୧ ଏପ୍ରିଲରୁ ମହଙ୍ଗା ହୋଇଯିବ ୮୦୦ ପ୍ରକାରର ଔଷଧ, ଆପଣଙ୍କ ପକେଟ ଉପରେ ପଡିପାରେ ବୋଝ

ନୂଆଦିଲ୍ଲୀ ୧୯।୩: ଦେଶରେ ୧ ଏପ୍ରିଲରୁ ୮୦୦ ପ୍ରକାରର ଔଷଧର ମୂଲ୍ୟ ବଢିବାକୁ ଯାଉଛି। ମୂଲ୍ୟ ବୃଦ୍ଧି ହେବାକୁ ଥିବା ଔଷଧରେ ପେନ କିଲର, ଆଣ୍ଚିବୋୟାଟିକ୍ ଓ ଆଣ୍ଟି ଇନଫେକ୍ସନ ଔଷଧ ମଧ୍ୟ ରହୁଛି। ଏ ନେଇ ଇକନୋମିକ୍ ଟାଇମସ୍‌ ରେ ପ୍ରକାଶିତ ରିପୋର୍ଟରେ ଏଥି ପାଇଁ ସରକାର ହୋଲସେଲ ପ୍ରାଇସ୍ ଇଣ୍ଡେକ୍ସ(ଡବ୍ଲୁପିଆଇ)ରେ ପରିବର୍ତ୍ତନ କରିଛନ୍ତି। ଏହା ପୂର୍ବରୁ ୨୦୨୨ ମସିହାରେ ଔଷଧ ମୂଲ୍ୟରେ ୧୦ ଓ ୧୨ ପ୍ରତିଶତ ବୃଦ୍ଧି ହୋଇଥିଲା। ରିପୋର୍ଟ ଅନୁସାରେ ଔଷଧ ମୂଲ୍ୟବୃଦ୍ଧିକୁ ମଞ୍ଜୁରୀ ବର୍ଷକୁ ଥରେ ମିଳିଥାଏ।  ଗତ କିଛି ବର୍ଷ ହେଲା ଔଷଧ ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ସାମଗ୍ରୀର ମୂଲ୍ୟ ମଧ୍ୟ ବୃଦ୍ଧି ହୋଇଛି। ଔଷଧ ଉଦ୍ୟୋଗର କହିବା କଥା ହେଉଛି ଔଷଧ ତିଆରି ପାଇଁ ଖର୍ଚ୍ଚ ବଢି ଯାଇଛି। ଏହି ଖର୍ଚ୍ଚ ଏବେ ଦୁଇ ଅଙ୍କରେ ବଢିବା ଉଦ୍ୟୋଗ ପାଇଁ ଚିନ୍ତାର କାରଣ ପାଲଟିଛି। ଏବେ ଔଷଧ ମୂଲ୍ୟ ବୃଦ୍ଧି ହେବା ଯୋଗୁ ଏଥିରେ ସାମାନ୍ୟ ଆଶ୍ୱସ୍ତି ମିଳିବ। ମୂଲ୍ୟ ବୃଦ୍ଧି ହେବାକୁ ଥିବା ଔଷଧ ମଧ୍ୟରେ ପାରାସିଟାମଲ, ଆଜିଥ୍ରୋମାଇସିନ, ଭିଟାମିନ ଓ ମିନେରାଲ ମଧ୍ୟ ରହିଛି। ଯେଉଁ ସବୁ ଔଷଧର ମୂଲ୍ୟ ବୃଦ୍ଧି ହେବ ସେଥିରେ ଆଣ୍ଟି ଏନିମିୟା, ଭିଟାମିନ ଓ ଆଇରନ ମଧ୍ୟ ରହିବ। ଏହା ଛଡା କୋଭିଡ-୧୯ରେ ବ୍ୟବହୃତ ହେଉଥିବା ଔଷଧ ଓ ଷ୍ଟେରୟଡ ମୂଲ୍ୟ ମଧ୍ୟ ବଢିବ। ଏଥିରୁ କିଛି ଔଷଧର ଦର ଏବେଠୁ ବଢିସାରିଲାଣି। ଏଥିରେ ପାରାସିଟାମଲର ଦର ୧୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ

୧ ଏପ୍ରିଲରୁ ମହଙ୍ଗା ହୋଇଯିବ ୮୦୦ ପ୍ରକାରର ଔଷଧ, ଆପଣଙ୍କ ପକେଟ ଉପରେ ପଡିପାରେ ବୋଝ

ନୂଆଦିଲ୍ଲୀ ୧୯।୩: ଦେଶରେ ୧ ଏପ୍ରିଲରୁ ୮୦୦ ପ୍ରକାରର ଔଷଧର ମୂଲ୍ୟ ବଢିବାକୁ ଯାଉଛି। ମୂଲ୍ୟ ବୃଦ୍ଧି ହେବାକୁ ଥିବା ଔଷଧରେ ପେନ କିଲର, ଆଣ୍ଚିବୋୟାଟିକ୍ ଓ ଆଣ୍ଟି ଇନଫେକ୍ସନ ଔଷଧ ମଧ୍ୟ ରହୁଛି। ଏ ନେଇ ଇକନୋମିକ୍ ଟାଇମସ୍‌ ରେ ପ୍ରକାଶିତ ରିପୋର୍ଟରେ ଏଥି ପାଇଁ ସରକାର ହୋଲସେଲ ପ୍ରାଇସ୍ ଇଣ୍ଡେକ୍ସ(ଡବ୍ଲୁପିଆଇ)ରେ ପରିବର୍ତ୍ତନ କରିଛନ୍ତି। ଏହା ପୂର୍ବରୁ ୨୦୨୨ ମସିହାରେ ଔଷଧ ମୂଲ୍ୟରେ ୧୦ ଓ ୧୨ ପ୍ରତିଶତ ବୃଦ୍ଧି ହୋଇଥିଲା। 

ରିପୋର୍ଟ ଅନୁସାରେ ଔଷଧ ମୂଲ୍ୟବୃଦ୍ଧିକୁ ମଞ୍ଜୁରୀ ବର୍ଷକୁ ଥରେ ମିଳିଥାଏ।  ଗତ କିଛି ବର୍ଷ ହେଲା ଔଷଧ ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ସାମଗ୍ରୀର ମୂଲ୍ୟ ମଧ୍ୟ ବୃଦ୍ଧି ହୋଇଛି। ଔଷଧ ଉଦ୍ୟୋଗର କହିବା କଥା ହେଉଛି ଔଷଧ ତିଆରି ପାଇଁ ଖର୍ଚ୍ଚ ବଢି ଯାଇଛି। ଏହି ଖର୍ଚ୍ଚ ଏବେ ଦୁଇ ଅଙ୍କରେ ବଢିବା ଉଦ୍ୟୋଗ ପାଇଁ ଚିନ୍ତାର କାରଣ ପାଲଟିଛି। ଏବେ ଔଷଧ ମୂଲ୍ୟ ବୃଦ୍ଧି ହେବା ଯୋଗୁ ଏଥିରେ ସାମାନ୍ୟ ଆଶ୍ୱସ୍ତି ମିଳିବ। ମୂଲ୍ୟ ବୃଦ୍ଧି ହେବାକୁ ଥିବା ଔଷଧ ମଧ୍ୟରେ ପାରାସିଟାମଲ, ଆଜିଥ୍ରୋମାଇସିନ, ଭିଟାମିନ ଓ ମିନେରାଲ ମଧ୍ୟ ରହିଛି। 

ଯେଉଁ ସବୁ ଔଷଧର ମୂଲ୍ୟ ବୃଦ୍ଧି ହେବ ସେଥିରେ ଆଣ୍ଟି ଏନିମିୟା, ଭିଟାମିନ ଓ ଆଇରନ ମଧ୍ୟ ରହିବ। ଏହା ଛଡା କୋଭିଡ-୧୯ରେ ବ୍ୟବହୃତ ହେଉଥିବା ଔଷଧ ଓ ଷ୍ଟେରୟଡ ମୂଲ୍ୟ ମଧ୍ୟ ବଢିବ। ଏଥିରୁ କିଛି ଔଷଧର ଦର ଏବେଠୁ ବଢିସାରିଲାଣି। ଏଥିରେ ପାରାସିଟାମଲର ଦର ୧୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।  ଗ୍ଲିସରିନ ଓ ପ୍ରୋପଲିନ ଗ୍ଲାଇକ୍ଲୋଲ, ସିରପ ସହିତ ସଲଭେଣ୍ଟ କ୍ରମଶଃ ୨୬୩ ଓ ୮୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।