ହେଡଫୋନ ଲଗେଇ ଟ୍ରାକ୍‌ରେ ବସିଥିଲେ ଛାତ୍ର, ମାଡିଗଲା ଟ୍ରେନ୍‌

ଭୋପାଳ,୩୧।୧୦: ପୁଣି ମୋବାଇଲ ସାଜିଲା କାଳ। ଚାଲିଗଲା ଛାତ୍ରଙ୍କ ଜୀବନ । ହେଡଫୋନ ଦେଇ ଯୁବକଜଣକ ରେଲୱେ ଟ୍ରାକ୍‌ରେ ମୋବାଇଲ ଦେଖୁଥିବା ବେଳେ ମାଡିଗଲା ଟ୍ରେନ । ଏପରି ଏକ ଛାତିଥରା ଘଟଣା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଘଟିଛି। ମୃତକ ୨୦ ବର୍ଷୀୟ ମାନରାଜ ତୋମାର ବୋଲି ଜଣାଯାଇଛି। ସେ ଜଣେ ବିବିଏ ଛାତ୍ର। ସୂଚନା ଅନୁଯାୟୀ, ମାନରାଜ ନିଜ ସାଙ୍ଗ ସହ ଦାନାପାନି ଅଞ୍ଚଳରେ ଥିବା ରେଲୱେ ଟ୍ରାକ୍‌କୁ ଯାଇଥିଲେ। ସେଠାରେ ଦୁଇ ସାଙ୍ଗ ହେଡଫୋନ […] The post ହେଡଫୋନ ଲଗେଇ ଟ୍ରାକ୍‌ରେ ବସିଥିଲେ ଛାତ୍ର, ମାଡିଗଲା ଟ୍ରେନ୍‌ appeared first on Dharitri Odia News.

ହେଡଫୋନ ଲଗେଇ ଟ୍ରାକ୍‌ରେ ବସିଥିଲେ ଛାତ୍ର, ମାଡିଗଲା ଟ୍ରେନ୍‌

ଭୋପାଳ,୩୧।୧୦: ପୁଣି ମୋବାଇଲ ସାଜିଲା କାଳ। ଚାଲିଗଲା ଛାତ୍ରଙ୍କ ଜୀବନ । ହେଡଫୋନ ଦେଇ ଯୁବକଜଣକ ରେଲୱେ ଟ୍ରାକ୍‌ରେ ମୋବାଇଲ ଦେଖୁଥିବା ବେଳେ ମାଡିଗଲା ଟ୍ରେନ । ଏପରି ଏକ ଛାତିଥରା ଘଟଣା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଘଟିଛି।

ମୃତକ ୨୦ ବର୍ଷୀୟ ମାନରାଜ ତୋମାର ବୋଲି ଜଣାଯାଇଛି। ସେ ଜଣେ ବିବିଏ ଛାତ୍ର। ସୂଚନା ଅନୁଯାୟୀ, ମାନରାଜ ନିଜ ସାଙ୍ଗ ସହ ଦାନାପାନି ଅଞ୍ଚଳରେ ଥିବା ରେଲୱେ ଟ୍ରାକ୍‌କୁ ଯାଇଥିଲେ। ସେଠାରେ ଦୁଇ ସାଙ୍ଗ ହେଡଫୋନ ଲଗାଇ ମୋବାଇଲ ଧରି ଦୁଇଟି ଟ୍ରାକ୍‌ରେ ବସିଥିଲେ। ମାନରାଜ ବସିଥିବା ଟ୍ରାକ୍‌ରେ ଟ୍ରେନ ଆସୁଥିବା ବେଳେ ତା’ ଶବ୍ଦ ସେ ଶୁଣି ପାରି ନ ଥିଲେ। ଫଳରେ ଟ୍ରେନଟି ତାଙ୍କ ଉପରେ ଚଢି ଯାଇଥିଲା ଓ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା।

The post ହେଡଫୋନ ଲଗେଇ ଟ୍ରାକ୍‌ରେ ବସିଥିଲେ ଛାତ୍ର, ମାଡିଗଲା ଟ୍ରେନ୍‌ appeared first on Dharitri Odia News.