ୟୁକୋ ବ୍ୟାଙ୍କ ୮୨୦ କୋଟି IMPS ମାମଲା: ୬୭ ସ୍ଥାନରେ ଚଢ଼ାଉ କଲା ସିବିଆଇ

ନୂଆଦିଲ୍ଲୀ: ୟୁକୋ ବ୍ୟାଙ୍କରେ ୮୨୦ କୋଟିର ଆଇଏମ୍‌ପିଏସ୍(ଇମିଡିଏଟ୍‌ ପେମେଣ୍ଟ ସିଷ୍ଟମ) ଟ୍ରାଞ୍ଜାକ୍ସନ ମାମଲାରେ ସିବିଆଇ ରାଜସ୍ଥାନ ଓ ମହାରାଷ୍ଟ୍ର ସମେତ ୬୭ ସ୍ଥାନରେ ଚଢ଼ାଉ ଜାରି ରଖିଛି। ୭ଟି ସହରର ଚଢ଼ାଉ ଜାରି ରହିଛି ବୋଲି ସୂଚନା ମିଳିଛି।   ଗତବର୍ଷ  ନଭେମ୍ବର ୧୦-୧୩ ତାରିଖ ମଧ୍ୟରେ ୟୁକୋ ବ୍ୟାଙ୍କରେ ୮,୫୩,୦୪୯ IMPS ଟ୍ରାଞ୍ଜାକ୍ସନ ହୋଇଥିଲା। ୪୧,୦୦୦ ୟୁକୋ ବ୍ୟାଙ୍କ ଖାତାଧାରୀଙ୍କୁ ଏହି ଟଙ୍କା ଭୁଲ୍‌ରେ ଟ୍ରାନ୍ସଫର ହୋଇଯାଇଥିଲା ରାଜସ୍ଥାନ ଓ ମହାରାଷ୍ଟ୍ରରରେ ସର୍ଚ୍ଚ ଅପରେସନ ଜାରି ରହିଛି। ଟଙ୍କା ପାଇଥିବା ଲୋକେ ଟଙ୍କା ଫେରାଇଲେ  କି ୱିଡ୍ର କରି ଖର୍ଚ୍ଚ କରିଦେଲେ ତାର ତଦାରଖ ଚାଲିଛି ବୋଲି ସିବିଆଇ ପ୍ରବକ୍ତା କହିଛନ୍ତି। ଏହା ଏହି ମାମାଲାର ଦ୍ୱିତୀୟ ସର୍ଚ୍ଚ ଅପରେସନ।ପଢ଼ନ୍ତୁ-LPG ସିଲିଣ୍ଡର ଉପରେ ବଡ଼ ନିଷ୍ପତ୍ତି ନେଇପାରନ୍ତି ସରକାର, ବର୍ଷେ ଯାଏ ୩୦୦ ଟଙ୍କା ମିଳିବ ରିହାତିଡିସେମ୍ବର ୨୦୨୩ରେ ୧୩ଟି ସ୍ଥାନରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଏଥିରେ ୟୋକୁ ବ୍ୟାଙ୍କ ଓ ଆଇଡିଏଫ୍‌ସି ସମ୍ପର୍କିତ  ପାଖାପାଖି ୧୩୦ ଆପତ୍ତିଜନକ ନଥିପତ୍ର ଜବତ ହୋଇଥିଲା। ଏଥିରେ ୪୩ ଟି ଡିଜିଟାଲ୍ ଡିଭାଇସ୍ (୪୦ ଟି ମୋବାଇଲ୍ ଫୋନ୍, ୨ ଟି ହାର୍ଡ ଡିସ୍କ ଏବଂ ୧ ଟି ଇଣ୍ଟରନେଟ୍ ଡଙ୍ଗଲ୍) ରହିଥିଲା। ୩୦ ସନ୍ଦିଗ୍ଧକୁ ପଚରାଉଚରା ବି କରାଯାଇଥିଲା।

ୟୁକୋ ବ୍ୟାଙ୍କ ୮୨୦ କୋଟି IMPS ମାମଲା: ୬୭ ସ୍ଥାନରେ ଚଢ଼ାଉ କଲା ସିବିଆଇ

ନୂଆଦିଲ୍ଲୀ: ୟୁକୋ ବ୍ୟାଙ୍କରେ ୮୨୦ କୋଟିର ଆଇଏମ୍‌ପିଏସ୍(ଇମିଡିଏଟ୍‌ ପେମେଣ୍ଟ ସିଷ୍ଟମ) ଟ୍ରାଞ୍ଜାକ୍ସନ ମାମଲାରେ ସିବିଆଇ ରାଜସ୍ଥାନ ଓ ମହାରାଷ୍ଟ୍ର ସମେତ ୬୭ ସ୍ଥାନରେ ଚଢ଼ାଉ ଜାରି ରଖିଛି। ୭ଟି ସହରର ଚଢ଼ାଉ ଜାରି ରହିଛି ବୋଲି ସୂଚନା ମିଳିଛି।   

ଗତବର୍ଷ  ନଭେମ୍ବର ୧୦-୧୩ ତାରିଖ ମଧ୍ୟରେ ୟୁକୋ ବ୍ୟାଙ୍କରେ ୮,୫୩,୦୪୯ IMPS ଟ୍ରାଞ୍ଜାକ୍ସନ ହୋଇଥିଲା। ୪୧,୦୦୦ ୟୁକୋ ବ୍ୟାଙ୍କ ଖାତାଧାରୀଙ୍କୁ ଏହି ଟଙ୍କା ଭୁଲ୍‌ରେ ଟ୍ରାନ୍ସଫର ହୋଇଯାଇଥିଲା ରାଜସ୍ଥାନ ଓ ମହାରାଷ୍ଟ୍ରରରେ ସର୍ଚ୍ଚ ଅପରେସନ ଜାରି ରହିଛି। ଟଙ୍କା ପାଇଥିବା ଲୋକେ ଟଙ୍କା ଫେରାଇଲେ  କି ୱିଡ୍ର କରି ଖର୍ଚ୍ଚ କରିଦେଲେ ତାର ତଦାରଖ ଚାଲିଛି ବୋଲି ସିବିଆଇ ପ୍ରବକ୍ତା କହିଛନ୍ତି। ଏହା ଏହି ମାମାଲାର ଦ୍ୱିତୀୟ ସର୍ଚ୍ଚ ଅପରେସନ।

ପଢ଼ନ୍ତୁ-LPG ସିଲିଣ୍ଡର ଉପରେ ବଡ଼ ନିଷ୍ପତ୍ତି ନେଇପାରନ୍ତି ସରକାର, ବର୍ଷେ ଯାଏ ୩୦୦ ଟଙ୍କା ମିଳିବ ରିହାତି

ଡିସେମ୍ବର ୨୦୨୩ରେ ୧୩ଟି ସ୍ଥାନରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଏଥିରେ ୟୋକୁ ବ୍ୟାଙ୍କ ଓ ଆଇଡିଏଫ୍‌ସି ସମ୍ପର୍କିତ  ପାଖାପାଖି ୧୩୦ ଆପତ୍ତିଜନକ ନଥିପତ୍ର ଜବତ ହୋଇଥିଲା। ଏଥିରେ ୪୩ ଟି ଡିଜିଟାଲ୍ ଡିଭାଇସ୍ (୪୦ ଟି ମୋବାଇଲ୍ ଫୋନ୍, ୨ ଟି ହାର୍ଡ ଡିସ୍କ ଏବଂ ୧ ଟି ଇଣ୍ଟରନେଟ୍ ଡଙ୍ଗଲ୍) ରହିଥିଲା। ୩୦ ସନ୍ଦିଗ୍ଧକୁ ପଚରାଉଚରା ବି କରାଯାଇଥିଲା।