୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ୭ ଗୋରୁଙ୍କ ଜୀବନ

ବିଦ୍ୟୁତ ବିଭାଗର ଅବହେଳା ଯୋଗୁ ଏପରି ଅଘଟଣ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ୭ ଗୋରୁଙ୍କ ଜୀବନ

ଇଲେଭେନ୍ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ଗୋରୁଙ୍କର ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ବର୍ତ୍ତନା ଗାଁରେ ଏହି ଘଟଣା ଘଟିଛି। ମୃତ ଗୋରୁଙ୍କ ମଧ୍ୟରେ ୩ଟି ଗାଈ, ୨ଟି ବାଛୁରୀ ଓ ୨ଟି ଷଣ୍ଢ  ଅଛନ୍ତି।

ବିଲ ଭିତରେ ଇଲେଭେନ୍ କେଭି ବିଦ୍ୟୁତ୍ ତାର ଝୁଲି ରହିଥିଲା। ଗୃହପାଳିତ ପଶୁ ଯିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ଘଟିଥିଲା।

ଗୋରୁଙ୍କ ମୃତ୍ୟୁ ପରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ବିଦ୍ୟୁତ ବିଭାଗର ଅବହେଳା ଯୋଗୁ ଏପରି ଅଘଟଣ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।