ବିନୀତା ଛେତ୍ରୀ ରନର୍‌ଅପ୍‌

ଲଣ୍ଡନ: ବ୍ରିଟେନ୍‌ର ଲୋକପ୍ରିୟ ରିୟଲିଟି ଶୋ’ ‘ବ୍ରିଟେନ୍ସ ଗଟ୍‌ ଟ୍ୟାଲେଣ୍ଟ’ର ଚଳିତ ସିଜନରେ ଭାରତର ୯ ବର୍ଷୀୟା ବିନୀତା ଛେତ୍ରୀ ଦ୍ୱିତୀୟ ରନର ଅପ୍‌ ହୋଇଛନ୍ତି। ଏହି ମଞ୍ଚରେ ବିନୀତା ନିଜ ନୃତ୍ୟ ଦ୍ୱାରା ଦର୍ଶକ ଏବଂ ବିଚାରକମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରି ଅନ୍ତର୍ଜାତୀୟ ସ୍ତରରେ ଭାରତର ନାମକୁ ଗୌରବାନ୍ବିତ କରିଛନ୍ତି। ଏହି ସଫଳତା ଯୋଗୁ ଦେଶବ୍ୟାପୀ ଏବେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି। ବିନୀତା ଆସାମର ହୋଇଥିବା ବେଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ତାଙ୍କର ଏକ ଭିଡିଓ […] The post ବିନୀତା ଛେତ୍ରୀ ରନର୍‌ଅପ୍‌ appeared first on Dharitri Odia News.

ବିନୀତା ଛେତ୍ରୀ ରନର୍‌ଅପ୍‌

ଲଣ୍ଡନ: ବ୍ରିଟେନ୍‌ର ଲୋକପ୍ରିୟ ରିୟଲିଟି ଶୋ’ ‘ବ୍ରିଟେନ୍ସ ଗଟ୍‌ ଟ୍ୟାଲେଣ୍ଟ’ର ଚଳିତ ସିଜନରେ ଭାରତର ୯ ବର୍ଷୀୟା ବିନୀତା ଛେତ୍ରୀ ଦ୍ୱିତୀୟ ରନର ଅପ୍‌ ହୋଇଛନ୍ତି। ଏହି ମଞ୍ଚରେ ବିନୀତା ନିଜ ନୃତ୍ୟ ଦ୍ୱାରା ଦର୍ଶକ ଏବଂ ବିଚାରକମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରି ଅନ୍ତର୍ଜାତୀୟ ସ୍ତରରେ ଭାରତର ନାମକୁ ଗୌରବାନ୍ବିତ କରିଛନ୍ତି। ଏହି ସଫଳତା ଯୋଗୁ ଦେଶବ୍ୟାପୀ ଏବେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି। ବିନୀତା ଆସାମର ହୋଇଥିବା ବେଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ତାଙ୍କର ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ଆସାମର ବୋକାଜାନ ସହରସ୍ଥିତ ବ୍ରଏଲର ଫାର୍ମ ମାଲିକ ଅମର ଛେତ୍ରୀଙ୍କର ଝିଅ ବିନୀତା ବ୍ରହ୍ମପୁତ୍ରଠାରୁ ବ୍ରିଟେନ୍‌ ପର୍ଯ୍ୟନ୍ତ ସମସ୍ତଙ୍କର ହୃଦୟ ଜିତିଛନ୍ତି। ତାଙ୍କୁ ଅନେକ ଅନେକ ଅଭିନନ୍ଦନ। ‘ବ୍ରିଟେନ୍ସ ଗଟ୍‌ ଟ୍ୟାଲେଣ୍ଟ’ ଇତିହାସର ପ୍ରଥମ ଭାରତୀୟ ପ୍ରତିଯୋଗୀ ଭାବେ ବିନୀତା ଏହାର ଫାଇନାଲରେ ପ୍ରବେଶ କରିଥିଲେ। ବ୍ରିଟିଶ୍‌ ମ୍ୟାଜିସିଆନ୍‌ ହ୍ୟାରି ମୋଲ୍ଡିଂ ‘ବ୍ରିଟେନ୍ସ ଗଟ୍‌ ଟ୍ୟାଲେଣ୍ଟ ୨୦୨୫’ର ଟାଇଟଲ ହାସଲ କରିଥିବା ବେଳେ ଏଲ୍‌ଇଡି ଡ୍ୟାନ୍ସ ଗ୍ରୁପ୍‌ ‘ଦି ବ୍ଲାକ୍‌ଆଉଟ୍ସ’ ଏହି ପ୍ରତିଯୋଗିତାରେ ପ୍ରଥମ ରନର୍‌ ଅପ୍‌ ହୋଇଥିଲା। ଗ୍ରାଣ୍ଡ ଫିନାଲେରେ ଦ୍ୱିତୀୟ ରନର ଅପ୍‌ ହେବାପରେ ଶୋ’ର ହୋଷ୍ଟ ବିନୀତାଙ୍କୁ ତାଙ୍କ ଯାତ୍ରା ବିଷୟରେ ପଚାରିଥିଲେ। ଉତ୍ତରରେ ବିନୀତା କହିଥିଲେ, ସେ ନିଜ ପାଇଁ ଗର୍ବିତ। ଏହା ତାଙ୍କ ଜୀବନର ସବୁଠାରୁ ବିଶେଷ ମୁହୂର୍ତ୍ତ। ବିନୀତାଙ୍କ ଏହି ଉକ୍ତି ଶୁଣିବା ପରେ ଦର୍ଶକମାନେ କରତାଳିରେ ତାଙ୍କୁ
ଅଭିନନ୍ଦନ ଜଣାଇଥିଲେ।

The post ବିନୀତା ଛେତ୍ରୀ ରନର୍‌ଅପ୍‌ appeared first on Dharitri Odia News.