ୟୁଏଇରେ ମୋଦିଙ୍କୁ ଗାର୍ଡ ଅଫ୍ ଅନର: ଶୁଭିଲା ମୋଦି-ମୋଦି ନାରା
ଆବୁଧାବି,୧୪।୨:ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜୟେଦ ଅଲ୍ ନହ୍ୟାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ସେମାନେ ରଣନୀତିକ ସହଭାଗିତାର ସମୀକ୍ଷା କରିବା ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରିଥିଲେ। ଉଭୟ ନେତାଙ୍କ ଉପସ୍ଥିତିରେ ଦ୍ୱିପାକ୍ଷିକ ପୁଞ୍ଜିନିବେଶ ଚୁକ୍ତି ସମେତ ଏକାଧିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ବିମାନବନ୍ଦରରେ ମୋଦି ପହଞ୍ଚତ୍ବା ପରେ ରାଷ୍ଟ୍ରପତି ମହମ୍ମଦ ବିନ୍ ଜୟେଦ […] The post ୟୁଏଇରେ ମୋଦିଙ୍କୁ ଗାର୍ଡ ଅଫ୍ ଅନର: ଶୁଭିଲା ମୋଦି-ମୋଦି ନାରା appeared first on Dharitri Odia News.
ଆବୁଧାବି,୧୪।୨:ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜୟେଦ ଅଲ୍ ନହ୍ୟାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ସେମାନେ ରଣନୀତିକ ସହଭାଗିତାର ସମୀକ୍ଷା କରିବା ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରିଥିଲେ। ଉଭୟ ନେତାଙ୍କ ଉପସ୍ଥିତିରେ ଦ୍ୱିପାକ୍ଷିକ ପୁଞ୍ଜିନିବେଶ ଚୁକ୍ତି ସମେତ ଏକାଧିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।
ବିମାନବନ୍ଦରରେ ମୋଦି ପହଞ୍ଚତ୍ବା ପରେ ରାଷ୍ଟ୍ରପତି ମହମ୍ମଦ ବିନ୍ ଜୟେଦ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ପରେ ମୋଦିଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଭାରତ-ୟୁଏଇ ବନ୍ଧୁତା ଅଧିକରୁ ଅଧିକ ସୁଦୃଢ଼ ହେଉଛି। ଏହାଦ୍ୱାରା ଆମ ଲୋକମାନେ ବେଶ୍ ଲାଭ ପାଇବେ ବୋଲି ମୋଦି ଏକ୍ସ’ରେ ପୋଷ୍ଟ କରିଛନ୍ତି। ଆଆଇଟି ଦିଲ୍ଲୀ-ଆବୁଧାବି କ୍ୟାମ୍ପସ୍ରେ ପ୍ରଥମ ବ୍ୟାଚ୍ ଛାତ୍ରୀଛାତ୍ରଙ୍କ ସହ ପ୍ରଧାନମନ୍ତ୍ରୀ କଥା ହେବା ସହ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ଏହା ଏକ ନୂଆ ଅଧ୍ୟାୟ ବୋଲି କହିଥିଲେ। ଏହା ଦୁଇଦେଶର ଛାତ୍ରୀଛାତ୍ରଙ୍କୁ ଏକାଠି କରିଛି। ଆବୁଧାବିରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ୍ ଖୋଲିବା ପାଇଁ ୨୦୨୨ ଫେବୃଆରୀରେ ନିଷ୍ପତ୍ତି ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବୁଧାବିରେ ପ୍ରବାସୀ ଭାରତୀୟମାନଙ୍କୁ ଭେଟିବା ସହ ସେମାନଙ୍କ ପାଇଁ ଦେଶ ଗର୍ବିତ ବୋଲି କହିଛନ୍ତି। ଜୟେଦ ସ୍ପୋଟର୍ସ ସିଟି ଷ୍ଟାଡିୟମରେ ଆୟୋଜିତ ‘ଅହଲାନ ମୋଦି’ କାର୍ଯ୍ୟକ୍ରମରେ ଉପସ୍ଥିତ ହଜାର ହଜାର ପ୍ରବାସୀ ଭାରତୀୟ ମୋଦିଙ୍କୁ ‘ନମସ୍କାର’ ଏବଂ‘ ମୋଦି ମୋଦି’ କହି ଅଭିନନ୍ଦନ ଜଣାଇଥିଲେ।
The post ୟୁଏଇରେ ମୋଦିଙ୍କୁ ଗାର୍ଡ ଅଫ୍ ଅନର: ଶୁଭିଲା ମୋଦି-ମୋଦି ନାରା appeared first on Dharitri Odia News.