୧୦ ଘଣ୍ଟା ଧରି ବିଡିଓ ଅଟକ, ବିଡିଓଙ୍କୁ ତାଲା ପକାଇଲେ ଗାଁ ଲୋକ

ମୟୂରଭଞ୍ଜ : ୧୦ ଘଣ୍ଟା ଧରି ବିଡିଓ ଅଟକ । ନଡ଼ପୁର ପଞ୍ଚାୟତ ଅଫିସରେ ବେତନଟୀ ବିଡିଓଙ୍କୁ ତାଲା ପକାଇ ଗାଁ ଲୋକଙ୍କ ବିକ୍ଷୋଭ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଳକ ନଡ଼ପୁର ପଞ୍ଚାୟତ ଅଫିସରେ ବିଡିଓ ଗୋପିନାଥ ଖାଖାଙ୍କୁ ତାଲା ପକାଇ ରଖିଛନ୍ତି ଗ୍ରାମବାସୀ । ନଡପୁର ପଞ୍ଚାୟତର ଯୋଗାଣ ସହାୟକ ଜୟସ୍ମିତା କବାଟ ପିଡିଏସ୍ ଚାଉଳ ବଣ୍ଟନ ବେଳେ ଓଜନରେ ଏପଟସେପଟ କରୁଥିବା ଅଭିଯୋଗ ହୋଇଆସୁଛି  । ଏହାକୁ ନେଇ ଗତ ଶନିବାର ପଞ୍ଚାୟତ […] The post ୧୦ ଘଣ୍ଟା ଧରି ବିଡିଓ ଅଟକ, ବିଡିଓଙ୍କୁ ତାଲା ପକାଇଲେ ଗାଁ ଲୋକ appeared first on KNews Odisha.

୧୦ ଘଣ୍ଟା ଧରି ବିଡିଓ ଅଟକ, ବିଡିଓଙ୍କୁ ତାଲା ପକାଇଲେ ଗାଁ ଲୋକ
BDO

ମୟୂରଭଞ୍ଜ : ୧୦ ଘଣ୍ଟା ଧରି ବିଡିଓ ଅଟକ । ନଡ଼ପୁର ପଞ୍ଚାୟତ ଅଫିସରେ ବେତନଟୀ ବିଡିଓଙ୍କୁ ତାଲା ପକାଇ ଗାଁ ଲୋକଙ୍କ ବିକ୍ଷୋଭ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଳକ ନଡ଼ପୁର ପଞ୍ଚାୟତ ଅଫିସରେ ବିଡିଓ ଗୋପିନାଥ ଖାଖାଙ୍କୁ ତାଲା ପକାଇ ରଖିଛନ୍ତି ଗ୍ରାମବାସୀ । ନଡପୁର ପଞ୍ଚାୟତର ଯୋଗାଣ ସହାୟକ ଜୟସ୍ମିତା କବାଟ ପିଡିଏସ୍ ଚାଉଳ ବଣ୍ଟନ ବେଳେ ଓଜନରେ ଏପଟସେପଟ କରୁଥିବା ଅଭିଯୋଗ ହୋଇଆସୁଛି  । ଏହାକୁ ନେଇ ଗତ ଶନିବାର ପଞ୍ଚାୟତ କାର୍ଯ୍ୟାଳୟ ଘେରିଥିଲେ ହିତାଧିକାରୀ । ତୁରନ୍ତ ଯୋଗାଣ ସହାୟକଙ୍କୁ ବହିଷ୍କାର କରିବାକୁ ଦାବି କରିଥିଲେ ।

ବିଡିଓଙ୍କ ଅନୁପସ୍ଥିତିରେ ଏବିଡିଓ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ୪ ଦିନ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ବେଳେ ଆଜି ପ୍ରାୟ ଦିନ ୧୧ଟାରେ ବିଡିଓ ନଡପୁର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ହିତାଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଗ୍ରାମବାସୀ ନିଜ ଜିଦରେ ଅଟଳ ରହି ବିଡିଓଙ୍କୁ ତାଲା ପକାଇ ରଖିଥିଲେ । ବେତନଟୀ ଓ ବୈଶିଙ୍ଗା ଉଭୟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲା ।

The post ୧୦ ଘଣ୍ଟା ଧରି ବିଡିଓ ଅଟକ, ବିଡିଓଙ୍କୁ ତାଲା ପକାଇଲେ ଗାଁ ଲୋକ appeared first on KNews Odisha.