ୍ଡିଆ ସରାଫ ଆସୋସିଏଶନ କହିଛି। ଗତ ଶୁକ୍ରବାର ୯୯.୯% ଶୁଦ୍ଧ […] The post ହୁ ହୁ ହୋଇ ବଢୁଛି ସୁନା ଦର: ୯୪ ହଜାର ଟପିଲା appeared first on Dharitri Odia News.

ହୁ ହୁ ହୋଇ ବଢୁଛି ସୁନା ଦର: ୯୪ ହଜାର ଟପିଲା

ନୂଆଦିଲ୍ଲୀ,୨ା୪(ପି.ଟି.):ସୁନା ଦର ମଙ୍ଗଳବାର ୨,୦୦୦ ଟଙ୍କା ବୃଦ୍ଧି ପାଇ ଦିଲ୍ଲୀରେ ୧୦ ଗ୍ରାମ ପ୍ରତି ମୂଲ୍ୟ ସର୍ବାଧିକ ୯୪,୧୫୦ ଟଙ୍କାରେ ପହଞ୍ଚତ୍ଛି। ଷ୍ଟକିଷ୍ଟ ଏବଂ ଜୁଏଲର୍ସ ଲଗାତର ଭାବେ ସୁନା କିଣୁଛନ୍ତି। ଅନ୍ତର୍ଜାତୀୟ ବଜାରରେ ସୁନା ଦର ଅଧିକ ରହିଛି। ଏଥିସହ ଶେୟାର ବଜାର ଖସୁଥିବାରୁ ବିକଳ୍ପ ନିବେଶ ଭାବେ ସୁନା ଚାହିଦା ବେଶ୍‌ ବଢ଼ିଛି। ଏହି କାରଣରୁ ସୁନା ଦର ବୃଦ୍ଧି ପାଉଥିବା ଅଲ୍‌ ଇଣ୍ଡିଆ ସରାଫ ଆସୋସିଏଶନ କହିଛି। ଗତ ଶୁକ୍ରବାର ୯୯.୯% ଶୁଦ୍ଧ ସୁନା ଦର ୧୦ ଗ୍ରାମ ପ୍ରତି ୯୨,୧୫୦ ଟଙ୍କା ରହିଥିଲା। ସେହିପରି ୯୯.୫% ଶୁଦ୍ଧ ସୁନା ଦର ଶୁକ୍ରବାର ୯୧,୭୦୦ ଟଙ୍କା ଥିବାବେଳେ ମଙ୍ଗଳବାର ୨,୦୦୦ ଟଙ୍କା ବଢ଼ି ୯୩,୭୦୦ ଟଙ୍କା ହୋଇଛି।

ଏହା ପୂର୍ବରୁ ଫେବୃଆରୀ ୧୦ରେ ଗୋଟିଏ ଦିନରେ ସୁନା ଦର ସର୍ବାଧିକ ୨,୪୦୦ ଟଙ୍କା ବଢ଼ିଥିଲା। ଚଳିତ ବର୍ଷ ଜାନୁଆରୀ ୧ରେ ସୁନା ଦର ୭୯,୩୯୦ ଟଙ୍କା ଥିବାବେଳେ ୩ ମାସ ମଧ୍ୟରେ ୧୪,୭୬୦ ଟଙ୍କା ଅର୍ଥାତ୍‌ ୧୮.୬% ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ରୁପା ଦର କିଲୋଗ୍ରାମ ପ୍ରତି ୫୦୦ ଟଙ୍କା ହ୍ରାସ ପାଇ ମଙ୍ଗଳବାର ୧,୦୨,୫୦୦ ଟଙ୍କା ହୋଇଛି। ଗତ ଶୁକ୍ରବାର ରୁପା ଦର ୧,୦୩,୦୦୦ ଟଙ୍କା ଥିଲା।

The post ହୁ ହୁ ହୋଇ ବଢୁଛି ସୁନା ଦର: ୯୪ ହଜାର ଟପିଲା appeared first on Dharitri Odia News.