ହୋଟେଲ ଓ୍ବେଟରରୁ ସଫଳ ଅଭିନେତା
ମୁମ୍ବାଇ: ବଲିଉଡ୍ର ପ୍ରତିଭାବାନ କଳାକାରଙ୍କ ମଧ୍ୟରେ ଅଭିନେତା ବୋମନ ଇରାନୀ ଅନ୍ୟତମ। ମଙ୍ଗଳବାର ଏକ ସାକ୍ଷାତ୍କାର ଦେଇ ବୋମନ ତାଙ୍କ ନିଜ ଜୀବନର ଅନେକ କାହାଣୀ ସମ୍ପର୍କରେ ପ୍ରଘଟ କରିଛନ୍ତି। ସେ ମୁମ୍ବାଇର ମିଠିବାଇ କଲେଜରୁ ସ୍ନାତକ ପଢ଼ା ସାରି ବୋମନ ମୁମ୍ବାଇର ୫ ତାରକା ତାଜ ମହଲ ପ୍ୟାଲେସ୍ ହୋଟେଲରେ ଜଣେ ଓ୍ବେଟର ଏବଂ ରୁମ୍ ସର୍ଭିସ ଷ୍ଟାଫ୍ ଭାବେ ନିଜ କର୍ମମୟ ଜୀବନର ଶୁଭାରମ୍ଭ କରିଥିଲେ। ତେବେ କିଛି ବର୍ଷ ପରେ ସେ ଉକ୍ତ […] The post ହୋଟେଲ ଓ୍ବେଟରରୁ ସଫଳ ଅଭିନେତା appeared first on Dharitri Odia News.
ମୁମ୍ବାଇ: ବଲିଉଡ୍ର ପ୍ରତିଭାବାନ କଳାକାରଙ୍କ ମଧ୍ୟରେ ଅଭିନେତା ବୋମନ ଇରାନୀ ଅନ୍ୟତମ। ମଙ୍ଗଳବାର ଏକ ସାକ୍ଷାତ୍କାର ଦେଇ ବୋମନ ତାଙ୍କ ନିଜ ଜୀବନର ଅନେକ କାହାଣୀ ସମ୍ପର୍କରେ ପ୍ରଘଟ କରିଛନ୍ତି। ସେ ମୁମ୍ବାଇର ମିଠିବାଇ କଲେଜରୁ ସ୍ନାତକ ପଢ଼ା ସାରି ବୋମନ ମୁମ୍ବାଇର ୫ ତାରକା ତାଜ ମହଲ ପ୍ୟାଲେସ୍ ହୋଟେଲରେ ଜଣେ ଓ୍ବେଟର ଏବଂ ରୁମ୍ ସର୍ଭିସ ଷ୍ଟାଫ୍ ଭାବେ ନିଜ କର୍ମମୟ ଜୀବନର ଶୁଭାରମ୍ଭ କରିଥିଲେ। ତେବେ କିଛି ବର୍ଷ ପରେ ସେ ଉକ୍ତ ଚାକିରୀ ଛାଡ଼ି ମୁମ୍ବାଇର ବାଇକୁଲାସ୍ଥିତ ନିଜ ମା’ଙ୍କ ବେକରି ଦୋକାନ ସମ୍ଭାଳିଥିଲେ। ଏହାପରେ ସେ ଫଟୋଗ୍ରାପିଂ ପ୍ରତି ମନ ବଳାଇଥିଲେ। ଫଟୋଗ୍ରାଫର ଭାବେ କାର୍ଯ୍ୟ କରୁଥିବା ସମୟରେ ପ୍ରସିଦ୍ଧ କୋରିଓଗ୍ରାଫର ଶ୍ୟାମକ ଡାବରଙ୍କ ସହ ବୋମନଙ୍କର ପରିଚୟ ହୋଇଥିଲା। ଶ୍ୟାମକ ତାଙ୍କୁ ଜଣେ ଥିଏଟର ନିର୍ଦ୍ଦେଶକଙ୍କ ସହିତ ପରିଚିତ କରିଦେଇଥିଲା ବୋଲି ବୋମନ କହିଛନ୍ତି। ଖୁବ୍ଶୀଘ୍ର ସେ ମରାଠୀ ଥିଏଟରରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ତେବେ ୪୧ ବର୍ଷ ବୟସରେ ବୋମନ ‘ଜୋଶ’ ଫିଲ୍ମ ସହ ବଡ଼ ପରଦାରେ ଡେବ୍ୟୁ କରିଥିଲେ। ‘ମୁନ୍ନା ଭାଇ ଏମ୍ବିବିଏସ୍’, ‘ନୋ ଏଣ୍ଟ୍ରି’, ‘ଖୋସ୍ଲା କା ଘୋସଲା’, ‘ଡନ୍’, ‘ଲଗେ ରାହୋ ମୁନ୍ନା ଭାଇ’, ‘୩ ଇଡିଅଟ୍ସ’, ‘ଜଲି ଏଲ୍ଏଲ୍ବି’ ପରି ଚଳଚ୍ଚିତ୍ରରେ ବୋମନ ତାଙ୍କ ନିଖୁଣ ଅଭିନୟ ମାଧ୍ୟମରେ ନିଜ ଚରିତ୍ରକୁ ଜୀବନ୍ତ କରିପାରିଛନ୍ତି।
The post ହୋଟେଲ ଓ୍ବେଟରରୁ ସଫଳ ଅଭିନେତା appeared first on Dharitri Odia News.