ହେଲ୍ମେଟ ନାହିଁ ତ ପେଟ୍ରୋଲ ନାହିଁ କଡ଼ାକଡ଼ି କରାଯିବ…
ନୂଆପଡ଼ା,୨୮ା୬ (ମକାରୁ ବେମାଲ): ନୂଆପଡ଼ା ଜିଲାପାଳଙ୍କ ସଭାଗୃହରେ ଶନିବାର ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ଓ ଆମ ବସ୍ଷ୍ଟାଣ୍ଡ ନୋଡାଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଏତଙ୍କ ଅଧ୍ୟକ୍ଷତାରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲାପାଳ ଯୋଗେନ୍ଦ୍ର ମାଝୀ, ସିଡିଏମ୍ଓ ଡା. ମନୋଜ କୁମାର ସାହୁ, ଆଞ୍ଚଳିକ ପରିବହନ ଅଧିକାରୀ ମାନ ସିଂ ପ୍ରମୁଖ ଯୋଗଦେଇଥିଲେ। ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଳା ପୂର୍ବ ବୈଠକର […] The post ହେଲ୍ମେଟ ନାହିଁ ତ ପେଟ୍ରୋଲ ନାହିଁ କଡ଼ାକଡ଼ି କରାଯିବ… appeared first on Dharitri Odia News.
ନୂଆପଡ଼ା,୨୮ା୬ (ମକାରୁ ବେମାଲ): ନୂଆପଡ଼ା ଜିଲାପାଳଙ୍କ ସଭାଗୃହରେ ଶନିବାର ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ଓ ଆମ ବସ୍ଷ୍ଟାଣ୍ଡ ନୋଡାଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଏତଙ୍କ ଅଧ୍ୟକ୍ଷତାରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲାପାଳ ଯୋଗେନ୍ଦ୍ର ମାଝୀ, ସିଡିଏମ୍ଓ ଡା. ମନୋଜ କୁମାର ସାହୁ, ଆଞ୍ଚଳିକ ପରିବହନ ଅଧିକାରୀ ମାନ ସିଂ ପ୍ରମୁଖ ଯୋଗଦେଇଥିଲେ। ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଳା ପୂର୍ବ ବୈଠକର ବିବରଣୀ ସହ ଆଗାମୀ ମାସର ବହୁବିଧ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ। ବୈଠକରେ ଆଲୋଚନା ପରେ କେତେକ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସପ୍ତାହର ପ୍ରତି ରବିବାର ଓ ବୁଧବାର ହେଲ୍ମେଟ ନାହିଁ ତ ପେଟ୍ରୋଲ ନାହିଁ କଡ଼ାକଡ଼ି କରାଯିବ। ଏହାକୁ ସମସ୍ତ ବିଡ଼ିଓ, ତହସିଲଦାର ଓ ଆର୍ଟିଓ ତଦାରଖ କରିବେ। ନାବାଳକ ଓ ମଦ୍ୟପ ଗାଡି ଚାଳକଙ୍କ ଉପରେ ବିଶେଷ ନଜର ରଖାଯିବ। ଆର୍ଟିଓ, ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବରେ ଗାଡ଼ି ଚେକିଂ କରିବେ। ଅତିରିକ୍ତ ଜିଲାପାଳ କହିଥିଲେ, ଜିଲାରେ ଦୁର୍ଘଟଣା ରୋକିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହ ସମସ୍ତଙ୍କୁ ଏ ବିଷୟରେ ସଚେତନ କରିବାକୁ ପଡିବ। ଏଥିରେ ଲୋକ ପ୍ରତିନିଧି, ସ୍ବେଚ୍ଛାସେବୀ ସଂଗଠନ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଛାତ୍ରୀଛାତ୍ର ସାମିଲ ହେବେ। ଏହାପରେ ଜିଲାର ପରିବହନ କ୍ଷେତ୍ର ଓ ବସ୍ଷ୍ଟାଣ୍ଡର ସୁଧାର ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ ହୋଇଥିଲା। ଆମ ବସ୍ର ନୂତନ ରୁଟ ଚାର୍ଟ, ନୂଆପଡ଼ା ବସ୍ଷ୍ଟାଣ୍ଡରେ ଦିନ ଓ ରାତିରେ ଚାଲୁଥିବା ସମସ୍ତ ବସ୍ର ବାଧ୍ୟତାମୂଳକ ପ୍ରବେଶ, ମହିଳା ଯାତ୍ରୀଙ୍କ ସୁରକ୍ଷା ପାଇଁ ମହିଳା ଗାର୍ଡ ମୁତୟନ, ବେସରକାରୀ ବସ୍ଠାରୁ ପ୍ରବେଶ ଶୁଳ୍କ ଆଦାୟ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିନାପାଲି ବ୍ଲକ ବିଡ଼ିଓ କର୍ମି ଓରାମ, କୋମନା ବିଡିଓ ବିନୟ କୁମାର ଭୋଇ, ଡିଏସ୍ପି ରମାକାନ୍ତ ଜେନା, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଏମ୍ଭିଆଇ ଉପେନ୍ଦ୍ର କୁମାର ପୁସିକା, ପିଡବ୍ଲ୍ୟୁଡି ବିଭାଗ ସହ-ନିର୍ବାହୀ ଯନ୍ତ୍ରୀ ସୁକାନ୍ତ କୁମାର ଗର୍ଡିଆ, ଏନ୍ଏଚ୍ ଯନ୍ତ୍ରୀ ଆଶିଷ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
The post ହେଲ୍ମେଟ ନାହିଁ ତ ପେଟ୍ରୋଲ ନାହିଁ କଡ଼ାକଡ଼ି କରାଯିବ… appeared first on Dharitri Odia News.