୧୨ ଲକ୍ଷ କୋଟି ଘୋଟାଲା କରିଥିବା ବ୍ୟକ୍ତିଙ୍କୁ ଯିବାକୁ ପଡିବ ଜେଲ, କାହାକୁ ଟାର୍ଗେଟ କଲେ ଶାହା
ଖଜୁରାହୋ,୧୧।୪: ମଧ୍ୟପ୍ରଦେଶର ଖଜୁରାହୋ ସଂସଦୀୟ ଆସନ ପାଇଁ ପ୍ରଚାର କରିବାକୁ କଟନୀରେ ପହଞ୍ଚିଥିବା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସ ଦଳ ଉପରେ କଡ଼ା ଆକ୍ରମଣ କରିଥିଲେ। ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ତଥା ଦଳର ପ୍ରଧେଶ ଅଧ୍ୟକ୍ଷ ବିଷ୍ଣୁ ଦତ୍ତ ଶର୍ମାଙ୍କ ସମର୍ଥନରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ କଂଗ୍ରେସ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ୧୨ ଲକ୍ଷ କୋଟି ଟଙ୍କାର ସ୍କାମ କରିଥିବା ବ୍ୟକ୍ତିଙ୍କୁ ଜେଲ […] The post ୧୨ ଲକ୍ଷ କୋଟି ଘୋଟାଲା କରିଥିବା ବ୍ୟକ୍ତିଙ୍କୁ ଯିବାକୁ ପଡିବ ଜେଲ, କାହାକୁ ଟାର୍ଗେଟ କଲେ ଶାହା appeared first on Dharitri Odia News.
ଖଜୁରାହୋ,୧୧।୪: ମଧ୍ୟପ୍ରଦେଶର ଖଜୁରାହୋ ସଂସଦୀୟ ଆସନ ପାଇଁ ପ୍ରଚାର କରିବାକୁ କଟନୀରେ ପହଞ୍ଚିଥିବା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସ ଦଳ ଉପରେ କଡ଼ା ଆକ୍ରମଣ କରିଥିଲେ। ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ତଥା ଦଳର ପ୍ରଧେଶ ଅଧ୍ୟକ୍ଷ ବିଷ୍ଣୁ ଦତ୍ତ ଶର୍ମାଙ୍କ ସମର୍ଥନରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ କଂଗ୍ରେସ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ୧୨ ଲକ୍ଷ କୋଟି ଟଙ୍କାର ସ୍କାମ କରିଥିବା ବ୍ୟକ୍ତିଙ୍କୁ ଜେଲ ଯିବାକୁ ପଡ଼ିବ।
ଶାହା କହିଛନ୍ତି, ୨୦୦୪ ରୁ 2୨୦୧୪ ପର୍ଯ୍ୟନ୍ତ ୟୁପିଏ ସରକାରଙ୍କ ୧୦ ବର୍ଷର ଶାସନ କାଳରେ ୧୨ ଲକ୍ଷ କୋଟି ଟଙ୍କାର ଠକେଇ, ଘୋଟାଲା ଏବଂ ଦୁର୍ନୀତି ହୋଇଥିଲା। ୨୦୧୪ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଶର ଲୋକଙ୍କୁ ପ୍ରତିଶୃତି ଦେଇଥିଲେ ଯେ ଯଦି ସେ କ୍ଷମତାକୁ ଆସିବେ, ଆମେ ପ୍ରତ୍ୟେକ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଜେଲକୁ ପଠାଇବୁ। ଏହି ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଜନସାଧାରଣଙ୍କ ପ୍ରତ୍ୟେକ ପଇସା ଫେରସ୍ତ କରିବାକୁ ପଡ଼ିବ, ଯେଉଁମାନେ ଚୋରି କରିଛନ୍ତି ସେମାନଙ୍କୁ ଜେଲ ଯିବାକୁ ପଡ଼ିବ।
ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆହୁରି କହିଛନ୍ତି, ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଛନ୍ତି। କଂଗ୍ରେସ 50 ବର୍ଷରେ ଯାହା କରିପାରିବ ନାହିଁ, ମୋଦି ସରକାର ୧୦ବର୍ଷ ମଧ୍ୟରେ ଏହା କରି ଦେଶ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।
ବିରୋଧୀ ମେଣ୍ଟକୁ ଟାର୍ଗେଟ କରି ସେ କହିଛନ୍ତି ଯେ ଇଣ୍ଡିଆ ମିଳିତ ମଞ୍ଚ ଦୁର୍ନୀତିଗ୍ରସ୍ତ ଲୋକଙ୍କ ସମାବେଶ। ଏହା ଦୁର୍ନୀତିଗ୍ରସ୍ତ ଲୋକମାନଙ୍କର ଏକ ଗୋଷ୍ଠୀ ଯେଉଁମାନେ ସ୍କାମ କରନ୍ତି। ବର୍ତ୍ତମାନ ସମସ୍ତେ ଜେଲକୁ ଯାଉଛନ୍ତି।
The post ୧୨ ଲକ୍ଷ କୋଟି ଘୋଟାଲା କରିଥିବା ବ୍ୟକ୍ତିଙ୍କୁ ଯିବାକୁ ପଡିବ ଜେଲ, କାହାକୁ ଟାର୍ଗେଟ କଲେ ଶାହା appeared first on Dharitri Odia News.