ହେମରାଜ ୪, ଅଞ୍ଜଳୀ ୬ ବର୍ଷ ବାସନ୍ଦ
ନୂଆଦିଲ୍ଲୀ, ୩ା୫: ଲଙ୍ଗ ଡିଷ୍ଟାନ୍ସ ରନର ହେମ୍ରାଜ ଗୁର୍ଜାର ଓ ଅଞ୍ଜଳୀ କୁମାରୀ ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା)ର ଡିସିପ୍ଲିନାରି ପ୍ୟାନେଲ ଦ୍ୱାରା ଯଥାକ୍ରମେ ୪ ଓ ୬ ବର୍ଷ ବାସନ୍ଦ ହୋଇଛନ୍ତି। ଉଭୟେ ଗତବର୍ଷ ଅନୁଷ୍ଠିତ ଡୋପ୍ ଟେଷ୍ଟରେ ବିଫଳ ହୋଇଥିଲେ। ୨୫ ବର୍ଷୀୟ ଗୁର୍ଜାର ୨୦୨୩ ଜାତୀୟ ଆନ୍ତଃ ରାଜ୍ୟ ଚାମ୍ପିୟନଶିପ୍ର ୫୦୦୦ ମିଟର ରେସ୍ରେ ଏକ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ୨୦୨୩ ଓ ୨୦୨୪ କ୍ରସ୍ କଣ୍ଟ୍ରି ଚାମ୍ପିୟନଶିପ୍ରେ […] The post ହେମରାଜ ୪, ଅଞ୍ଜଳୀ ୬ ବର୍ଷ ବାସନ୍ଦ appeared first on Dharitri Odia News.
ନୂଆଦିଲ୍ଲୀ, ୩ା୫: ଲଙ୍ଗ ଡିଷ୍ଟାନ୍ସ ରନର ହେମ୍ରାଜ ଗୁର୍ଜାର ଓ ଅଞ୍ଜଳୀ କୁମାରୀ ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା)ର ଡିସିପ୍ଲିନାରି ପ୍ୟାନେଲ ଦ୍ୱାରା ଯଥାକ୍ରମେ ୪ ଓ ୬ ବର୍ଷ ବାସନ୍ଦ ହୋଇଛନ୍ତି। ଉଭୟେ ଗତବର୍ଷ ଅନୁଷ୍ଠିତ ଡୋପ୍ ଟେଷ୍ଟରେ ବିଫଳ ହୋଇଥିଲେ। ୨୫ ବର୍ଷୀୟ ଗୁର୍ଜାର ୨୦୨୩ ଜାତୀୟ ଆନ୍ତଃ ରାଜ୍ୟ ଚାମ୍ପିୟନଶିପ୍ର ୫୦୦୦ ମିଟର ରେସ୍ରେ ଏକ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ୨୦୨୩ ଓ ୨୦୨୪ କ୍ରସ୍ କଣ୍ଟ୍ରି ଚାମ୍ପିୟନଶିପ୍ରେ ସ୍ବର୍ଣ୍ଣ ବିଜୟୀ ହୋଇଥିଲେ। ନିଷ୍ପତ୍ତି ତାରିଖ ଏପ୍ରିଲ ୨୦ରୁ ସେ ୪ ବର୍ଷ ପର୍ଯ୍ୟନ୍ତ ବାସନ୍ଦ ହୋଇଛନ୍ତି। ଗୁର୍ଜାର ଆହୁରି ମଧ୍ୟ ଗତବର୍ଷ ଓ୍ବାଲର୍ଡ ଆଥ୍ଲେଟିକ୍ସ କ୍ରସ୍ କଣ୍ଟ୍ରି ଚାମ୍ପିୟନଶିପ୍ରେ ଦେଶରୁ ପ୍ରତିନିଧିତ୍ୱ କରିଥିଲେ। ତାଙ୍କଠାରୁ ସଂଗୃହୀତ ଡୋପ୍ ସାମ୍ପଲରୁ ନିଷିଦ୍ଧ ଦ୍ରବ୍ୟ ଡାର୍ବେପୋଟିନ (ଡେପୋ) ଠାବ କରାଯିବା ପରେ ନାଡା ତାଙ୍କୁ ସାମୟିକ ସସ୍ପେଣ୍ଡ କରିଥିଲା।
ଅନ୍ୟପକ୍ଷରେ ଅଞ୍ଜଳୀଙ୍କ ୬ ବର୍ଷ ବାସନ୍ଦ ଦଣ୍ଡ ମାର୍ଚ୍ଚ ୩୧ରୁ କାର୍ଯ୍ୟକାରୀ ହେବ ବୋଲି ନାଡା ଓ୍ବେବ୍ସାଇଟ୍ରେ ସଦ୍ୟତମ ଅପ୍ଡେଟ୍ରୁ ଜଣାପଡ଼ିଛି। ଏଥିରେ ଏହାଠାରୁ ଅଧିକ କିଛି ତଥ୍ୟ ପ୍ରଦାନ କରାଯାଇ ନାହିଁ। ଅଞ୍ଜଳୀ ଆହୁରି ମଧ୍ୟ ଗତବର୍ଷ ଦେଶରୁ ଓ୍ବାଲର୍ଡ ଆଥ୍ଲେଟିକ୍ସ କ୍ରସ୍ କଣ୍ଟ୍ରି ଚାମ୍ପିୟନଶିପ୍ରେ ପ୍ରତିନିଧିତ୍ୱ କରିଥିଲେ।
The post ହେମରାଜ ୪, ଅଞ୍ଜଳୀ ୬ ବର୍ଷ ବାସନ୍ଦ appeared first on Dharitri Odia News.