ୟୁକ୍ରେନ୍‌ରେ ପୁଣି ଭୟଙ୍କର ଆଟାକ କଲା ଋଷ: ୪୧ ମୃତ ୧୮୦ ଆହତ

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ଋଷ ମାନବିକତାର ହତ୍ୟା କରି ଚାଲିଛି। ମଙ୍ଗଳବାର ଋଷ ଦୁଇଟି ବାଲିଷ୍ଟିକ୍ ମିସାଇଲ ମାଡ଼ କରିବାରୁ ଏଥିରେ ୪୧ ଜଣଙ୍କର ମୃତ୍ୟ ହୋଇଛି। ୧୮୦ ଜଣ ଆହତ ହୋଇଛନ୍ତି। ୟୁକ୍ରେନ୍‌ର ସେଣ୍ଟ୍ରାଲ ରିଜନରେ ଥିବା ଏକ ଶିକ୍ଷା କେନ୍ଦ୍ର ଉପରେ ଏହି ଆକ୍ରମଣ କରାଯାଇଛି। ଏନେଇ ମଙ୍ଗଳବାର ଆସୋସିଏଟ୍ ପ୍ରେସ୍‌କୁ ପ୍ରତିକ୍ରିୟା ଦେଇ କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି।   ୟୁକ୍ରେନର ସେଣ୍ଟ୍ରାଲ ପୋଲଟାଭା ଅଞ୍ଚଳରେ ଋଷ ଏହି ବଡ଼ ଆକ୍ରମଣ କରିଛି। ରକେଟ ମାଡ଼ରେ ଇନଷ୍ଟୁଚ୍ୟୁଟ୍ ଅଫ୍ କମ୍ୟୁନିକେଶନ ବିଲ୍ଡିଂରେ ଗୋଟିଏ ପାର୍ଶ୍ୱ ଭାଙ୍ଗି ଯାଇଥିବା ବେଳେ ଏଥିରେ ଅନେକ ଲୋକ ଫସି ରହିଥିଲେ। ଏମାନଙ୍କୁ ମଧ୍ୟରୁ ଅଧିକଂଶ ଲୋକଙ୍କୁ ଉଦ୍ଧାର କରାଯାଇଛି।  ମିଡିଆ ରିପୋର୍ଟ ଅନୁସାରେ, ମିଶାଇଲ ମାଡ଼ ପୂର୍ବରୁ ଏୟାର ସାଇର ବାଜିଥିଲା। ଏହାପରେ ଲୋକମାନେ ଏଥିରୁ ବଞ୍ଚିବା ପାଇଁ ଗୁମ୍ଫା ଭିତରେ ପଶି ଯାଇଥିଲେ। ତେବେ ୟୁକ୍ରେନ୍ ଏହି ଆକ୍ରମଣକୁ ନିନ୍ଦା କରିବା ସହିତ ଏହା ନିଷ୍ଠୁର ହତ୍ୟା ବୋଲି କହିଛି। ଦୁର୍ଘଟଣାରେ ପୀଡ଼ିତଙ୍କ ମଧ୍ୟରୁ ୨୫ ଉଦ୍ଧାରକାରୀ ଦଳ ଓ ମେଡିକାଲ ଟିମ୍ ଉଦ୍ଧାର କରିଛନ୍ତି। ୧୧ ଜଣଙ୍କୁ ବିଲ୍ଡିଂର ଅଳିଆ ଭିତରୁ ବାହାର କରାଯାଇଛି। ଏବେ ବି କିଛି ଲୋକ ଅଳିଆ ଭିତରେ ଫସି ରହିଥିବା କୁହାଯାଉଛି। ସୋମବାର ମଧ୍ୟ ଋଷ  ଯୁକ୍ରେନ ଉପରେ ଆକ୍ରମଣ କରିଥିଲାରିଜନାଲ ଗଭର୍ଣ୍ଣର ଇଭାନ ଫେଡୋରୋଭଙ୍କ

ୟୁକ୍ରେନ୍‌ରେ ପୁଣି ଭୟଙ୍କର ଆଟାକ କଲା ଋଷ: ୪୧ ମୃତ ୧୮୦ ଆହତ

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ଋଷ ମାନବିକତାର ହତ୍ୟା କରି ଚାଲିଛି। ମଙ୍ଗଳବାର ଋଷ ଦୁଇଟି ବାଲିଷ୍ଟିକ୍ ମିସାଇଲ ମାଡ଼ କରିବାରୁ ଏଥିରେ ୪୧ ଜଣଙ୍କର ମୃତ୍ୟ ହୋଇଛି। ୧୮୦ ଜଣ ଆହତ ହୋଇଛନ୍ତି। ୟୁକ୍ରେନ୍‌ର ସେଣ୍ଟ୍ରାଲ ରିଜନରେ ଥିବା ଏକ ଶିକ୍ଷା କେନ୍ଦ୍ର ଉପରେ ଏହି ଆକ୍ରମଣ କରାଯାଇଛି। ଏନେଇ ମଙ୍ଗଳବାର ଆସୋସିଏଟ୍ ପ୍ରେସ୍‌କୁ ପ୍ରତିକ୍ରିୟା ଦେଇ କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି।   

ୟୁକ୍ରେନର ସେଣ୍ଟ୍ରାଲ ପୋଲଟାଭା ଅଞ୍ଚଳରେ ଋଷ ଏହି ବଡ଼ ଆକ୍ରମଣ କରିଛି। ରକେଟ ମାଡ଼ରେ ଇନଷ୍ଟୁଚ୍ୟୁଟ୍ ଅଫ୍ କମ୍ୟୁନିକେଶନ ବିଲ୍ଡିଂରେ ଗୋଟିଏ ପାର୍ଶ୍ୱ ଭାଙ୍ଗି ଯାଇଥିବା ବେଳେ ଏଥିରେ ଅନେକ ଲୋକ ଫସି ରହିଥିଲେ। ଏମାନଙ୍କୁ ମଧ୍ୟରୁ ଅଧିକଂଶ ଲୋକଙ୍କୁ ଉଦ୍ଧାର କରାଯାଇଛି।  

ମିଡିଆ ରିପୋର୍ଟ ଅନୁସାରେ, ମିଶାଇଲ ମାଡ଼ ପୂର୍ବରୁ ଏୟାର ସାଇର ବାଜିଥିଲା। ଏହାପରେ ଲୋକମାନେ ଏଥିରୁ ବଞ୍ଚିବା ପାଇଁ ଗୁମ୍ଫା ଭିତରେ ପଶି ଯାଇଥିଲେ। ତେବେ ୟୁକ୍ରେନ୍ ଏହି ଆକ୍ରମଣକୁ ନିନ୍ଦା କରିବା ସହିତ ଏହା ନିଷ୍ଠୁର ହତ୍ୟା ବୋଲି କହିଛି। ଦୁର୍ଘଟଣାରେ ପୀଡ଼ିତଙ୍କ ମଧ୍ୟରୁ ୨୫ ଉଦ୍ଧାରକାରୀ ଦଳ ଓ ମେଡିକାଲ ଟିମ୍ ଉଦ୍ଧାର କରିଛନ୍ତି। ୧୧ ଜଣଙ୍କୁ ବିଲ୍ଡିଂର ଅଳିଆ ଭିତରୁ ବାହାର କରାଯାଇଛି। ଏବେ ବି କିଛି ଲୋକ ଅଳିଆ ଭିତରେ ଫସି ରହିଥିବା କୁହାଯାଉଛି। ସୋମବାର ମଧ୍ୟ ଋଷ  ଯୁକ୍ରେନ ଉପରେ ଆକ୍ରମଣ କରିଥିଲା
ରିଜନାଲ ଗଭର୍ଣ୍ଣର ଇଭାନ ଫେଡୋରୋଭଙ୍କ ଅନୁଯାୟୀ ଗତ ଦୁଇ ଦିନ ମଧ୍ୟରେ ୟୁକ୍ରେନ ୧୧ ଟି ଜନବହୁଳ ସ୍ଥାନରେ ୩୧୩ ଟି ଆକ୍ରମଣ ଏବଂ ଗୁଳି ବିନିମୟ କରାଯାଇଛି। ମିସାଇଲ ଆଟାକାରେ ଏହି ଅଞ୍ଚଳଗୁଡିକରେ ୟୁକ୍ରେନ୍‌ର ପ୍ରଶାସନିକ କେନ୍ଦ୍ର ଜାପୋରିଝିଝିଆ ସହର ସମେତ ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଛି।