ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା
ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬ ଶିକ୍ଷାବର୍ଷରୁ ଏହି ନିୟମ ଲାଗୁ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଥିବାବେଳେ ପିଲାଙ୍କୁ ଚାପ ମୁକ୍ତ ଏବଂ ଅଧିକ ସୁଯୋଗ ଦେବା ଉଦ୍ଦେଶ୍ୟରେ ଏପରି ଯୋଜନା କରାଯାଉଛି। ତେବେ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା କିଭଳି ଅନୁଷ୍ଠିତ ହେବ, ତା’ ଉପରେ ସମସ୍ତ ପ୍ରକାରର ପଦକ୍ଷେପ ନେବାକୁ ଶିକ୍ଷା ମନ୍ତ୍ରଣାଳୟ […] The post ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା appeared first on Dharitri Odia News.
ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬ ଶିକ୍ଷାବର୍ଷରୁ ଏହି ନିୟମ ଲାଗୁ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଥିବାବେଳେ ପିଲାଙ୍କୁ ଚାପ ମୁକ୍ତ ଏବଂ ଅଧିକ ସୁଯୋଗ ଦେବା ଉଦ୍ଦେଶ୍ୟରେ ଏପରି ଯୋଜନା କରାଯାଉଛି। ତେବେ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା କିଭଳି ଅନୁଷ୍ଠିତ ହେବ, ତା’ ଉପରେ ସମସ୍ତ ପ୍ରକାରର ପଦକ୍ଷେପ ନେବାକୁ ଶିକ୍ଷା ମନ୍ତ୍ରଣାଳୟ ସିବିଏସ୍ଇକୁ କହିଛି। ଏଥିସହ ଆସନ୍ତା ମାସରେ ବୋର୍ଡ ସମସ୍ତ ସ୍କୁଲର ପ୍ରିନ୍ସିପାଲମାନଙ୍କ ସହ ଏ ସମ୍ପର୍କରେ କଥା ହେବ। ଦୁଇଥର ବୋର୍ଡ ପରୀକ୍ଷା ସମ୍ପର୍କରେ ସେମାନଙ୍କ ମତାମତ ମଧ୍ୟ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଏବେ ସେମିଷ୍ଟର ବ୍ୟବସ୍ଥା ପାଇଁ କୌଣସି ଯୋଜନା ନ ଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ୨୦୨୦ ଜାତୀୟ ଶିକ୍ଷା ନୀତି ଅଧୀନରେ ନୂତନ କରିକୁଲମ ଫ୍ରେମ୍ୱାର୍କ(ଏନ୍ସିଏଫ୍)ପ୍ରସ୍ତୁତ ହୋଇଛି। ଏହି ଏନ୍ସିଏଫ୍ରେ ବର୍ଷକୁ ଦୁଇ ଥର ସିବିଏସ୍ଇ ବୋର୍ଡ ପରୀକ୍ଷା ଆୟୋଜନର ମଧ୍ୟ ବ୍ୟବସ୍ଥା ରହିଥିବା ପୂର୍ବରୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ସେହିଭଳି ଗତ ଫେବୃଆରୀ ୨୪ରେ ମଧ୍ୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ହେବ ବୋଲି କହିଥିଲେ। ୨୦୨୫-୨୬ ଶିକ୍ଷା ବର୍ଷରୁ ଏହା ଲାଗୁ ହୋଇପାରେ ବୋଲି ସେ ସୂଚନା ଦେଇଥିଲେ।
The post ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା appeared first on Dharitri Odia News.