ୟୁକ୍ରେନ ଉପରେ ଋଷିଆର କ୍ଷେପଣାସ୍ତ୍ର ଆକ୍ରମଣ, ହ୍ୟାରିପୋର୍ଟର ମହଲ ଧ୍ୱଂସ, ୫ ମୃତ
ଓଡେଶା ୧।୫: ୟୁକ୍ରେନର ଦକ୍ଷିଣ ବନ୍ଦର ନଗରୀ ଓଡେଶା ଉପରେ ଋଷିଆ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଫଳରେ ହ୍ୟାରିପୋର୍ଟର କାଷ୍ଟଲ ନାମରେ ପରିଚିତ ପ୍ରଶିଦ୍ଧ ମହଲ ଧ୍ୱଂସ୍ତ ହୋଇଛି। ଋଷିଆର ଏହି କ୍ଷେପଣାସ୍ତ୍ର ମାଡ଼ରେ ଅନୁନ୍ୟ ୫ ଜଣ ପ୍ରାଣ ହରାଇଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି। ସମାଚାର ପୋର୍ଟାଲ ‘ଦି ଇଣ୍ଡିପେଣ୍ଡେଣ୍ଟ’ ରିପୋର୍ଟ ଅନୁସାରେ ଗୋଥିକ ଶୈଳୀରେ ନିର୍ମିତ କାଷ୍ଟଲ ସହିତ ଆଖପାଖରେ ଥିବା ଆବାସୀୟ ବିଲ୍ଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି ହ୍ୟାରିପୋର୍ଟର କାଷ୍ଟଲରେ ଏକ ଘରୋଇ ଲ ଇନିଷ୍ଟିଚ୍ୟୁଟ୍ ଚାଲୁଥିଲା। କ୍ଷେପଣାସ୍ତ୍ର ଆକ୍ରମଣ ପରେ ଉତ୍ତୋଳିତ ହୋଇଥିବା ଭିଡିଓରେ କାଷ୍ଟଲରେ ନିଆଁ ଲାଗିଯାଇଥିବା ଦେଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ ୟୁକ୍ରେନ ଉପରେ ଏ ପର୍ଯ୍ୟନ୍ତ ହୋଇଥିବା ଋଷିଆର ବଡ଼ ଆକ୍ରମଣ ମଧ୍ୟରେ ଓଡେଶା ଆକ୍ରମଣ ଅନ୍ୟତମ। ଏଥିରେ ଋଷୀୟ ସେନା ସହର ଉପରକୁ କ୍ଷେପଣାସ୍ତ୍ର, ଡ୍ରୋନ ଓ ବୋମା ମାଡ଼ କରିଛନ୍ତି। ଫଳରେ ସମୁଦ୍ର କୂଳରେ ଅବସ୍ଥିତ ପ୍ରଶିଦ୍ଧ ଶିକ୍ଷଣାନୁଷ୍ଠାନରେ ନିଆଁ ଲାଗିଯାଇଛି। ପାଖାପାଖି ୨୫ ମାସ ପୂର୍ବେ ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରେ ବନ୍ଦର ସହର ଓଡେଶା ଲାଗାତର ଋଷୀୟ କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣର ଶିକାର ହୋଇଆସୁଛି। ଗଭର୍ଣ୍ଣର ଓଲେହ କିପର ଟେଲିଗ୍ରାମରେ ଉଲ୍ଲେଖ କରିଛନ୍ତି ଯେ ଋଷିଆର ଏହି ଆକ୍ରମଣରେ ଜଣେ ଗର୍ଭବତୀ ମହିଳା ଓ ୪ ବର୍ଷର ଶିଶୁ ସମେତ ୩୨ ଜଣ ଲୋକ ଆହତ ହୋଇଛନ୍ତ
ଓଡେଶା ୧।୫: ୟୁକ୍ରେନର ଦକ୍ଷିଣ ବନ୍ଦର ନଗରୀ ଓଡେଶା ଉପରେ ଋଷିଆ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଫଳରେ ହ୍ୟାରିପୋର୍ଟର କାଷ୍ଟଲ ନାମରେ ପରିଚିତ ପ୍ରଶିଦ୍ଧ ମହଲ ଧ୍ୱଂସ୍ତ ହୋଇଛି। ଋଷିଆର ଏହି କ୍ଷେପଣାସ୍ତ୍ର ମାଡ଼ରେ ଅନୁନ୍ୟ ୫ ଜଣ ପ୍ରାଣ ହରାଇଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି। ସମାଚାର ପୋର୍ଟାଲ ‘ଦି ଇଣ୍ଡିପେଣ୍ଡେଣ୍ଟ’ ରିପୋର୍ଟ ଅନୁସାରେ ଗୋଥିକ ଶୈଳୀରେ ନିର୍ମିତ କାଷ୍ଟଲ ସହିତ ଆଖପାଖରେ ଥିବା ଆବାସୀୟ ବିଲ୍ଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ଏହି ହ୍ୟାରିପୋର୍ଟର କାଷ୍ଟଲରେ ଏକ ଘରୋଇ ଲ ଇନିଷ୍ଟିଚ୍ୟୁଟ୍ ଚାଲୁଥିଲା। କ୍ଷେପଣାସ୍ତ୍ର ଆକ୍ରମଣ ପରେ ଉତ୍ତୋଳିତ ହୋଇଥିବା ଭିଡିଓରେ କାଷ୍ଟଲରେ ନିଆଁ ଲାଗିଯାଇଥିବା ଦେଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ ୟୁକ୍ରେନ ଉପରେ ଏ ପର୍ଯ୍ୟନ୍ତ ହୋଇଥିବା ଋଷିଆର ବଡ଼ ଆକ୍ରମଣ ମଧ୍ୟରେ ଓଡେଶା ଆକ୍ରମଣ ଅନ୍ୟତମ। ଏଥିରେ ଋଷୀୟ ସେନା ସହର ଉପରକୁ କ୍ଷେପଣାସ୍ତ୍ର, ଡ୍ରୋନ ଓ ବୋମା ମାଡ଼ କରିଛନ୍ତି। ଫଳରେ ସମୁଦ୍ର କୂଳରେ ଅବସ୍ଥିତ ପ୍ରଶିଦ୍ଧ ଶିକ୍ଷଣାନୁଷ୍ଠାନରେ ନିଆଁ ଲାଗିଯାଇଛି।

ପାଖାପାଖି ୨୫ ମାସ ପୂର୍ବେ ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରେ ବନ୍ଦର ସହର ଓଡେଶା ଲାଗାତର ଋଷୀୟ କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣର ଶିକାର ହୋଇଆସୁଛି। ଗଭର୍ଣ୍ଣର ଓଲେହ କିପର ଟେଲିଗ୍ରାମରେ ଉଲ୍ଲେଖ କରିଛନ୍ତି ଯେ ଋଷିଆର ଏହି ଆକ୍ରମଣରେ ଜଣେ ଗର୍ଭବତୀ ମହିଳା ଓ ୪ ବର୍ଷର ଶିଶୁ ସମେତ ୩୨ ଜଣ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ବ୍ୟତୀତ ଷ୍ଟ୍ରୋକରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।
ୟୁକ୍ରେନ ନୌସେନା ମୁଖପାତ୍ର ଦିମିତ୍ରୋ ପ୍ଲେଟେନଚୁକ୍ ଟେଲିଗ୍ରାମ ଚ୍ୟାନେଲରେ ଏକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ଆକ୍ରମଣରେ କ୍ଲଷ୍ଟର ୱାରହେଡ ସହିତ ଇସ୍କନ୍ଦର ଏମ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ବ୍ୟବହାର ହୋଇଛି। ଏପରି କ୍ଷେପଣାସ୍ତ୍ରକୁ ଅଟକାଇବା କଠିନ। ତେବେ ଋଷିଆ ତାଜା ଆକ୍ରମଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇ ନାହିଁ।