ବଡ଼ କାର୍ଯ୍ୟାନୁଷ୍ଠାନ, ଝାଡ଼ଖଣ୍ଡ କଂଗ୍ରେସର ‘ଏକ୍ସ’ ଆକାଉଣ୍ଟ ବନ୍ଦ

ନୂଆଦିଲ୍ଲୀ,୨।୫: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। ଝାଡ଼ଖଣ୍ଡ କଂଗ୍ରେସର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଆକାଉଣ୍ଟକୁ ବ୍ୟାନ୍‌ କରିଦିଆଯାଇଛି। ତେବେ ନକଲି ଭିଡିଓ ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ଏହାପରେ ସୋସିଆଲ ମିଡିଆ କମ୍ପାନୀ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ମାମଲାରେ ଦିଲ୍ଲୀ ପୋଲିସ ଝାଡ଼ଖଣ୍ଡ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜେଶ ଠାକୁରଙ୍କୁ ତଲବ କରିଛି। ତାଙ୍କୁ ସିଆର୍‌ପିସିର ଧାରା ୧୬୦/୯୧ ଅନୁଯାୟୀ ପଠାଯାଇଥିବା ସମନରେ […] The post ବଡ଼ କାର୍ଯ୍ୟାନୁଷ୍ଠାନ, ଝାଡ଼ଖଣ୍ଡ କଂଗ୍ରେସର ‘ଏକ୍ସ’ ଆକାଉଣ୍ଟ ବନ୍ଦ appeared first on Dharitri Odia News.

ବଡ଼ କାର୍ଯ୍ୟାନୁଷ୍ଠାନ, ଝାଡ଼ଖଣ୍ଡ କଂଗ୍ରେସର ‘ଏକ୍ସ’ ଆକାଉଣ୍ଟ ବନ୍ଦ

ନୂଆଦିଲ୍ଲୀ,୨।୫: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। ଝାଡ଼ଖଣ୍ଡ କଂଗ୍ରେସର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଆକାଉଣ୍ଟକୁ ବ୍ୟାନ୍‌ କରିଦିଆଯାଇଛି। ତେବେ ନକଲି ଭିଡିଓ ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ଏହାପରେ ସୋସିଆଲ ମିଡିଆ କମ୍ପାନୀ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଏହି ମାମଲାରେ ଦିଲ୍ଲୀ ପୋଲିସ ଝାଡ଼ଖଣ୍ଡ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜେଶ ଠାକୁରଙ୍କୁ ତଲବ କରିଛି। ତାଙ୍କୁ ସିଆର୍‌ପିସିର ଧାରା ୧୬୦/୯୧ ଅନୁଯାୟୀ ପଠାଯାଇଥିବା ସମନରେ ମେ’ ୨(ଆଜି) ସକାଳ ୧୦.୩୦ରେ ଦିଲ୍ଲୀ ପୋଲିସର ଯାଞ୍ଚ ଅଧିକାରୀଙ୍କ ସମକ୍ଷରେ ହାଜର ହେବାକୁ କୁହାଯାଇଥିଲା। ରାଜେଶଙ୍କୁ ନିଜର ମୋବାଇଲ, ଲାପଟପ୍‌, ଟାବଲେଟ୍‌ ନଚେତ କିଛି ଅନ୍ୟ ଇଲେକ୍ଟ୍ରୋନିକ୍‌ ଉପକରଣ ସାଙ୍ଗରେ ଆଣିବାକୁ କୁହାଯାଇଛି, ଯାହାର ବ୍ୟବହାର ‘ଏକ୍ସ’ରେ ନକଲି ଭିଡିଓ ଶେୟାର କରିବା ମାମଲାରେ କରାଯାଇଥିଲା।

ପ୍ରକାଶ ଯେ, ଭାଜପାର କର୍ମକର୍ତ୍ତା କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନକଲି ଭିଡିଓ ଶେୟାର କରିବା ମାମଲାରେ ରାଞ୍ଚିର ଅରଗୋଡ଼ା ଥାନାରେ ୨ଜଣ ଲୋକଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ କରାଇଥିଲେ।

The post ବଡ଼ କାର୍ଯ୍ୟାନୁଷ୍ଠାନ, ଝାଡ଼ଖଣ୍ଡ କଂଗ୍ରେସର ‘ଏକ୍ସ’ ଆକାଉଣ୍ଟ ବନ୍ଦ appeared first on Dharitri Odia News.