ୟୁପି ବିଧାନସଭା ନିର୍ବାଚନରେ ଓଲଟିବ ସମୀକରଣ, ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି ମାରିବ ଏହି ଦଳ
ନୂଆଦିଲ୍ଲୀ,୨୨।୬: ଚଳିତ ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଇଣ୍ଡିଆ ମେଣ୍ଟ ଆଲୋଡ଼ନ ସୃଷ୍ଟି କରିଛି। ଏତିକିବେଳେ ୟୁପିରେ ଚନ୍ଦ୍ରଶେଖର ଆଜାଦଙ୍କ ଦଳ ସମସ୍ତଙ୍କୁ ଚକିତ କରିଛି। ନିଜର ଶୋଚନୀୟ ପରାଜୟକୁ ନେଇ ଭାଜପା ମୁଣ୍ଡ ପିଟୁଥିବାବେଳେ ୨୦୨୭ ବିଧାନସଭା ନିର୍ବାଚନ ନେଇ ଚିନ୍ତାରେ ପଡିଛି। ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି ଏବଂ ଇଣ୍ଡିଆ ଆଲାଇନ୍ସ ଟେନସନରେ ଅଛନ୍ତି। କାରଣ ତାଙ୍କ ରଣନୀତିକୁ ଓଳଟପାଲଟ କରିବା ପାଇଁ ଆ ଜଣେ ବଡ ଖେଳାଳି ମଇଦାନକୁ […] The post ୟୁପି ବିଧାନସଭା ନିର୍ବାଚନରେ ଓଲଟିବ ସମୀକରଣ, ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି ମାରିବ ଏହି ଦଳ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୬: ଚଳିତ ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଇଣ୍ଡିଆ ମେଣ୍ଟ ଆଲୋଡ଼ନ ସୃଷ୍ଟି କରିଛି। ଏତିକିବେଳେ ୟୁପିରେ ଚନ୍ଦ୍ରଶେଖର ଆଜାଦଙ୍କ ଦଳ ସମସ୍ତଙ୍କୁ ଚକିତ କରିଛି। ନିଜର ଶୋଚନୀୟ ପରାଜୟକୁ ନେଇ ଭାଜପା ମୁଣ୍ଡ ପିଟୁଥିବାବେଳେ ୨୦୨୭ ବିଧାନସଭା ନିର୍ବାଚନ ନେଇ ଚିନ୍ତାରେ ପଡିଛି।
୨୦୨୭ ବିଧାନସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି ଏବଂ ଇଣ୍ଡିଆ ଆଲାଇନ୍ସ ଟେନସନରେ ଅଛନ୍ତି। କାରଣ ତାଙ୍କ ରଣନୀତିକୁ ଓଳଟପାଲଟ କରିବା ପାଇଁ ଆ ଜଣେ ବଡ ଖେଳାଳି ମଇଦାନକୁ ଓହ୍ଲାଇଛନ୍ତି। କୁହାଯାଉଛି କି, ଆସନ୍ତା ୟୁପି ବିଧାନସଭା ନିର୍ବାଚନରେ ଚନ୍ଦ୍ରଶେଖର ଆଜାଦ ବିଧାନସଭା ଆସନର ଅଧିକାଂଶ ସିଟ୍ ଜିତି ପାରନ୍ତି। ପଶ୍ଚିମ ୟୁପିରେ ଥିବା ସମୀକରଣକୁ ବିଗାଡି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଲୋକ ସଭା ନିର୍ବାଚନକୁ ଦେଖିଲେ ଏହାର କାରଣ ସହଜରେ ଅନୁମେୟ କରିହେବ।
ଚନ୍ଦ୍ରଶେଖର ଆଜାଦ କେବଳ ଗୋଟିଏ ଲୋକ ସଭା ଆସନ ନାଗିନା ଜିତି ନାହାଁନ୍ତି ବରଂ ପାଞ୍ଚ ପାଞ୍ଚଟି ବିଧାନସଭା ଆସନ ମଧ୍ୟ ଜିତିଛନ୍ତି। ଚଳିତ ନିର୍ବାଚନର ଫଳାଫଳକୁ ନଜରକୁ ଆଣିଲେ ଦେଖିପାରିବେ କି, ବିଜନୋର ଜିଲାରେ ଦୁଇଟି ଲୋକ ସଭା ନିର୍ବାଚନମଣ୍ଡଳୀ ରହିଛି। ପ୍ରଥମଟି ହେଉଛି ନାଗିନା ଏବଂ ଦ୍ୱିତୀୟଟି ହେଉଛି ବିଜନୋର । ଏହି ଜିଲାଗୁଡ଼ିକରେ ଆଠଟି ବିଧାନସଭା ଅଛି। ଏଠାରେ ଚନ୍ଦ୍ରଶେଖର ଆଜାଦଙ୍କ ଦଳ ନାଗିନା, ଧାମପୁର, ନହୋଟର, ନୁରପୁର ଏବଂ ନଜୀବବାଦରେ ଦଳ ଆଗୁଆ ରହିଛି।
The post ୟୁପି ବିଧାନସଭା ନିର୍ବାଚନରେ ଓଲଟିବ ସମୀକରଣ, ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି ମାରିବ ଏହି ଦଳ appeared first on Dharitri Odia News.