ୟୁନିଟ ୮ ଅଞ୍ଚଳରେ ବୋମାମାଡ, ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ
ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ ୮ ଅଞ୍ଚଳରେ ବୋମାମାଡ । କେଶରୀ ଆପର୍ଟମେଣ୍ଟରେ ହୋଇଛି ବୋମାମାଡ । ୨୦୦୬ ର ଏହି ପୁରୁଣା ଆପର୍ଟମେଣ୍ଟରେ ୮୯ ଜଣ ଲୋକ ରହୁଛନ୍ତି । ଏହାର କମ୍ୟୁନିଟି ହଲରେ ଗତ ରାତିରେ ଦୁଇଟି ବୋମା ପକାଇ ଦୁଇ ମୋଟର ସାଇକେଲରେ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ। ତେବେ ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଯଦିଓ ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି […] The post ୟୁନିଟ ୮ ଅଞ୍ଚଳରେ ବୋମାମାଡ, ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ appeared first on KNews Odisha.

ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ ୮ ଅଞ୍ଚଳରେ ବୋମାମାଡ । କେଶରୀ ଆପର୍ଟମେଣ୍ଟରେ ହୋଇଛି ବୋମାମାଡ । ୨୦୦୬ ର ଏହି ପୁରୁଣା ଆପର୍ଟମେଣ୍ଟରେ ୮୯ ଜଣ ଲୋକ ରହୁଛନ୍ତି । ଏହାର କମ୍ୟୁନିଟି ହଲରେ ଗତ ରାତିରେ ଦୁଇଟି ବୋମା ପକାଇ ଦୁଇ ମୋଟର ସାଇକେଲରେ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ। ତେବେ ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଯଦିଓ ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି ତେବେ ରାତି ୯.୩୦ ରେ କିଏ କାହିଁକି ବୋମା ପକାଇଲା ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।
ସୂଚନା ଅନୁଯାଇ, ୨୦୦୬ ର ଏହି ପୁରୁଣା ଆପାର୍ଟମେଣ୍ଟରେ ରହିଛନ୍ତି ଚାରି ପାର୍ଟନର। କମ୍ୟୁନିଟି ହଲକୁ ନେଇ ବିରୋଧ ହେଉଥିଲା। ତେବେ କିଏ କରିଛି ବୋମା ମାଡ଼ ? ଘଟଣାର ୧୨ଘଣ୍ଟା ପରେ ମଧ୍ୟ ପୋଲିସ ହାତ ଖାଲି। ସିସିଟିଭି ଫୁଟେଜ ଯାଞ୍ଚ କରୁଛି କହୁଚି ପୋଲିସ। କିଛିଦିନ ପୂର୍ବେ ଇନ୍ଫୋ ଭ୍ୟାଲି ଅଞ୍ଚଳରେ ମଧ୍ୟ ଏକ ବୋମାମାଡ ହୋଇଥିଲା। କମିଶନରେଟ ପୋଲିସ ଏହାର ମଧ୍ୟ କିଛି ଟେର ପାଉନି।
The post ୟୁନିଟ ୮ ଅଞ୍ଚଳରେ ବୋମାମାଡ, ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ appeared first on KNews Odisha.