୧୦କୋଟିର ଗଞ୍ଜେଇ ପୋଡ଼ି ନଷ୍ଟ କଲା ବୌଦ୍ଧ ପୋଲିସ, ୩୧ଟି ମାମଲାରେ ହୋଇଥିଲା ଜବତ
ବୌଦ୍ଧ ୨୧।୩: ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ୧୦ କୋଟି ଟଙ୍କାର ଗଞ୍ଜେଇକୁ ପୋଡ଼ି ନଷ୍ଟ କରାଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୧ଟି ମାମଲାରେ ଜବତ ହୋଇଥିବା ୯୭ କ୍ବିଣ୍ଟାଲ ୭୩ କେଜି ଗଞ୍ଜେଇକୁ ପୋଡ଼ି ନଷ୍ଟ କରାଗଲା । ଗଞ୍ଜାମ ସ୍ଥିତ ମେଡିଆକ ମର୍କେଟିଙ୍ଗ ସର୍ଭିସେସ ନାମକ କେନ୍ଦ୍ରରେ ପୋଡ଼ି ନଷ୍ଟ କରାଗଲା । ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜଙ୍କ ଉପସ୍ଥିତିରେ ନଷ୍ଟ କରାଗଲା । ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲାରେ ଅପରେସନ ଗ୍ରୀନ କ୍ଲିନ୍ ଜରିଆରେ ପ୍ରାୟ ୩୧ଟି ମାମଲାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା ବୌଦ୍ଧ ପୋଲିସ । ତେବେ ପ୍ରାୟ ୩୧ ମାମଲାରେ ଜବତ ହୋଇଥିବା ୯୭ କ୍ବିଣ୍ଟାଲ ୭୩ କେଜି ଗଞ୍ଜେଇକୁ ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ, ମାଜିଷ୍ଟ୍ରେଟ୍ ଓ ବୌଦ୍ଧ ଏସ୍ପି ରାଜ ପ୍ରସାଦଙ୍କ ଉପସ୍ଥିତିରେ ପୋଡ଼ି ନଷ୍ଟ କରାଯାଇଛି । ତେବେ ନଷ୍ଟ କରିଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୦ କୋଟି ହେବା ନେଇ ସୂଚନା ମିଳିଛି । ତେବେ ଆଗାମୀ ଦିନରେ ଜିଲ୍ଲାରୁ ଜବତ ହୋଇଥିବା ଗଞ୍ଜେଇ ଗୁଡ଼ିକୁ ପର୍ଯ୍ୟାୟ କ୍ରମେ ପୋଡ଼ି ନଷ୍ଟ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି ।You Can Read:ଟ୍ରେନ୍ ଯାତ୍ରୀ ସାଜି ଚାଲାଣ କରୁଥିଲେ ଗଞ୍ଜେଇ, ଷ୍ଟେସନ ରାସ୍ତାରୁ ୧୫କେଜି ଗଞ୍ଜେଇ ସହ ୩ ଅଭିଯୁକ୍ତ ଗିରଫ
ବୌଦ୍ଧ ୨୧।୩: ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ୧୦ କୋଟି ଟଙ୍କାର ଗଞ୍ଜେଇକୁ ପୋଡ଼ି ନଷ୍ଟ କରାଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୧ଟି ମାମଲାରେ ଜବତ ହୋଇଥିବା ୯୭ କ୍ବିଣ୍ଟାଲ ୭୩ କେଜି ଗଞ୍ଜେଇକୁ ପୋଡ଼ି ନଷ୍ଟ କରାଗଲା । ଗଞ୍ଜାମ ସ୍ଥିତ ମେଡିଆକ ମର୍କେଟିଙ୍ଗ ସର୍ଭିସେସ ନାମକ କେନ୍ଦ୍ରରେ ପୋଡ଼ି ନଷ୍ଟ କରାଗଲା । ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜଙ୍କ ଉପସ୍ଥିତିରେ ନଷ୍ଟ କରାଗଲା ।
ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲାରେ ଅପରେସନ ଗ୍ରୀନ କ୍ଲିନ୍ ଜରିଆରେ ପ୍ରାୟ ୩୧ଟି ମାମଲାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା ବୌଦ୍ଧ ପୋଲିସ । ତେବେ ପ୍ରାୟ ୩୧ ମାମଲାରେ ଜବତ ହୋଇଥିବା ୯୭ କ୍ବିଣ୍ଟାଲ ୭୩ କେଜି ଗଞ୍ଜେଇକୁ ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ, ମାଜିଷ୍ଟ୍ରେଟ୍ ଓ ବୌଦ୍ଧ ଏସ୍ପି ରାଜ ପ୍ରସାଦଙ୍କ ଉପସ୍ଥିତିରେ ପୋଡ଼ି ନଷ୍ଟ କରାଯାଇଛି । ତେବେ ନଷ୍ଟ କରିଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୦ କୋଟି ହେବା ନେଇ ସୂଚନା ମିଳିଛି । ତେବେ ଆଗାମୀ ଦିନରେ ଜିଲ୍ଲାରୁ ଜବତ ହୋଇଥିବା ଗଞ୍ଜେଇ ଗୁଡ଼ିକୁ ପର୍ଯ୍ୟାୟ କ୍ରମେ ପୋଡ଼ି ନଷ୍ଟ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି ।
You Can Read:
ଟ୍ରେନ୍ ଯାତ୍ରୀ ସାଜି ଚାଲାଣ କରୁଥିଲେ ଗଞ୍ଜେଇ, ଷ୍ଟେସନ ରାସ୍ତାରୁ ୧୫କେଜି ଗଞ୍ଜେଇ ସହ ୩ ଅଭିଯୁକ୍ତ ଗିରଫ