ହୁକା ପାନ ସ୍ବାସ୍ଥ୍ୟପ୍ରତି କ୍ଷତିକାରକ, ନିଷିଦ୍ଧ ପାଇଁ ତେଲଙ୍ଗାନା ବିଧାନସଭାରେ ଗୃହିତ ହେଲା ବିଧେୟକ

ହାଇଦରାବାଦ: ତେଲଙ୍ଗାନା ସରକାର ରାଜ୍ୟରେ ହୁକା ପାର୍ଲରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି।  ଏ ସମ୍ପର୍କିତ ବିଧେୟକ ବିଧାନସଭାରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ବିଧେୟକକୁ ମନ୍ତ୍ରୀ ଡି ଶ୍ରୀଧର ବାବୁ ଗୃହରେ ଉପସ୍ଥାପନ କରିଥିଲେ। ହୁକା ପାନ ପ୍ରତି ଛାତ୍ର, ଯୁବକମାନେ ଅଧିକରୁ ଅଧିକ ମାତ୍ରାରେ ଆକୃଷ୍ଟ ହେଉଥିବାବେଳେ ସରକାର ଏହାକୁ ତୁରନ୍ତ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହୁକା ପାନ ସ୍ବାସ୍ଥ୍ୟପ୍ରତି କ୍ଷତିକାରକ। ଏପରିକି ଏହା ସିଗାରେଟ୍ ଠାରୁ ମଧ୍ୟ ଅଧିକ କ୍ଷତିକାରକ।