ୟୁଜିସି ନିୟମ ଉଲ୍ଲଂଘନକାରୀ ତାଲିକାରେ ମହାରାଷ୍ଟ୍ରର ୨୬ ବିଶ୍ବବିଦ୍ୟାଳୟ
ପୁଣେ: ୟୁନିଭର୍ସିଟି ଗ୍ରାଣ୍ଟସ୍ କମିସନ (ୟୁଜିସି)ର ନିୟମକୁ ଅନେକ ବିଶ୍ବବିଦ୍ୟାଳୟ ଉଲ୍ଲଂଘନ କରିଛନ୍ତି। ତେବେ ୟୁଜିସିର ଏକ ନିୟମ ଅନୁସାରେ, ଛାତ୍ରଛାତ୍ରୀଙ୍କ ଅଭିଯୋଗର ସମାଧାନ ପାଇଁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଅମ୍ବୁଡସପର୍ସନ (ଲୋକପାଳ) ନିଯୁକ୍ତ କରିବେ। କିନ୍ତୁ ମହାରାଷ୍ଟ୍ରରେ ୧୭ଟି ରାଜ୍ୟ (ସରକାରୀ) ବିଶ୍ବବିଦ୍ୟାଳୟ ଓ ୯ଟି ଘରୋଇ ବିଶ୍ବବିଦ୍ୟାଳୟ ଏହି ନିୟମ ଉଲ୍ଲଂଘନ କରିଛନ୍ତି। ନିକଟରେ ୟୁଜିସି ପକ୍ଷରୁ ନିୟମ ଉଲ୍ଲଂଘନକାରୀ ତାଲିକା ପ୍ରକାଶ ପାଇଛି। ଆଗାମୀ ୩୦ ଦିନ ମଧ୍ୟରେ ଲୋକପାଳ ଓ ଛାତ୍ରଛାତ୍ରୀଙ୍କ ଅଭିଯୋଗ […]

ପୁଣେ: ୟୁନିଭର୍ସିଟି ଗ୍ରାଣ୍ଟସ୍ କମିସନ (ୟୁଜିସି)ର ନିୟମକୁ ଅନେକ ବିଶ୍ବବିଦ୍ୟାଳୟ ଉଲ୍ଲଂଘନ କରିଛନ୍ତି। ତେବେ ୟୁଜିସିର ଏକ ନିୟମ ଅନୁସାରେ, ଛାତ୍ରଛାତ୍ରୀଙ୍କ ଅଭିଯୋଗର ସମାଧାନ ପାଇଁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଅମ୍ବୁଡସପର୍ସନ (ଲୋକପାଳ) ନିଯୁକ୍ତ କରିବେ। କିନ୍ତୁ ମହାରାଷ୍ଟ୍ରରେ ୧୭ଟି ରାଜ୍ୟ (ସରକାରୀ) ବିଶ୍ବବିଦ୍ୟାଳୟ ଓ ୯ଟି ଘରୋଇ ବିଶ୍ବବିଦ୍ୟାଳୟ ଏହି ନିୟମ ଉଲ୍ଲଂଘନ କରିଛନ୍ତି। ନିକଟରେ ୟୁଜିସି ପକ୍ଷରୁ ନିୟମ ଉଲ୍ଲଂଘନକାରୀ ତାଲିକା ପ୍ରକାଶ ପାଇଛି। ଆଗାମୀ ୩୦ ଦିନ ମଧ୍ୟରେ ଲୋକପାଳ ଓ ଛାତ୍ରଛାତ୍ରୀଙ୍କ ଅଭିଯୋଗ ସମାଧାନ କମିଟି (ଏସ୍ଜିଆର୍ସି) ନିଯୁକ୍ତ କରିବା ସହ ଏନେଇ ଆବଶ୍ୟକ ସୂଚନା, ଲୋକପାଳ ଓ କମିଟି ସଦସ୍ୟଙ୍କ ମୋବାଇଲ୍ ନମ୍ବର, ଇମେଲ୍ ଠିକଣା ଆଦି ସର୍ବସାଧାରଣ ଅବଗତି ନିମନ୍ତେ ୱେବ୍ସାଇଟରେ ଦର୍ଶାଇବାକୁ ନିର୍ଦ୍ଦେଶ ଦିଆଯାଇଛି। କମିଶନର ସଚିବ ମନୀଶ ଯୋଶୀ କହିଛନ୍ତି ,୨୦୨୩ ଏପ୍ରିଲ୍ ୧୧ରେ ଲୋକପାଳ ନିଯୁକ୍ତି ଆଇନ ସମ୍ପର୍କରେ ଯୁଜିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏପ୍ରିଲ୍ ୧୨ରେ ସମସ୍ତ ବିଶ୍ବବିଦ୍ୟାଳୟକୁ ଏହି ଆଇନାନୁସାରେ ପଦକ୍ଷେପ ନେବାକୁ ଚିଠି ଲେଖାଯାଇଥିଲା। ଏହାପରେ, କ୍ରମାଗତ ଭାବେ ଚିଠି ଲେଖାଯାଇଥିଲେ ମଧ୍ୟ ଅନେକ ବିଶ୍ବବିଦ୍ୟାଳୟ ଏହାକୁ ପାଳନ କରିନାହାନ୍ତି।