ହୋଇଗଲା ଫାଇନାଲ! ଏହି ହେବେ ଲୋକ ସଭା ବାଚସ୍ପତି

ନୂଆଦିଲ୍ଲୀ,୨୫।୬: ସର୍ବସମ୍ମତି କ୍ରମେ ଲୋକ ସଭା ବାଚସ୍ପତି ଚୟନ କରାଯିବ। ବାଚସ୍ପତି ପଦ ପାଇଁ ନିର୍ବାଚନରର ସମ୍ଭାବନା ବହୁତ କମ ବୋଲି ବିବେଚନା କରାଯାଉଛି। ସୂଚନାନୁସାରେ, ବିରୋଧୀ ମଇଦାନକୁ ପ୍ରାର୍ଥୀ ଓହ୍ଲାଇବ ନାହିଁ। ତେବେ ଏନଡିଏ ପକ୍ଷରୁ ଓମ୍‌ ବିର୍ଲା ପୁଣିଥରେ ବାଚସ୍ପତି ପ୍ରାର୍ଥୀ ହୋଇପାରନ୍ତି। ଲୋକ ସଭା ବାଚସ୍ପତି ଏବଂ ଉପ ବାଚସ୍ପତି ପଦ ପାଇଁ ସହମତି ସୃଷ୍ଟି କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ […] The post ହୋଇଗଲା ଫାଇନାଲ! ଏହି ହେବେ ଲୋକ ସଭା ବାଚସ୍ପତି appeared first on Dharitri Odia News.

ହୋଇଗଲା ଫାଇନାଲ! ଏହି ହେବେ ଲୋକ ସଭା ବାଚସ୍ପତି

ନୂଆଦିଲ୍ଲୀ,୨୫।୬: ସର୍ବସମ୍ମତି କ୍ରମେ ଲୋକ ସଭା ବାଚସ୍ପତି ଚୟନ କରାଯିବ। ବାଚସ୍ପତି ପଦ ପାଇଁ ନିର୍ବାଚନରର ସମ୍ଭାବନା ବହୁତ କମ ବୋଲି ବିବେଚନା କରାଯାଉଛି। ସୂଚନାନୁସାରେ, ବିରୋଧୀ ମଇଦାନକୁ ପ୍ରାର୍ଥୀ ଓହ୍ଲାଇବ ନାହିଁ। ତେବେ ଏନଡିଏ ପକ୍ଷରୁ ଓମ୍‌ ବିର୍ଲା ପୁଣିଥରେ ବାଚସ୍ପତି ପ୍ରାର୍ଥୀ ହୋଇପାରନ୍ତି।

ଲୋକ ସଭା ବାଚସ୍ପତି ଏବଂ ଉପ ବାଚସ୍ପତି ପଦ ପାଇଁ ସହମତି ସୃଷ୍ଟି କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କୁ ସରକାର ଦାୟିତ୍ୱ ଦେଇଛନ୍ତି। ରାଜନାଥ ସିଂ ବିରୋଧୀ ଦଳ ସହ କଥା ହେଉଛନ୍ତି।

ସୋମବାର ୧୮ ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା। ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଭାଜପାର ବରିଷ୍ଠ ଏମ୍‌ପି ଭର୍ତ୍ତୁହରି ମହାତାବଙ୍କୁ ପ୍ରୋଟେମ ବାଚସ୍ପତି ଭାବରେ ଶପଥ ଗ୍ରହଣ କରାଇଥିଲେ। ପ୍ରୋଟେମ ବାଚସ୍ପତିଙ୍କ ଶପଥ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ନବ ନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିଥିଲେ। ଅଧିବେଶନର ଦ୍ୱିତୀୟ ଦିନରେ ଅବଶିଷ୍ଟ ଏମ୍‌ପିମାନେ ଶପଥ ଗ୍ରହଣ କରିବେ। ବୁଧବାର ନୂଆ ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବାଚସ୍ପତି ରେସ୍‌ରେ ଓମ୍‌ ବିର୍ଲା, ଭର୍ତ୍ତୁହରି ମହାତାବ, ରାଧାମୋହନ ସିଂ, ଡି.ପୁରନ୍ଦେଶ୍ୱରୀ ଅଛନ୍ତି। ତେବେ
ଆଗରେ ଓମ୍‌ ବିର୍ଲାଙ୍କ ନାଁ ରହିଥିବା କୁହାଯାଉଛି।

The post ହୋଇଗଲା ଫାଇନାଲ! ଏହି ହେବେ ଲୋକ ସଭା ବାଚସ୍ପତି appeared first on Dharitri Odia News.