ୟୁନିଟ୍ ୧ ଆଦିବାସୀ ପଡ଼ିଆରେ ଆରମ୍ଭ ହେଲା ଆଦିବାସୀ ମେଳା, ଭିଡିଓ କନଫରେନସରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୟୁନିଟ୍ ୧ ଆଦିବାସୀ ପଡ଼ିଆରେ ଆରମ୍ଭ ହେଲା ଆଦିବାସୀ ମେଳା । ଭିଡିଓ କନଫରେନସ ମାଧ୍ୟମରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି କଲ୍ୟାଣ ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ବିଭାଗ ଅନୁକୁଲ୍ୟରେ ଆଦିବାସୀ ଭାଷା ଓ ସଂସ୍କୃତି ପ୍ରତିଷ୍ଠାନ ଭୁବନେଶ୍ୱର ଦ୍ୱାରା ଏହି ମେଳା ଆୟୋଜିତ ହୋଇଛି । ୧୦୯ ଷ୍ଟଲ୍ ଲାଗିଥିବା ବେଳେ ମେଳାରେ ମୁଖ୍ୟ ଆକର୍ଷଣ ସାଜିଛି ୧୦ ଟି […] The post ୟୁନିଟ୍ ୧ ଆଦିବାସୀ ପଡ଼ିଆରେ ଆରମ୍ଭ ହେଲା ଆଦିବାସୀ ମେଳା, ଭିଡିଓ କନଫରେନସରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ appeared first on KNews Odisha.

ୟୁନିଟ୍ ୧ ଆଦିବାସୀ ପଡ଼ିଆରେ ଆରମ୍ଭ ହେଲା ଆଦିବାସୀ ମେଳା, ଭିଡିଓ କନଫରେନସରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
adivasi mela

ଭୁବନେଶ୍ୱର : ୟୁନିଟ୍ ୧ ଆଦିବାସୀ ପଡ଼ିଆରେ ଆରମ୍ଭ ହେଲା ଆଦିବାସୀ ମେଳା । ଭିଡିଓ କନଫରେନସ ମାଧ୍ୟମରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି କଲ୍ୟାଣ ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ବିଭାଗ ଅନୁକୁଲ୍ୟରେ ଆଦିବାସୀ ଭାଷା ଓ ସଂସ୍କୃତି ପ୍ରତିଷ୍ଠାନ ଭୁବନେଶ୍ୱର ଦ୍ୱାରା ଏହି ମେଳା ଆୟୋଜିତ ହୋଇଛି । ୧୦୯ ଷ୍ଟଲ୍ ଲାଗିଥିବା ବେଳେ ମେଳାରେ ମୁଖ୍ୟ ଆକର୍ଷଣ ସାଜିଛି ୧୦ ଟି ଜନଜାତିଙ୍କ ଘର।

ବିଶେଷକରି ଚଳିତବର୍ଷ କୁଟିଆ କନ୍ଧ, ସାନ୍ତାଳୀ, ଖଡିଆ ,ମାଙ୍କିଡ଼ିଆ, ଜୁଆଙ୍ଗ, ଡଙ୍ଗରିଆ କନ୍ଧ, ଲାଞ୍ଜିଆ ସୌରା, ବଣ୍ଡା ଓ ଚକୁଟିଆ ଭୁଞ୍ଜିଆ ପ୍ରମୁଖ ଜନଜାତି ସମ୍ପ୍ରଦାୟର ଚାଲିଚଳଣୀ ,ସେମାନଙ୍କ ଘର ସ୍ମାର୍ଟସିଟିବାସୀଙ୍କ ମନୋରଞ୍ଜନ କରୁଛି । ଉଦଘାଟନୀ ଅବସରରେ ମନ୍ତ୍ରୀ ଜଗନ୍ନାଥ ସାରକି ଷ୍ଟଲ୍ ଗୁଡ଼ିକ ବୁଲିବା ସହ ଦାରିଂବାଡିର ହର୍ବାଲ ଟି ପିଇଥିଲେ । କିଛି ବ୍ୟବସାୟୀଙ୍କୁ ଉପହାର ମଧ୍ୟ ଦେଇଛନ୍ତି ।

ତେବେ ମେଳାରେ ଆଦିବାସୀ ଅଞ୍ଚଳର ଜିନିଷ କିଣାବିକା ସାଙ୍ଗକୁ ସନ୍ଧ୍ୟାରେ ଝୁମିବେ ସ୍ମାର୍ଟସିଟି ବାସୀ । ଗୋଟିଏ ସ୍ଥାନରେ ଜମିବ ଖାଦ୍ୟପେୟ, ସଂସ୍କୃତି ଓ ଆଦିବାସୀଙ୍କ ନିତିଦିନିଆ ଚାଲିଚଳନିର ଆସର । ଚଳିତ ବର୍ଷ ଆଦିବାସୀ ମେଳା ଆଜି ଠାରୁ ଆରମ୍ଭ ହୋଇ ଫେବୃଆରି ୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ବ୍ୟାପି ଚାଲିବ ।

ଏହି ମେଳା ପ୍ରତିଦିନ ଅପରାହ୍ନ ୨ଟା ୩୦ ରୁ ରାତି ୯ଟା ଯାଏଁ ଖୋଲାରହିବ । ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ୬ଟା ୩୦ ରୁ ୮ ଟା ୩୦ ଯାଏଁ ଚାଲିବ। ଚଳିତ ବର୍ଷ ଆଦିବାସୀ ମେଳାରେ ବିଭିନ୍ନ ଜିଲ୍ଲାରୁ ଭିନ୍ନ ଭିନ୍ନ ଜନଜାତି ସମ୍ପ୍ରଦାୟର ୪୪ ଗୋଟି ଦଳ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଲୋକଙ୍କ ମନୋରଞ୍ଜନ କରିବେ ।

ଏହି ମେଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ଜାତି ଓ ଜନଜାତି ଶ୍ରେଣୀର ଲୋକ ଅଂଶଗ୍ରହଣ କରିବେ । ଆଦିବାସୀମାନଙ୍କର ହସ୍ତଶିଳ୍ପ, କଳାକୃତି, କୃଷିଜାତ ସାମଗ୍ରୀ ଏବଂ ସେମାନଙ୍କ ଦ୍ୱାରା ଜଙ୍ଗଲରୁ ସଂଗୃହୀତ ଦ୍ରବ୍ୟ ଗୁଡ଼ିକ ପ୍ରଦର୍ଶିତ କରାଇବା ଓ ସେସବୁର ବିକ୍ରି ନିମନ୍ତେ ଏକ ବଜାର ସୃଷ୍ଟି କରିବା ମେଳାର ମୁଖ୍ୟ ଉଦ୍ଦେଶ୍ୟ ରହିଥିବା ବେଳେ ଜନଜାତି ବର୍ଗଙ୍କର ସଂସ୍କୃତି, ନୃତ୍ୟ, ସଙ୍ଗୀତ ଓ ଜୀବନଯାପନ ଶୈଳୀକୁ ରାଜ୍ୟ ବାସୀଙ୍କ ସହ ପରିଚିତ କରାଇବା ମଧ୍ୟ ଅନ୍ୟ ଏକ ଲକ୍ଷ୍ୟ ରହିଛି ।

The post ୟୁନିଟ୍ ୧ ଆଦିବାସୀ ପଡ଼ିଆରେ ଆରମ୍ଭ ହେଲା ଆଦିବାସୀ ମେଳା, ଭିଡିଓ କନଫରେନସରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ appeared first on KNews Odisha.