ଫିଟନେସ୍ରେ ସୁଧାର ଆଣିବା ପାଇଁ ସେନା ସହିତ ଟ୍ରେନିଂ କରିବ ପାକିସ୍ତାନ କ୍ରିକେଟ୍ ଟିମ୍
ନୂଆଦିଲ୍ଲୀ,୬ା୩: ପାକିସ୍ତାନ କ୍ରିକେଟ୍ ଟିମ୍ର ଖେଳାଳିଙ୍କ ଫିଟନେସ୍ ପାଇଁ ଚିନ୍ତାରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)। ନିକଟ ଅତୀତରେ ଅନେକ ମ୍ୟାଚ୍ ସମୟରେ ପାକିସ୍ତାନର ପୂର୍ବତନ ଖେଳାଳିମାନେ ନୂଆ ଯୁବ ଖେଳାଳୀ ମାନଙ୍କର ଫିଟନେସକୁ ନେଇ ପ୍ରଶ୍ନ ଉଠାଉଥିଲା ବେଳେ ପାକିସ୍ତାନ କ୍ରିକେଟ ବୋର୍ଡ ବଡ ନିଷ୍ପତି ନେଇଛି। ବର୍ତ୍ତମାନ ଦଳର ଫିଟନେସ୍ରେ ଉନ୍ନତି ଆଣିବାକୁ ଏକ ପ୍ରୟାସରେ ଖେଳାଳିମାନେ ସେନା ସହିତ ଟ୍ରେନିଂ ନେବାକୁ ଯାଉଛନ୍ତି। ମାର୍ଚ୍ଚ ୧୮ ରୁ ପାକିସ୍ତାନ ସୁପର ଲିଗ (ପିଏସଏଲ) […] The post ଫିଟନେସ୍ରେ ସୁଧାର ଆଣିବା ପାଇଁ ସେନା ସହିତ ଟ୍ରେନିଂ କରିବ ପାକିସ୍ତାନ କ୍ରିକେଟ୍ ଟିମ୍ appeared first on Dharitri Odia News.
ନୂଆଦିଲ୍ଲୀ,୬ା୩: ପାକିସ୍ତାନ କ୍ରିକେଟ୍ ଟିମ୍ର ଖେଳାଳିଙ୍କ ଫିଟନେସ୍ ପାଇଁ ଚିନ୍ତାରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)। ନିକଟ ଅତୀତରେ ଅନେକ ମ୍ୟାଚ୍ ସମୟରେ ପାକିସ୍ତାନର ପୂର୍ବତନ ଖେଳାଳିମାନେ ନୂଆ ଯୁବ ଖେଳାଳୀ ମାନଙ୍କର ଫିଟନେସକୁ ନେଇ ପ୍ରଶ୍ନ ଉଠାଉଥିଲା ବେଳେ ପାକିସ୍ତାନ କ୍ରିକେଟ ବୋର୍ଡ ବଡ ନିଷ୍ପତି ନେଇଛି। ବର୍ତ୍ତମାନ ଦଳର ଫିଟନେସ୍ରେ ଉନ୍ନତି ଆଣିବାକୁ ଏକ ପ୍ରୟାସରେ ଖେଳାଳିମାନେ ସେନା ସହିତ ଟ୍ରେନିଂ ନେବାକୁ ଯାଉଛନ୍ତି।
ମାର୍ଚ୍ଚ ୧୮ ରୁ ପାକିସ୍ତାନ ସୁପର ଲିଗ (ପିଏସଏଲ) ଶେଷ ହେବାର ଏକ ସପ୍ତାହ ପରେ ପାକିସ୍ତାନର ସମସ୍ତ ଟିମ୍ ମାର୍ଚ୍ଚ ୨୫ ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ପାକିସ୍ତାନୀ ସେନା ସହିତ ୧୦ ଦିନିଆ କଠୋର ତାଲିମ ନେବାକୁ ଯାଉଛନ୍ତି। ଖେଳାଳିମାନେ ସେମାନଙ୍କର ଫିଟନେସ ସ୍ପିଡ ଅପ ପାଇବେ ବୋଲି ଆଶା କରି ପିସିବି ଅଧ୍ୟକ୍ଷ ମୋହସିନ ନକଭି ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି।
The post ଫିଟନେସ୍ରେ ସୁଧାର ଆଣିବା ପାଇଁ ସେନା ସହିତ ଟ୍ରେନିଂ କରିବ ପାକିସ୍ତାନ କ୍ରିକେଟ୍ ଟିମ୍ appeared first on Dharitri Odia News.