୧୦ ତାରିଖ ସନ୍ଧ୍ୟାରେ ଶପଥ ସମାରୋହ, ୪୮ ଘଣ୍ଟାରେ ନିଷ୍ପତ୍ତି ଆସିବ: ମନମୋହନ ସାମଲ

ଭୁବନେଶ୍ଵର: କିଏ ହେବ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ।  ମୁଖ୍ୟମନ୍ତ୍ରୀ ଚୟନ ନେଇ ଦିଲ୍ଲୀ ଯାଇ ଶନିବାର ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।। ଦିଲ୍ଲୀରୁ ଫେରିବା ପରେ ମନମୋହନ କହିଛନ୍ତି, ୧୦ ତାରିଖ ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ କିଏ ହେବେ ଟିକେ ଧୈର୍ଯ୍ୟ ଧରନ୍ତୁ। ମନମୋହନ କହିଛନ୍ତି, ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ଓ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ୧୦ […] The post ୧୦ ତାରିଖ ସନ୍ଧ୍ୟାରେ ଶପଥ ସମାରୋହ, ୪୮ ଘଣ୍ଟାରେ ନିଷ୍ପତ୍ତି ଆସିବ: ମନମୋହନ ସାମଲ appeared first on Odisha.News.

୧୦ ତାରିଖ ସନ୍ଧ୍ୟାରେ ଶପଥ ସମାରୋହ, ୪୮ ଘଣ୍ଟାରେ ନିଷ୍ପତ୍ତି ଆସିବ: ମନମୋହନ ସାମଲ

ଭୁବନେଶ୍ଵର: କିଏ ହେବ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ।  ମୁଖ୍ୟମନ୍ତ୍ରୀ ଚୟନ ନେଇ ଦିଲ୍ଲୀ ଯାଇ ଶନିବାର ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।। ଦିଲ୍ଲୀରୁ ଫେରିବା ପରେ ମନମୋହନ କହିଛନ୍ତି, ୧୦ ତାରିଖ ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ କିଏ ହେବେ ଟିକେ ଧୈର୍ଯ୍ୟ ଧରନ୍ତୁ।

ମନମୋହନ କହିଛନ୍ତି, ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ଓ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ୧୦ ତାରିଖରେରେ ଓଡ଼ିଆ ଅସ୍ମିତାର ପ୍ରତିଫଳନ ଜନତା ମଇଦାନରେ ଦେଖିବାକୁ ମିଳିବ। କିଏ ହେବ ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସାମଲ କହିଛନ୍ତି,  ମୁଖ୍ୟମନ୍ତ୍ରୀ କିଏ ହେବ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ। ଆହୁରି ୪୮ ଘଣ୍ଟା ସମୟ ରହିଛି। ଦୁଇ ଦିନ ଧୈର୍ଯ୍ୟ ରଖନ୍ତୁ। ମୁଁ ଆଦୌ ମୁଖ୍ୟମନ୍ତ୍ରୀ ରେସରେ ନାହିଁ ବୋଲି କହିଛନ୍ତି ମନମୋହନ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ସ୍ଥିର କରିବା ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବରିଷ୍ଠ ନେତା  ଜୟନାରାୟଣ ମିଶ୍ର, ସଂଗଠନ ସଂପାଦକ ମାନସ ମହାନ୍ତି ଏବଂ ନବ ନିର୍ବାଚିତ ସମସ୍ତ ସାଂସଦ ଦିଲ୍ଲୀ ଯାଇଥିଲେ।  ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନ କିମ୍ବା ବିଜେପି ମୁଖ୍ୟାଳୟରେ ଦଳର ଶୀର୍ଷ ନେତୃତ୍ୱଙ୍କ ବୈଠକ ବସିଥିଲା। ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ଓଡିଶା ପ୍ରଭାରୀ ସୁନିଲ ବଂଶଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ଅନ୍ୟ ଶୀର୍ଷ ନେତୃତ୍ୱ ଉପସ୍ଥିତଥିଲେ ।

ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ବିଚାର ବିମର୍ଶ ହୋଇଛି। ଏହା ପରେ ଓଡିଶାରେ ବିଜେପି ବିଧାୟକ ଦଳ ବୈଠକ ବସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ । ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ କିଛି ବିରୋଧ ହୁଏ ତେବେ ଜଣେ କେନ୍ଦ୍ରୀୟ ନେତାଙ୍କୁ ସ୍ୱତନ୍ତ୍ର ପ୍ରଭାରୀ କରି ଓଡିଶାକୁ ପଠାଯିବ । ସେ ବିଧାୟକଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରିବେ ।

The post ୧୦ ତାରିଖ ସନ୍ଧ୍ୟାରେ ଶପଥ ସମାରୋହ, ୪୮ ଘଣ୍ଟାରେ ନିଷ୍ପତ୍ତି ଆସିବ: ମନମୋହନ ସାମଲ appeared first on Odisha.News.