ହେମନ୍ତ ସୋରେନଙ୍କୁ ଜାମିନ ମିଳିବା ପରେ ଖୁସି ହୋଇଗଲେ ମମତା, କହିଲେ…
କୋଲକାତା,୨୮।୬: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ପୂର୍ବତନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜାମିନ ଖବର ପାଇ ଖୁସି ହୋଇଯାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମମତା ବାନାର୍ଜୀ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ମମତା ବାନାର୍ଜୀ ଟୁଇଟ୍ କରି ଲେଖିଛନ୍ତି, ଝାଡଖଣ୍ଡର ଜଣେ ଗୁରୁତ୍ୱପୂର୍ଣ୍ଣ ଆଦିବାସୀ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଏକ ମାମଲା ହେତୁ ଇସ୍ତଫା ଦେବାକୁ ପଡିଥିଲା। କିନ୍ତୁ ଆଜି ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। […] The post ହେମନ୍ତ ସୋରେନଙ୍କୁ ଜାମିନ ମିଳିବା ପରେ ଖୁସି ହୋଇଗଲେ ମମତା, କହିଲେ… appeared first on Dharitri Odia News.
କୋଲକାତା,୨୮।୬: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ପୂର୍ବତନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜାମିନ ଖବର ପାଇ ଖୁସି ହୋଇଯାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମମତା ବାନାର୍ଜୀ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।
ମମତା ବାନାର୍ଜୀ ଟୁଇଟ୍ କରି ଲେଖିଛନ୍ତି, ଝାଡଖଣ୍ଡର ଜଣେ ଗୁରୁତ୍ୱପୂର୍ଣ୍ଣ ଆଦିବାସୀ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଏକ ମାମଲା ହେତୁ ଇସ୍ତଫା ଦେବାକୁ ପଡିଥିଲା। କିନ୍ତୁ ଆଜି ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଏହି ବଡ ଘଟଣାରେ ମୁଁ ବହୁତ ଖୁସି ଏବଂ ମୁଁ ନିଶ୍ଚିତ ଯେ ସେ ତୁରନ୍ତ ତାଙ୍କର ସାର୍ବଜନୀନ କାର୍ଯ୍ୟକଳାପ ଆରମ୍ଭ କରିବେ। ହେମନ୍ତ! ତୁମକୁ ପୁଣି ସ୍ବାଗତ।
Hemant Soren, an important tribal leader, and Chief Minister of Jharkhand, had to resign because of a case, but today he has received bail from the Hon’ble High Court!
I am very happy with the great development and am sure that he will start his public activities immediately.…
— Mamata Banerjee (@MamataOfficial) June 28, 2024
The post ହେମନ୍ତ ସୋରେନଙ୍କୁ ଜାମିନ ମିଳିବା ପରେ ଖୁସି ହୋଇଗଲେ ମମତା, କହିଲେ… appeared first on Dharitri Odia News.