ୟୁକ୍ରେନ୍‌ ଉପରେ ଋଷ ମାଡ଼ କରିଥିବା ଘାତକ ମିସାଇଲର ପ୍ରଡକ୍ସନ ବଢ଼ାଇବାକୁ ପୁଟିନଙ୍କୁ ନିର୍ଦ୍ଦେଶ

ମସ୍କୋ: ଆମେରିକା ୟୁକ୍ରେନ୍‌କୁ ଯେତେ ଯୁଦ୍ଧ ସହାୟତା ଦେଉଛି ଋଷ ସେତେ ଘାତକ ପ୍ରହାର କରୁଛି। ଗୁରୁବାର ୟୁକ୍ରେନ୍ ଉପରେ ଋଷ ହାଇପରସୋନିକ ଅରେଶନିକ ମିସାଇଲ୍ ମାଡ଼ କରିଥିଲା। ଏହି ମିଶାଇଲ୍‌କୁ ଟ୍ରାକ୍‌ କରି ରକେଟ୍‌ ମାଡ଼ କରି ହେବ ନାହିଁ ବୋଲି ପୁଟିନ କହିଛନ୍ତି। ମିଶାଇଲ୍‌ ପ୍ରଡକ୍ସନ ବଢ଼ାଇବାକୁ ଶୁକ୍ରବାର ରାଷ୍ଟ୍ରପତି ପୁଟିନ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ପୁଟିନ କହିଛନ୍ତି “ଆଜି ବିଶ୍ୱରେ ଏଭଳି ମିସାଇଲ୍‌ର କୌଣସି ଜବାବ ନାହିଁ, କେହି ଏହାକୁ ଅଟକାଇ ପାରିବେ ନାହିଁ। ଏବଂ ମୁଁ ପୁଣିଥରେ କହିବାକୁ ଚାହେଁ ଯେ ଆମେ ଏହାର ନୂଆ ସିଷ୍ଟମର ପରୀକ୍ଷା ଜାରି ରଖିବୁ। କାରଣ ଏହାର ଉତ୍ପଦାନ ଧାରା ଜାରି ରଖିବାର ଆବଶ୍ୟକତା ରହିଛି।”ଅନ୍ୟପଟେ ୟୁକ୍ରେନ୍ ଉପରେ ଋଷ ମାଡ଼ କରିଥିବା ମିସାଇଲ୍‌କୁ ନେଇ ୟୁକ୍ରେନ୍ ତଦନ୍ତ ରିପୋର୍ଟ ଦେଇଛି। ୟୁକ୍ରେନ୍‌ର ନିପ୍ରୋ ସହରରେ ଋଷ ଯେଉଁ ମିସାଇଲ ମାଡ଼ କରିଥିଲା ତା’ର ଗତୀ ୧୩ ହଜାର କିମି ଥିଲା। ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଏହି ମିସାଇଲ୍ ମାତ୍ର ୧୫ ମିନିଟ୍ ସମୟ ନେଇଥିଲା। ଋଷର ଅସ୍ତ୍ରାଖାନ ରୁ ମିସାଇଲ୍ ଲଞ୍ଚ୍ ହୋଇ ମାତ୍ର ୧୫ ମିନିଟ୍‌ରେ ନିପ୍ରୋରେ ମାଡ଼ ହୋଇଥିଲା ବୋଲି ୟୁକ୍ରେନ୍ ସେନାର ଗୁଇନ୍ଦା ସୂଚନା ଦେଇଛି। ଏଥିରେ ୬ଟି ୱାରହେଡ୍ ଥିଲେ। ପ୍ରତ୍ୟେକ ୱାରହେଡ୍‌ରେ ୬ଟି ଉପଯୁଦ୍ଧ ହତିଆର(ସବମ୍ୟୁନିସନ) ଥିଲା।  

ୟୁକ୍ରେନ୍‌ ଉପରେ ଋଷ ମାଡ଼ କରିଥିବା ଘାତକ ମିସାଇଲର ପ୍ରଡକ୍ସନ ବଢ଼ାଇବାକୁ ପୁଟିନଙ୍କୁ ନିର୍ଦ୍ଦେଶ

ମସ୍କୋ: ଆମେରିକା ୟୁକ୍ରେନ୍‌କୁ ଯେତେ ଯୁଦ୍ଧ ସହାୟତା ଦେଉଛି ଋଷ ସେତେ ଘାତକ ପ୍ରହାର କରୁଛି। ଗୁରୁବାର ୟୁକ୍ରେନ୍ ଉପରେ ଋଷ ହାଇପରସୋନିକ ଅରେଶନିକ ମିସାଇଲ୍ ମାଡ଼ କରିଥିଲା। ଏହି ମିଶାଇଲ୍‌କୁ ଟ୍ରାକ୍‌ କରି ରକେଟ୍‌ ମାଡ଼ କରି ହେବ ନାହିଁ ବୋଲି ପୁଟିନ କହିଛନ୍ତି। ମିଶାଇଲ୍‌ ପ୍ରଡକ୍ସନ ବଢ଼ାଇବାକୁ ଶୁକ୍ରବାର ରାଷ୍ଟ୍ରପତି ପୁଟିନ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ପୁଟିନ କହିଛନ୍ତି “ଆଜି ବିଶ୍ୱରେ ଏଭଳି ମିସାଇଲ୍‌ର କୌଣସି ଜବାବ ନାହିଁ, କେହି ଏହାକୁ ଅଟକାଇ ପାରିବେ ନାହିଁ। ଏବଂ ମୁଁ ପୁଣିଥରେ କହିବାକୁ ଚାହେଁ ଯେ ଆମେ ଏହାର ନୂଆ ସିଷ୍ଟମର ପରୀକ୍ଷା ଜାରି ରଖିବୁ। କାରଣ ଏହାର ଉତ୍ପଦାନ ଧାରା ଜାରି ରଖିବାର ଆବଶ୍ୟକତା ରହିଛି।”

ଅନ୍ୟପଟେ ୟୁକ୍ରେନ୍ ଉପରେ ଋଷ ମାଡ଼ କରିଥିବା ମିସାଇଲ୍‌କୁ ନେଇ ୟୁକ୍ରେନ୍ ତଦନ୍ତ ରିପୋର୍ଟ ଦେଇଛି। ୟୁକ୍ରେନ୍‌ର ନିପ୍ରୋ ସହରରେ ଋଷ ଯେଉଁ ମିସାଇଲ ମାଡ଼ କରିଥିଲା ତା’ର ଗତୀ ୧୩ ହଜାର କିମି ଥିଲା। ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଏହି ମିସାଇଲ୍ ମାତ୍ର ୧୫ ମିନିଟ୍ ସମୟ ନେଇଥିଲା। ଋଷର ଅସ୍ତ୍ରାଖାନ ରୁ ମିସାଇଲ୍ ଲଞ୍ଚ୍ ହୋଇ ମାତ୍ର ୧୫ ମିନିଟ୍‌ରେ ନିପ୍ରୋରେ ମାଡ଼ ହୋଇଥିଲା ବୋଲି ୟୁକ୍ରେନ୍ ସେନାର ଗୁଇନ୍ଦା ସୂଚନା ଦେଇଛି। ଏଥିରେ ୬ଟି ୱାରହେଡ୍ ଥିଲେ। ପ୍ରତ୍ୟେକ ୱାରହେଡ୍‌ରେ ୬ଟି ଉପଯୁଦ୍ଧ ହତିଆର(ସବମ୍ୟୁନିସନ) ଥିଲା।