ହୋଟେଲ ସଙ୍ଘକୁ ପାଠ ପଢ଼ାଇଲେ ନୂତନ ଆଇଆଇସି ସଠିକ ତଥ୍ୟ, ସିସି କ୍ୟାମେରା ଓ ଉତ୍ତମ ବ୍ୟବହାରକୁ ଗୁରୁତ୍ୱ
ଦାରିଙ୍ଗବାଡି, ୨୫।୧୧ (ଅରୁଣ ସାହୁ): କାନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ରବିବାର ହୋଟେଲ ସଙ୍ଘ ଓ ନୂତନ ଭାବେ ଥାନାରେ ଦାୟିତ୍ୱ ଗ୍ରହଣ କରିଥିବା ଆଇଆଇସି ଅଶୋକ କୁମାର ହାଁସଦାଙ୍କ ଏକ ଜରୁରୀକାଳୀନ ବୈଠକ ବସିଥିଲା। ଏହି ବୈଠକ ଥାନା ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ଗିରିଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ସଙ୍ଘର ସଦସ୍ୟମାନେ ଏହି ବୈଠକରେ ଯୋଗ ଦେଇଥିଲେ। ହୋଟେଲକୁ ସ୍ବଚ୍ଛ ରଖିବା ସହ ଗ୍ରହକଙ୍କୁ ଉତ୍ତମ ସେବା ଓ ବ୍ୟବହାର, ହୋଟେଲ […] The post ହୋଟେଲ ସଙ୍ଘକୁ ପାଠ ପଢ଼ାଇଲେ ନୂତନ ଆଇଆଇସି ସଠିକ ତଥ୍ୟ, ସିସି କ୍ୟାମେରା ଓ ଉତ୍ତମ ବ୍ୟବହାରକୁ ଗୁରୁତ୍ୱ appeared first on Dharitri Odia News.
ଦାରିଙ୍ଗବାଡି, ୨୫।୧୧ (ଅରୁଣ ସାହୁ): କାନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ରବିବାର ହୋଟେଲ ସଙ୍ଘ ଓ ନୂତନ ଭାବେ ଥାନାରେ ଦାୟିତ୍ୱ ଗ୍ରହଣ କରିଥିବା ଆଇଆଇସି ଅଶୋକ କୁମାର ହାଁସଦାଙ୍କ ଏକ ଜରୁରୀକାଳୀନ ବୈଠକ ବସିଥିଲା। ଏହି ବୈଠକ ଥାନା ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ଗିରିଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ସଙ୍ଘର ସଦସ୍ୟମାନେ ଏହି ବୈଠକରେ ଯୋଗ ଦେଇଥିଲେ। ହୋଟେଲକୁ ସ୍ବଚ୍ଛ ରଖିବା ସହ ଗ୍ରହକଙ୍କୁ ଉତ୍ତମ ସେବା ଓ ବ୍ୟବହାର, ହୋଟେଲ ବୁକିଂରେ ସ୍ବଚ୍ଛତା ଓ ହୋଟେଲର ନିୟମ ଗୁଡିକ ସମ୍ପର୍କରେ ଗ୍ରାହକ ମାନଙ୍କୁ ପୂର୍ବରୁ ଅବଗତ କରାଇବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଠିକଣା ଓ ତଥ୍ୟ ପୋଲିସକୁ ତୁରନ୍ତ ଜଣାଇବା ଓ ସେମାନଙ୍କୁ ହୋଟେଲରେ ନ ରଖିବା, ହୋଟେଲରେ ରାତ୍ରୀଯାପନ କରୁଥିବା ସମସ୍ତ ଗ୍ରାହକଙ୍କ ତଥ୍ୟ ସକାଳ ୧୦ ଟା ସୁଦ୍ଧା ପୋଲିସକୁ ପ୍ରଦାନ କରିବା ଦିଗରେ ଆଇଆଇଆସି ଅଶୋକ କୁମାର ହାଁସଦା ସଙ୍ଘର କର୍ମକର୍ତ୍ତାଙ୍କୁ ଜଣାଇଥିଲେ। କୌଣସି ପର୍ଯ୍ୟଟକ ଦାରିଙ୍ଗବାଡିକୁ ଆସି ହୋଟେଲରେ ରାତ୍ରୀ ଯାପନକଲେ ସେମାନେ କିଭଳି ହଇରାଣ ନ ହୁଅନ୍ତି ଓ ଅସାମାଜିକ ବ୍ୟକ୍ତି ହୋଟେଲରେ ନ ରୁହନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ହୋଟେଲ ସଙ୍ଘକୁ ଆଇଆଇଆସି ପରାମର୍ଶ ଦେଇଛନ୍ତି । ସେହିପରି ହୋଟେଲରେ ମୌଳିକ ସୁବିଧା ସହ ସିସି କ୍ୟାମେରା ଗୁଡିକ ସଠିକ ଭାବେ କାର୍ଯ୍ୟକ୍ଷମ କରିବାକୁ ପରାମର୍ଶ ଦେଇଛନ୍ତି। କିଛି ହୋଟେଲ ମାଲିକମାନେ ଏହି ମିଟିଂରେ ଯୋଗଦାନ କରି ନ ଥିବାରୁ ସେମାନଙ୍କୁ ଆଇଆଇଆସି ସିଧା ଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତ।
The post ହୋଟେଲ ସଙ୍ଘକୁ ପାଠ ପଢ଼ାଇଲେ ନୂତନ ଆଇଆଇସି ସଠିକ ତଥ୍ୟ, ସିସି କ୍ୟାମେରା ଓ ଉତ୍ତମ ବ୍ୟବହାରକୁ ଗୁରୁତ୍ୱ appeared first on Dharitri Odia News.