ୟୁପି CMଙ୍କୁ ଧମକ ଦେଇଥିବା ଯୁବତୀକୁ ଗିରଫ କଲା ପୋଲିସ୍, ୧୦ ଦିନ ମଧ୍ୟରେ ଇସ୍ତଫା ମାଗିଥିଲେ
ମୁମ୍ଵାଇ ୦୩।୧୧; ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ । ହତ୍ୟା ଧମକ ନେଇ ମୁମ୍ବାଇ ପୋଲିସକୁ ଆସିଥିଲା ମେସେଜ । ୧୦ ଦିନ ଭିତରେ ଇସ୍ତଫା ଦେବାକୁ ମେସେଜରେ ଉଲ୍ଲେଖ କରାଯାଇଛି । ନଚେତ ବାବା ସିଦ୍ଦିକଙ୍କ ପରି ଅବସ୍ଥା କରିବାକୁ ଧମକ ଦିଆଯାଇଛି ।ସେବେଠାରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଆଲର୍ଟ ମୋଡରେ ଅଛନ୍ତି। ଧମକ ଦେଇଥିବା ମହିଳାଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି। ଏବେ ତାଙ୍କୁ ପଚରାଉଚରା ଆରମ୍ଭ କରିଛି ମୁମ୍ବାଇ ପୋଲିସ।ରବିବାର ଦିନ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବାର ଧମକ ଦେଇଥିବା ମହିଳାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ତାଙ୍କ ବୟସ ୨୪ ବର୍ଷିୟା ମହିଳା।ଧମକ ଦେଉଥିବା ମହିଳା କିଏ?ମହିଳା ଜଣକ ଫାତିମା ଖାନ ବୋଲି ଜଣାପଡିଛି। ମହିଳା ଶିକ୍ଷିତ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟାରେ ବିଏସସି କରିଛନ୍ତି। ଫାତିମା ତାଙ୍କ ପରିବାର ସହିତ ମହାରାଷ୍ଟ୍ରର ଥାନେ ଜିଲ୍ଲାର ଉଲହସନଗର ଅଞ୍ଚଳରେ ରୁହନ୍ତି। ଅଧିକାରୀ କହିଛନ୍ତି ଯେ ତାଙ୍କ ପିତା କାଠ ବ୍ୟବସାୟ କରନ୍ତି। ପୋଲିସର କହିବାନୁସାରେ, ମହିଳା ଜଣକ ଶିକ୍ଷିତ, କିନ୍ତୁ ମାନସିକ ସ୍ତରରେ ଅସ୍ଥିର।
ମୁମ୍ଵାଇ ୦୩।୧୧; ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ । ହତ୍ୟା ଧମକ ନେଇ ମୁମ୍ବାଇ ପୋଲିସକୁ ଆସିଥିଲା ମେସେଜ । ୧୦ ଦିନ ଭିତରେ ଇସ୍ତଫା ଦେବାକୁ ମେସେଜରେ ଉଲ୍ଲେଖ କରାଯାଇଛି । ନଚେତ ବାବା ସିଦ୍ଦିକଙ୍କ ପରି ଅବସ୍ଥା କରିବାକୁ ଧମକ ଦିଆଯାଇଛି ।ସେବେଠାରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଆଲର୍ଟ ମୋଡରେ ଅଛନ୍ତି। ଧମକ ଦେଇଥିବା ମହିଳାଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି। ଏବେ ତାଙ୍କୁ ପଚରାଉଚରା ଆରମ୍ଭ କରିଛି ମୁମ୍ବାଇ ପୋଲିସ।
ରବିବାର ଦିନ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବାର ଧମକ ଦେଇଥିବା ମହିଳାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ତାଙ୍କ ବୟସ ୨୪ ବର୍ଷିୟା ମହିଳା।
ଧମକ ଦେଉଥିବା ମହିଳା କିଏ?
ମହିଳା ଜଣକ ଫାତିମା ଖାନ ବୋଲି ଜଣାପଡିଛି। ମହିଳା ଶିକ୍ଷିତ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟାରେ ବିଏସସି କରିଛନ୍ତି। ଫାତିମା ତାଙ୍କ ପରିବାର ସହିତ ମହାରାଷ୍ଟ୍ରର ଥାନେ ଜିଲ୍ଲାର ଉଲହସନଗର ଅଞ୍ଚଳରେ ରୁହନ୍ତି। ଅଧିକାରୀ କହିଛନ୍ତି ଯେ ତାଙ୍କ ପିତା କାଠ ବ୍ୟବସାୟ କରନ୍ତି। ପୋଲିସର କହିବାନୁସାରେ, ମହିଳା ଜଣକ ଶିକ୍ଷିତ, କିନ୍ତୁ ମାନସିକ ସ୍ତରରେ ଅସ୍ଥିର।