୧୦ ବର୍ଷରେ ଗଲାଣି ୮୫୭ ହାତୀଙ୍କ ଜୀବନ ; ବିଦ୍ୟୁତ ନେଲାଣି ୧୪୯ ଜଣଙ୍କ ଜୀବନ
କନକ ବ୍ୟୁରୋ: ରାଜ୍ୟରେ ବିଭିନ୍ନ କାରଣରୁ ବର୍ଷକୁ ବର୍ଷ ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ତଥ୍ୟ ଅନୁସାରେ, ୧୦ ବର୍ଷରେ ପ୍ରାଣ ହରାଇଲେଣି ୮୫୭ ହାତୀ । ସେଥିମଧ୍ୟରୁ ୩୦୫ ହାତୀ ରୋଗର ଶିକାର ହୋଇ ପ୍ରାଣ ହରାଇଥିବାବେଳେ ୧୪୯ ହାତୀ ବିଦ୍ୟୁତ ଆଘାତରେ ଜୀବନ ହରାଇଛନ୍ତି। ଏହାସହ ଅନ୍ୟ ପ୍ରାକୃତିକ କାରଣରୁ ୨୨୯ ହାତୀଙ୍କର ମୃତ୍ୟୁ ହୋଇଛି। ଶିକାର ଦ୍ୱାରା ୩୦ ହାତୀ, ରେଳ ଦୁର୍ଘଟଣାରେ ୨୯, ପ୍ରତିହିଂଶା ପରାୟଣ ଘଟଣାରେ ୧୬ ହାତୀ ମୃତ୍ୟୁବରଣ କରିଛନ୍ତି। ୨୦୨୪ ନଭେମ୍ବର ସୁଦ୍ଧା ରାଜ୍ୟରେ ହାତୀ ସଂଖ୍ୟା ୨୧୦୩ ଥିବା ଜଣାପଡିଛି। ୨୦୧୫ ରେ ଥିଲେ ୧୯୫୪ ହାତୀ,୨୦୧୭ ରେ ସଂଖ୍ୟା ବଢି ୧୯୭୬ ପହଞ୍ଚିଥିଲା ୨୦୨୪ ରେ ସେମାନଙ୍କ ସଂଖ୍ୟା ବଢି ୨୦୯୮ ରେ ପହଞ୍ଚିଥବା ରିପୋର୍ଟରେ ଦର୍ଶାଯାଇଥିବା ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ।

କନକ ବ୍ୟୁରୋ: ରାଜ୍ୟରେ ବିଭିନ୍ନ କାରଣରୁ ବର୍ଷକୁ ବର୍ଷ ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ତଥ୍ୟ ଅନୁସାରେ, ୧୦ ବର୍ଷରେ ପ୍ରାଣ ହରାଇଲେଣି ୮୫୭ ହାତୀ । ସେଥିମଧ୍ୟରୁ ୩୦୫ ହାତୀ ରୋଗର ଶିକାର ହୋଇ ପ୍ରାଣ ହରାଇଥିବାବେଳେ ୧୪୯ ହାତୀ ବିଦ୍ୟୁତ ଆଘାତରେ ଜୀବନ ହରାଇଛନ୍ତି। ଏହାସହ ଅନ୍ୟ ପ୍ରାକୃତିକ କାରଣରୁ ୨୨୯ ହାତୀଙ୍କର ମୃତ୍ୟୁ ହୋଇଛି। ଶିକାର ଦ୍ୱାରା ୩୦ ହାତୀ, ରେଳ ଦୁର୍ଘଟଣାରେ ୨୯, ପ୍ରତିହିଂଶା ପରାୟଣ ଘଟଣାରେ ୧୬ ହାତୀ ମୃତ୍ୟୁବରଣ କରିଛନ୍ତି।
୨୦୨୪ ନଭେମ୍ବର ସୁଦ୍ଧା ରାଜ୍ୟରେ ହାତୀ ସଂଖ୍ୟା ୨୧୦୩ ଥିବା ଜଣାପଡିଛି। ୨୦୧୫ ରେ ଥିଲେ ୧୯୫୪ ହାତୀ,୨୦୧୭ ରେ ସଂଖ୍ୟା ବଢି ୧୯୭୬ ପହଞ୍ଚିଥିଲା ୨୦୨୪ ରେ ସେମାନଙ୍କ ସଂଖ୍ୟା ବଢି ୨୦୯୮ ରେ ପହଞ୍ଚିଥବା ରିପୋର୍ଟରେ ଦର୍ଶାଯାଇଥିବା ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ।