୧୦ ଦିନ ଧରି ପ୍ରଶିକ୍ଷଣ ନେବେ ଆଚାର୍ଯ୍ୟା-ଆଚାର୍ଯ୍ୟ

ଦିଗପହଣ୍ଡି,୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁବାର ଓଡ଼ିଶା ବିଦ୍ୟାଭାରତୀ ଶିକ୍ଷାବିକାଶ ସମିତି ଦକ୍ଷିଣ-ପୂର୍ବ ସମ୍ଭାଗ ପକ୍ଷରୁ ୧୦ ଦିନ ବ୍ୟାପୀ ଆଚାର୍ଯ୍ୟା ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଶିଶୁ ବିଦ୍ୟାମନ୍ଦିର ପରିଚାଳନା ସମିତି ସମ୍ପାଦକ ପ୍ରକାଶ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବି୍‌ ତଥା ଦକ୍ଷିଣ-ପୂର୍ବ ସମ୍ଭାଗ କୋଷାଧ୍ୟକ୍ଷ ସତ୍ୟନାରାୟଣ ପଟ୍ଟନାୟକ, ଦକ୍ଷିଣ ପୂର୍ବ ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ପ୍ରାନ୍ତ […] The post ୧୦ ଦିନ ଧରି ପ୍ରଶିକ୍ଷଣ ନେବେ ଆଚାର୍ଯ୍ୟା-ଆଚାର୍ଯ୍ୟ appeared first on Dharitri Odia News.

୧୦ ଦିନ ଧରି ପ୍ରଶିକ୍ଷଣ ନେବେ ଆଚାର୍ଯ୍ୟା-ଆଚାର୍ଯ୍ୟ

ଦିଗପହଣ୍ଡି,୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁବାର ଓଡ଼ିଶା ବିଦ୍ୟାଭାରତୀ ଶିକ୍ଷାବିକାଶ ସମିତି ଦକ୍ଷିଣ-ପୂର୍ବ ସମ୍ଭାଗ ପକ୍ଷରୁ ୧୦ ଦିନ ବ୍ୟାପୀ ଆଚାର୍ଯ୍ୟା ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଶିଶୁ ବିଦ୍ୟାମନ୍ଦିର ପରିଚାଳନା ସମିତି ସମ୍ପାଦକ ପ୍ରକାଶ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବି୍‌ ତଥା ଦକ୍ଷିଣ-ପୂର୍ବ ସମ୍ଭାଗ କୋଷାଧ୍ୟକ୍ଷ ସତ୍ୟନାରାୟଣ ପଟ୍ଟନାୟକ, ଦକ୍ଷିଣ ପୂର୍ବ ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ପ୍ରାନ୍ତ ପରୀକ୍ଷା ସଂଯୋଜକ ମନୋଜ କୁମାର ଦାଶ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୧୦ ଶିଶୁ ମନ୍ଦିରର ନୂତନ ଆଚାର୍ଯ୍ୟା ଆଚାର୍ଯ୍ୟମାନଙ୍କୁ ଗଞ୍ଜାମ ବିଭାଗ ନୀରିକ୍ଷକ ସରୋଜ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୫ ଜଣ ପ୍ରଶିକ୍ଷିକା ପ୍ରଶିକ୍ଷକ ତାଲିମ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।

The post ୧୦ ଦିନ ଧରି ପ୍ରଶିକ୍ଷଣ ନେବେ ଆଚାର୍ଯ୍ୟା-ଆଚାର୍ଯ୍ୟ appeared first on Dharitri Odia News.