ହୋଲି ପାଳିବ ନାହିଁ AAP, ମାର୍ଚ୍ଚ ୨୬ରେ ପ୍ରଧାନମନ୍ତ୍ରୀ ଆବାସ ଘେରିବ

ନୂଆଦିଲ୍ଲୀ,୨୨।୩: ଚଳିତ ବର୍ଷ ହୋଲି ପାଳିବ ନାହିଁ ଆମ ଆଦମୀ ପାର୍ଟି(ଏଏପି)। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତଥା ଏଏପି ସୁପ୍ରିମୋ ଗିରଫ ହେବା ପରେ କିଛି ଏଭଳି ନିଷ୍ପତ୍ତି ନେଇଛି ଦଳ। ଏପରିକି ଇଡିର ଗିରଫଦାରୀକୁ ବିରୋଧ କରି କାର୍ଯ୍ୟକର୍ତ୍ତା ମାର୍ଚ୍ଚ ୨୬ରେ ପ୍ରଧାନମନ୍ତ୍ରୀ ନିବାସ ଘେରାଉ କରିବ। ଏନେଇ ଦଳର ଦିଲ୍ଲୀ ସଂଯୋଜକ ଗୋପାଳ ରାୟ ଶୁକ୍ରବାର ଘୋଷଣା କରିଛନ୍ତି। ମନି ଲଣ୍ଡରିଂ ମାମଲାରେ କେଜ୍‌ରିଓ୍ବାଲ ଗିରଫ ହେବା ପରେ ତାଙ୍କ ପରିବାର ସଦସ୍ୟଙ୍କୁ […] The post ହୋଲି ପାଳିବ ନାହିଁ AAP, ମାର୍ଚ୍ଚ ୨୬ରେ ପ୍ରଧାନମନ୍ତ୍ରୀ ଆବାସ ଘେରିବ appeared first on Dharitri Odia News.

ହୋଲି ପାଳିବ ନାହିଁ AAP, ମାର୍ଚ୍ଚ ୨୬ରେ ପ୍ରଧାନମନ୍ତ୍ରୀ ଆବାସ ଘେରିବ
ନୂଆଦିଲ୍ଲୀ,୨୨।୩: ଚଳିତ ବର୍ଷ ହୋଲି ପାଳିବ ନାହିଁ ଆମ ଆଦମୀ ପାର୍ଟି(ଏଏପି)। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତଥା ଏଏପି ସୁପ୍ରିମୋ ଗିରଫ ହେବା ପରେ କିଛି ଏଭଳି ନିଷ୍ପତ୍ତି ନେଇଛି ଦଳ। ଏପରିକି ଇଡିର ଗିରଫଦାରୀକୁ ବିରୋଧ କରି କାର୍ଯ୍ୟକର୍ତ୍ତା ମାର୍ଚ୍ଚ ୨୬ରେ ପ୍ରଧାନମନ୍ତ୍ରୀ ନିବାସ ଘେରାଉ କରିବ। ଏନେଇ ଦଳର ଦିଲ୍ଲୀ ସଂଯୋଜକ ଗୋପାଳ ରାୟ ଶୁକ୍ରବାର ଘୋଷଣା କରିଛନ୍ତି। ମନି ଲଣ୍ଡରିଂ ମାମଲାରେ କେଜ୍‌ରିଓ୍ବାଲ ଗିରଫ ହେବା ପରେ ତାଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିବାକୁ ବାରଣ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।
ଗୋପାଳ ରାୟ କହିଛନ୍ତି, ମାର୍ଚ୍ଚ ୨୪ରେ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯିବ। ମାର୍ଚ୍ଚ ୨୫ରେ ହୋଲିକୁ ନେଇ କୌଣସି କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ। ମାର୍ଚ୍ଚ ୨୬ରେ ପ୍ରଧାନମନ୍ତ୍ରୀ ଆବାସକୁ ଘେରାଉ କରାଯିବ।
ତେବେ ଏଏପି କର୍ମକର୍ତ୍ତା ଏବଂ ନେତାମାନଙ୍କୁ ପୁରା ଦିନ ହେପାଜତରେ ରଖାଯାଇଥିଲା। କେଜ୍‌ରିଓ୍ବାଲଙ୍କୁ ଗିରଫ କରିବାକୁ ନେଇ ପୁରା ଦେଶ ଦୁଃଖି ଏବଂ ଆକ୍ରୋଶରେ ଅଛି। ଶନିବାର ସକାଳ ୧୦ଟାରେ ଆପ୍‌ର ସମସ୍ତ ବିଧାୟକ, ପଦାଧିକାରୀ, ଇଣ୍ଡିଆ ମେଣ୍ଟର ପ୍ରତିନିଧି ଗଣତନ୍ତ୍ରର ରକ୍ଷା ପାଇଁ ସଙ୍କଳ୍ପ ନେବେ। ଶନିବାର ଭଗତ ସିଂ, ରାଜଗୁରୁ ଏବଂ ସୁଖଦେବଙ୍କ ଶହିଦ ଦିବସରେ ଶହିଦ ପାର୍କରେ ଏକାଠି ହେବ। କାର୍ଯ୍ୟକ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ ମଧ୍ୟ ସାମିଲ ହେବେ ବୋଲି ଦିଲ୍ଲୀର ମନ୍ତ୍ରୀ କହିଛନ୍ତି।

The post ହୋଲି ପାଳିବ ନାହିଁ AAP, ମାର୍ଚ୍ଚ ୨୬ରେ ପ୍ରଧାନମନ୍ତ୍ରୀ ଆବାସ ଘେରିବ appeared first on Dharitri Odia News.