୧୧ ମାସର ଝିଅକୁ ଛାଡ଼ି ଆସିଥିଲେ ମୁମ୍ବାଇ
ଲୋକପ୍ରିୟ ଧାରାବାହିକ ଭାବିଜୀ ଘର ପର ହୈ’ରୁ ଘରେ ଘରେ ଅଙ୍ଗୁରୀ ଭାବି ନାୟିକାର ପରିଚୟ ହାସଲ କରିଥିଲେ ଟେଲି ଆକେଫ୍ରସ୍ ଶୁଭାଙ୍ଗୀ ଅତ୍ରେ । ୧୯୮୧ ମସିହା ଏପ୍ରିଲ ୧୧ରେ ମଧ୍ୟପ୍ରଦେଶରେ ଜନ୍ମିତ ଶୁଭାଙ୍ଗୀ ପିଲାଦିନେ ଆକଫର ହେବା ଲାଗି ସ୍ୱପ୍ନ ଦେଖିଥିଲେ । ମାତ୍ର ଡାକ୍ତର ଓ ଇଞ୍ଜିନିଅରରେ ପରିପୂର୍ଣ୍ଣ ପରିବାରରେ ଆକଫିଂକୁ ସବୁଠୁ ଖରାପ ପ୍ରଫେସନ ବୋଲି ମନେ କରାଯାଉଥିଲା । ତେଣୁ ଶୁଭାଙ୍ଗୀଙ୍କ ଆକଫର ହେବା ଆଶା ଆଶାରେ ହିଁ ରହିଗଲା […]

ଲୋକପ୍ରିୟ ଧାରାବାହିକ ଭାବିଜୀ ଘର ପର ହୈ’ରୁ ଘରେ ଘରେ ଅଙ୍ଗୁରୀ ଭାବି ନାୟିକାର ପରିଚୟ ହାସଲ କରିଥିଲେ ଟେଲି ଆକେଫ୍ରସ୍ ଶୁଭାଙ୍ଗୀ ଅତ୍ରେ । ୧୯୮୧ ମସିହା ଏପ୍ରିଲ ୧୧ରେ ମଧ୍ୟପ୍ରଦେଶରେ ଜନ୍ମିତ ଶୁଭାଙ୍ଗୀ ପିଲାଦିନେ ଆକଫର ହେବା ଲାଗି ସ୍ୱପ୍ନ ଦେଖିଥିଲେ । ମାତ୍ର ଡାକ୍ତର ଓ ଇଞ୍ଜିନିଅରରେ ପରିପୂର୍ଣ୍ଣ ପରିବାରରେ ଆକଫିଂକୁ ସବୁଠୁ ଖରାପ ପ୍ରଫେସନ ବୋଲି ମନେ କରାଯାଉଥିଲା । ତେଣୁ ଶୁଭାଙ୍ଗୀଙ୍କ ଆକଫର ହେବା ଆଶା ଆଶାରେ ହିଁ ରହିଗଲା । ଗ୍ରାଜୁଏସନ୍ କରିବା ସମୟରେ ମାତ୍ର ୨୧ ବର୍ଷ ବୟସରେ ପୀୟୁଶ ପୁରେ ନାମ୍ନୀ ଜଣେ ବ୍ୟକ୍ତିଙ୍କ ସହିତ ତାଙ୍କର ବିବାହ କରାଗଲା । ବିବାହ ପରେ ସେ ପୁନେ ଚାଲିଆସିଲେ, ହେଲେ କୁହନ୍ତି ସ୍ୱପ୍ନକୁ କୌଣସି ବି ପରିସ୍ଥିତି କିମ୍ବା କୌଣସି ବି ସମୟରେ ପୂରା କରାଯାଇପାରେ । ଠିକ୍ ଏହା ହିଁ ଘଟିଥିଲା ଶୁଭାଙ୍ଗୀଙ୍କ ସହିତ । ପ୍ରଥମ କନ୍ୟାସନ୍ତାନ ରୂପେ ଆଶୀ ଜନ୍ମହେବା ପରେ ୧୧ ମାସର ଝିଅକୁ ଛାଡ଼ି ମୁମ୍ବାଇ ଚାଲିଆସିଥିଲେ ଆଖିରେ ଆଖିଏ ସ୍ୱପ୍ନ ନେଇ । ତାଙ୍କ ସ୍ପପ୍ନକୁ ପୂରା କରିବାର ସମୟ ଆସିଥିଲା ଯେତେବେଳେ ତାଙ୍କୁ ଧାରାବାହିକ କସୋଟି ଜିନ୍ଦେଗୀ କିରେ ଆକଫିଂ କରିବା ଲାଗି ସୁଯୋଗ ମିଳିଲା । ଏହାପରେ ସେ ଆଉ କଦାପି ପଛକୁ ଫେରିଲେ ନାହିଁ । କସ୍ତୁରୀ, ଦୋ ହଂସୋ କା ଯୋଡ଼ା, ଚିଡ଼ିଆ ଘର୍, ଅଧୁରୀ କାହାନୀ ହମାରୀ ଇତ୍ୟାଦି ସିରିଏଲ୍ ତାଙ୍କୁ ଅନେକ ସଫଳତା ଆଣିଦେଲା । ହେଲେ ୨୦୧୬ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରସାରିତ ହେଉଥିବା ଭାବିଜୀ ଘର୍ ପର୍ ହେ ଧାରାବାହିକ ତାଙ୍କୁ ଘରେ ଘରେ ପରିଚିତ କଲା । ଗୋଟିଏ ପଟେ ଝିଅର ସମସ୍ତ ଦାୟିତ୍ୱ ନେବା ସାଙ୍ଗକୁ ସୁଟିଂକୁ ନିଜର ସମସ୍ତ ସମୟ ଦେଇଛନ୍ତି ଏହି ଅଭିନେତ୍ରୀ । ତାଙ୍କ ନæôରେ ୭୨ ଘଣ୍ଟା ଲଗାତାର ସୁଟ୍ କରିବାର ରେକର୍ଡ ମଧ୍ୟ ରହିଛି । ତେବେ ଦୀର୍ଘ ୧୯ ବର୍ଷର ସମ୍ପର୍କ ପରେ ସେ ତାଙ୍କ ସ୍ୱାମୀ ପୀୟୁଶଙ୍କ ସହିତ ବିବାହ ବିଚ୍ଛେଦ କରି ବର୍ତ୍ତମାନ ଝିଅ ଆଶୀଙ୍କ ସହିତ ବେଶ୍ ହସଖୁସୀରେ ସମୟ ବିତାଉଛନ୍ତି ଶୁଭାଙ୍ଗୀ ।