ୟୁରୋ କପ୍ ଫୁଟବଲ ଫ୍ରାନ୍ସ, ସ୍ଲୋଭାକିଆ ବିଜୟୀ: ମ୍ୟାଚ୍ରେ ଆହତ ହୋଇଛନ୍ତି ଏମ୍ବାପେ
ଡସେଲ୍ଡର୍ଫ,୧୮ା୬: ଜର୍ମାନରେ ଅନୁଷ୍ଠିତ ୟୁରୋ କପ୍ ଫୁଟବଲ ୨୦୨୪ରେ ଫ୍ରାନ୍ସ ଓ ସ୍ଲୋଭାକିଆ ବିଜୟୀ ହୋଇଛନ୍ତି। ମାକ୍ସିମିଲିଆନ୍ ଓବରଙ୍କ ଆତ୍ମଘାତୀ ଗୋଲ ବଳରେ ଫ୍ରାନ୍ସ ୧-୦ରେ ଅଷ୍ଟ୍ରିଆକୁ ପରାସ୍ତ କରି ଏହାର ଅଭିଯାନ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ଶକ୍ତିଶାଳୀ ବେଲଜିୟମକୁ ସମାନ ବ୍ୟବଧାନରେ ହରଇଛି ସ୍ଲୋଭାକିଆ। ଅଷ୍ଟ୍ରିଆ ବିପକ୍ଷ ମ୍ୟାଚ୍ରେ ଫ୍ରାନ୍ସ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ତେବେ ଫ୍ରାନ୍ସ ଗୋଲ ସ୍କୋର କରି ପାରି ନ ଥିବା ବେଳେ ମାକ୍ସିମିଲିଆନ୍ ଓବର ୩୮ ତମ […] The post ୟୁରୋ କପ୍ ଫୁଟବଲ ଫ୍ରାନ୍ସ, ସ୍ଲୋଭାକିଆ ବିଜୟୀ: ମ୍ୟାଚ୍ରେ ଆହତ ହୋଇଛନ୍ତି ଏମ୍ବାପେ appeared first on Dharitri Odia News.
ଡସେଲ୍ଡର୍ଫ,୧୮ା୬: ଜର୍ମାନରେ ଅନୁଷ୍ଠିତ ୟୁରୋ କପ୍ ଫୁଟବଲ ୨୦୨୪ରେ ଫ୍ରାନ୍ସ ଓ ସ୍ଲୋଭାକିଆ ବିଜୟୀ ହୋଇଛନ୍ତି। ମାକ୍ସିମିଲିଆନ୍ ଓବରଙ୍କ ଆତ୍ମଘାତୀ ଗୋଲ ବଳରେ ଫ୍ରାନ୍ସ ୧-୦ରେ ଅଷ୍ଟ୍ରିଆକୁ ପରାସ୍ତ କରି ଏହାର ଅଭିଯାନ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ଶକ୍ତିଶାଳୀ ବେଲଜିୟମକୁ ସମାନ ବ୍ୟବଧାନରେ ହରଇଛି ସ୍ଲୋଭାକିଆ।
ଅଷ୍ଟ୍ରିଆ ବିପକ୍ଷ ମ୍ୟାଚ୍ରେ ଫ୍ରାନ୍ସ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ତେବେ ଫ୍ରାନ୍ସ ଗୋଲ ସ୍କୋର କରି ପାରି ନ ଥିବା ବେଳେ ମାକ୍ସିମିଲିଆନ୍ ଓବର ୩୮ ତମ ମିନିଟରେ ଆତ୍ମଘାତୀ ଗୋଲ ଦେଇଥିଲେ। କିଲିଆନ୍ ଏମ୍ବାପେଙ୍କ ଏକ ଷ୍ଟ୍ରାଇକ୍କୁ ହେଡର କରିବାକୁ ଚେଷ୍ଟା କରିଥିଲେ ଅଷ୍ଟ୍ରିଆ ସେଣ୍ଟର ବ୍ୟାକ୍ ମାକ୍ସିମିଲିଆନ୍ ଓବର। ଏହା ଗୋଲ ପୋଷ୍ଟ ପାର କରିବା ସହ ଫ୍ରାନ୍ସ ୧-୦ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଆଉ ଗୋଲ ହୋଇ ନ ଥିବା ବେଳେ ଫ୍ରାନ୍ସ ୧-୦ରେ ବିଜୟୀ ହୋଇଥିଲା। ଫ୍ରାନ୍ସ ସପ୍ତମ ଥର ପାଇଁ ଏକ ମେଜର ଟୁର୍ନାମେଣ୍ଟରେ ନିଜର ପ୍ରଥମ ମ୍ୟାଚ୍ ଜିତିଛି। ୟୁରୋପୀୟ ଦେଶଙ୍କ ମଧ୍ୟରେ ଏହା ଏକ ରେକର୍ଡ। ସେହିପରି ଫ୍ରାନ୍ସ ମ୍ୟାନେର ଡିଡଏର୍ ଡେସଚାମ୍ପ ନିଜ କ୍ୟାରିୟରର ୧୦୦ ତମ ବିଜୟ ହାସଲ କରିଥିଲେ।
ଅନ୍ୟ ପକ୍ଷରେ ଉଚ୍ଚମାନ୍ୟତାପ୍ରାପ୍ତ ବେଲଜିୟମକୁ ୧-୦ରେ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛି ସ୍ଲୋଭାକିଆ। ଇଭାନ୍ ସ୍ରାଞ୍ଜଙ୍କ ସପ୍ତମ ମିନିଟ ଗୋଲ ବଳରେ ଦଳ ବିଜୟୀ ହୋଇଥିଲା। ବେଲଜିୟମ ମ୍ୟାଚ୍ର ୬୧ ପ୍ରତିଶତ ସମୟ ବଲ୍କୁ ନିୟନ୍ତ୍ରଣରେ ରଖିଥିଲେ ମଧ୍ୟ ସ୍କୋର କରିବାରେ ସମର୍ଥ ହୋଇ ନ ଥିଲା। ତାରକା ଷ୍ଟ୍ରାଇକର ରୋମେଲୁ ଲୁକାକୁ ୨ ଥର ସ୍କୋର କରିଥିଲେ ମଧ୍ୟ ଭାର୍(ଡିଭିଓ ଆସିଷ୍ଟାନ୍ସ ରେଫରାଲ)ରେ ଏହାକୁ ନାକଚ କରି ଦିଆଯାଇଥିଲା।
ଅଷ୍ଟ୍ରିଆ ବିପକ୍ଷ ୟୁରୋ କପ୍ ମ୍ୟାଚ୍ରେ ଆହତ ହୋଇଛନ୍ତି ଫ୍ରାନ୍ସର କିଲିଆନ୍ ଏମ୍ବାପେ। କେଭିନ୍ ଡାନ୍ସୋଙ୍କ କାନ୍ଧରେ ତାଙ୍କ ମୁହଁ ମାଡ ହୋଇଥିବା ବେଳେ ନାକ ଫାଟି ରକ୍ତ ବାହାରିଥିଲା। ପଡିଆରେ ମୁହଁ ମାଡି ପଡି ରହିବା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିଲା। ନାକ ହାଡ ଭାଙ୍ଗିଥିଲେ ମଧ୍ୟ ଅସ୍ତ୍ରୋପଚାର କରାଯିବ ନାହିଁ ବୋଲି ଫ୍ରାନ୍ସ ଫୁଟବଲ ଫେଡେରେଶନ ପକ୍ଷରୁ କୁହାଯାଇଛି। ଅନ୍ୟ ପକ୍ଷରେ ଏମ୍ବାପେଙ୍କ ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ମାସ୍କ ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ଏମ୍ବାପେ ବାଦ ପଡିଲେ ଏହା ଫ୍ରାନ୍ସ ପାଇଁ ବଡ କ୍ଷତି ହେବ ବୋଲି କହିଛନ୍ତି ମ୍ୟାନେଜର ଡିଡିଏର ଡେସଚାମ୍ପ।
The post ୟୁରୋ କପ୍ ଫୁଟବଲ ଫ୍ରାନ୍ସ, ସ୍ଲୋଭାକିଆ ବିଜୟୀ: ମ୍ୟାଚ୍ରେ ଆହତ ହୋଇଛନ୍ତି ଏମ୍ବାପେ appeared first on Dharitri Odia News.