ରାସ୍ତା ମଝିରେ ୱାଇଏସ୍‌ଆରସିପି ଯୁବ ନେତା ରସିଦଙ୍କୁ ହତ୍ୟା

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ୱାଇଏସ୍‌ଆର କଂଗ୍ରେସ ଦଳର ଜଣେ ଯୁବ ନେତାଙ୍କୁ ହତ୍ୟା କରାଯାଇଛି। ପାଲନାଡ଼ୁ ଜିଲ୍ଲାରେ ଏକ ବ୍ୟସ୍ତବହୁଳ ରାସ୍ତା ମଝିରେ ଏହି ଘଟଣା ଘଟିଛି। ଲୋକମାନେ ରାସ୍ତା ଉପରେ ଯିବା ଆସିବା କରୁଥିବାବେଳେ ଜଣେ ବ୍ୟକ୍ତି ୱାଇଏସଆରସିପି ଯୁବ ନେତାଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ। ଏହି ଘଟଣା କ୍ୟାମେରାରେ କଏଦ୍‌ ହୋଇଛି ଏବଂ ଏହାର ଭିଡିଓ ମଧ୍ୟ ଏବେ ଜୋରଦାର ପ୍ରସାର ହେବାରେ ଲାଗିଛି। ମୃତ ବ୍ୟକ୍ତିଙ୍କ […]

ରାସ୍ତା ମଝିରେ ୱାଇଏସ୍‌ଆରସିପି ଯୁବ ନେତା ରସିଦଙ୍କୁ ହତ୍ୟା

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ୱାଇଏସ୍‌ଆର କଂଗ୍ରେସ ଦଳର ଜଣେ ଯୁବ ନେତାଙ୍କୁ ହତ୍ୟା କରାଯାଇଛି। ପାଲନାଡ଼ୁ ଜିଲ୍ଲାରେ ଏକ ବ୍ୟସ୍ତବହୁଳ ରାସ୍ତା ମଝିରେ ଏହି ଘଟଣା ଘଟିଛି। ଲୋକମାନେ ରାସ୍ତା ଉପରେ ଯିବା ଆସିବା କରୁଥିବାବେଳେ ଜଣେ ବ୍ୟକ୍ତି ୱାଇଏସଆରସିପି ଯୁବ ନେତାଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ। ଏହି ଘଟଣା କ୍ୟାମେରାରେ କଏଦ୍‌ ହୋଇଛି ଏବଂ ଏହାର ଭିଡିଓ ମଧ୍ୟ ଏବେ ଜୋରଦାର ପ୍ରସାର ହେବାରେ ଲାଗିଛି। ମୃତ ବ୍ୟକ୍ତିଙ୍କ ନାଁ ରସିଦ। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ରସିଦଙ୍କୁ ଏକ ଛୁରୀରେ ବାରମ୍ବାର ମାରି ଚାଲିଥିଲେ। ତାଙ୍କର ଦୁଇ ହାତ ଅତି ଗଭୀର ଭାବେ ଖଣ୍ଡିଆ ହୋଇଥିଲା ଏବଂ ବେକ କଟିଯାଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉକ୍ତ ଘଟଣାରେ ପ୍ରତିକ୍ରିୟା ରଖି ପାଲନାଡ଼ୁ ଜିଲ୍ଲା ପୁଲିସ ମୁଖ୍ୟ କାଞ୍ଚି ଶ୍ରୀନିବାସ କହିଛନ୍ତି, ଏଭଳି ନିର୍ମମ ହତ୍ୟା ପଛରେ ବ୍ୟକ୍ତିଗତ ଶତ୍ରୁତା ଥାଇପାରେ ବୋଲି ବିଶ୍ବାସ କରାଯାଉଛି। ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।