ଆମାଜନରେ ମିଳିବ ଏନ୍‌ସିଇଆର୍‌ଟି ପୁସ୍ତକ: ଧର୍ମେନ୍ଦ୍ର

ଭୁବନେଶ୍ୱର,୮।୧୦(ସୁନିତ୍‌ ମିଶ୍ର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୋମବାର ଭାରତ ସରକାରଙ୍କ ଅଧୀନରେ ଥିବା ଏନ୍‌ସିଇଆର୍‌ଟି ଏବଂ ଅନ୍ୟତମ ସର୍ବବୃହତ ଇ-କମର୍ସ ପ୍ଲାଟଫର୍ମ ଆମାଜନ ସେଲର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ମଧ୍ୟରେ ଲେଟର୍‌ ଅଫ୍‌ ଏନ୍‌ଗେଜମେଣ୍ଟ(ଏଲ୍‌ଓଇ) ସ୍ବାକ୍ଷରିତ ହୋଇଛି। ଏହା ହେଉଛି ପ୍ରଥମ ଚୁକ୍ତି, ଯାହା ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମରେ ମୁଦ୍ରିତ ମୂଲ୍ୟରେ ମୂଳ ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକର ଉପଲବ୍ଧତା ସୁନିଶ୍ଚିତ କରିବ। ଏହି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଜିର ପଦକ୍ଷେପ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା […] The post ଆମାଜନରେ ମିଳିବ ଏନ୍‌ସିଇଆର୍‌ଟି ପୁସ୍ତକ: ଧର୍ମେନ୍ଦ୍ର appeared first on Dharitri Odia News.

ଆମାଜନରେ ମିଳିବ ଏନ୍‌ସିଇଆର୍‌ଟି ପୁସ୍ତକ: ଧର୍ମେନ୍ଦ୍ର

ଭୁବନେଶ୍ୱର,୮।୧୦(ସୁନିତ୍‌ ମିଶ୍ର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୋମବାର ଭାରତ ସରକାରଙ୍କ ଅଧୀନରେ ଥିବା ଏନ୍‌ସିଇଆର୍‌ଟି ଏବଂ ଅନ୍ୟତମ ସର୍ବବୃହତ ଇ-କମର୍ସ ପ୍ଲାଟଫର୍ମ ଆମାଜନ ସେଲର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ମଧ୍ୟରେ ଲେଟର୍‌ ଅଫ୍‌ ଏନ୍‌ଗେଜମେଣ୍ଟ(ଏଲ୍‌ଓଇ) ସ୍ବାକ୍ଷରିତ ହୋଇଛି। ଏହା ହେଉଛି ପ୍ରଥମ ଚୁକ୍ତି, ଯାହା ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମରେ ମୁଦ୍ରିତ ମୂଲ୍ୟରେ ମୂଳ ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକର ଉପଲବ୍ଧତା ସୁନିଶ୍ଚିତ କରିବ। ଏହି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଜିର ପଦକ୍ଷେପ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ଜାତୀୟ ଶିକ୍ଷା ନୀତିର ଭିଜନକୁ ସୁଦୃଢ଼ କରିବ। ସମଗ୍ର ଦେଶରେ ଡିଜିଟାଲ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଦେଖାଯାଇଥିବା ବେଳେ ଏହି ପଦକ୍ଷେପ ସରକାରଙ୍କ ‘ଇଜ୍‌ ଅଫ୍‌ ଲିଭିଂ’ ଲକ୍ଷ୍ୟକୁ ମଧ୍ୟ ସମର୍ଥନ କରିବ। ଏନ୍‌ସିଇଆର୍‌ଟି ୧୯୬୩ରୁ ପ୍ରାୟ ୨୨୦ କୋଟି ପୁସ୍ତକ ଓ ଜର୍ନାଲ ସହିତ ପାଠ୍ୟପୁସ୍ତକ ପ୍ରକାଶ କରି ଭାରତର ଶିକ୍ଷା ଦୃଶ୍ୟପଟକୁ ନୂଆ ଆକାର ଦେଇଛି। ଏନସିଇଆରଟି ଦେଶ ପାଇଁ ଏକ ପ୍ରମୁଖ ଥିଙ୍କଟ୍ୟାଙ୍କ୍‌ ବୋଲି ଗୁରୁତ୍ୱାରୋପ କରିବା ସହ ଦେଶବ୍ୟାପୀ ପ୍ରାୟ ୨୦ ହଜାର ପିନ୍‌ କୋଡ୍‌ ଠିକଣାରେ ଏହି ପୁସ୍ତକ ଉପଲବ୍ଧ ହେବ ବୋଲି ଧର୍ମେନ୍ଦ୍ର ଘୋଷଣା କରିଛନ୍ତି। ଏହି ପୁସ୍ତକଗୁଡ଼ିକ ଏମ୍‌ଆର୍‌ପିରେ ଉପଲବ୍ଧ ହେବା ନେଇ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ଆମାଜନ ସହ ଏନସିଇଆର୍‌ଟିର ଭାଗୀଦାରିତାକୁ ପ୍ରଶଂସା କରି ଧର୍ମେନ୍ଦ୍ର କହିଛନ୍ତି, ଏହା ଇଜ୍‌ ଅଫ୍‌ ଲିଭିଂ ଏବଂ ଶିକ୍ଷାର ଉପଲବ୍ଧତା ବୃଦ୍ଧି ଦିଗରେ ଏକ ସୁନ୍ଦର ପଦକ୍ଷେପ। ଏନସିଇଆରଟି ଚଳିତ ବର୍ଷ ୩ ଗୁଣା ଅଧିକ ପୁସ୍ତକ ପ୍ରକାଶନ ତଥା ୧୫ କୋଟି ପୁସ୍ତକ ପ୍ରକାଶ କରିବ ବୋଲି ସେ କହିଛନ୍ତି। ସେହିପରି ଅମୃତ କାଳର ୩୦୦ ନିୟୁତ ଛାତ୍ରୀଛାତ୍ରଙ୍କ ପାଇଁ ଶିକ୍ଷଣକୁ ଆନନ୍ଦଦାୟକ କରିବା ଉପରେ ସେ ପରାମର୍ଶ ଦେଇଛନ୍ତି। ଇଣ୍ଟରଆକ୍ଟିଭ୍‌ ଏବଂ ଏଆଇ ଦ୍ୱାରା ପରିଚାଳିତ ଇ-ପୁସ୍ତକର ବିକାଶ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

The post ଆମାଜନରେ ମିଳିବ ଏନ୍‌ସିଇଆର୍‌ଟି ପୁସ୍ତକ: ଧର୍ମେନ୍ଦ୍ର appeared first on Dharitri Odia News.