୧୨ ମାଓବାଦୀ ସଫା: ପୋଲିସ ଟିମ୍‌ ପାଇଁ ପୁରସ୍କାର ଘୋଷଣା କଲେ ସରକାର

ପୁଣେ,୧୭।୭: ମହାରାଷ୍ଟ୍ରର ଗଡଚିରୋଲିରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି। ପ୍ରାୟ ୬ ଘଣ୍ଟା ଧରି ଚାଲିଥିବା ଏହି ଏନକାଉଣ୍ଟରରେ ୧୨ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଗଡଚିରୋଲି ଏସପି ନିଲୋତ୍ପଳ କହିଛନ୍ତି, ଅପରାହ୍ନରୁ ପ୍ରବଳ ଗୁଳି ବିନିମୟ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ୬ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥିଲା। ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳରେ ଖୋଜାଖୋଜି ବେଳେ ୧୨ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାସହ […] The post ୧୨ ମାଓବାଦୀ ସଫା: ପୋଲିସ ଟିମ୍‌ ପାଇଁ ପୁରସ୍କାର ଘୋଷଣା କଲେ ସରକାର appeared first on Dharitri Odia News.

୧୨ ମାଓବାଦୀ ସଫା: ପୋଲିସ ଟିମ୍‌ ପାଇଁ ପୁରସ୍କାର ଘୋଷଣା କଲେ ସରକାର

ପୁଣେ,୧୭।୭: ମହାରାଷ୍ଟ୍ରର ଗଡଚିରୋଲିରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି। ପ୍ରାୟ ୬ ଘଣ୍ଟା ଧରି ଚାଲିଥିବା ଏହି ଏନକାଉଣ୍ଟରରେ ୧୨ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଗଡଚିରୋଲି ଏସପି ନିଲୋତ୍ପଳ କହିଛନ୍ତି, ଅପରାହ୍ନରୁ ପ୍ରବଳ ଗୁଳି ବିନିମୟ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ୬ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥିଲା। ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳରେ ଖୋଜାଖୋଜି ବେଳେ ୧୨ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାସହ ମୃତ ମାଓବାଦୀଙ୍କ ପରିଚୟ ଏବଂ ଏହି ଅଞ୍ଚଳର ସନ୍ଧାନ ଜାରି ରହିଛି।

ଏହି ସମୟରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ କହିଛନ୍ତି, ରାଜ୍ୟ ସରକାରଙ୍କ ତରଫରୁ ମୁଁ ଗଡଚିରୋଲି ପୋଲିସ ଟିମ୍‌ ପାଇଁ ୫୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରୁଛି।

The post ୧୨ ମାଓବାଦୀ ସଫା: ପୋଲିସ ଟିମ୍‌ ପାଇଁ ପୁରସ୍କାର ଘୋଷଣା କଲେ ସରକାର appeared first on Dharitri Odia News.