୧୨୬ ବର୍ଷର କ୍ରିକେଟ ଇତିହାସରେ ପ୍ରଥମ, ଏହି ଟିମ କଲା ବିରଳ ରେକର୍ଡ

୧୨୬ ବର୍ଷର କ୍ରିକେଟ ଇତିହାସରେ ଯାହା ହୋଇ ନଥିଲା, ତାହା କରିଛି ଏହି ଇଂଲିଶ କାଉଣ୍ଟୀ ଟିମ।

୧୨୬ ବର୍ଷର କ୍ରିକେଟ ଇତିହାସରେ ପ୍ରଥମ, ଏହି ଟିମ କଲା ବିରଳ ରେକର୍ଡ

ଇତିହାସ ରଚିଛି ସରେ କାଉଣ୍ଟୀ କ୍ରିକେଟ କ୍ଲବ। ଇଂଲଣ୍ଡର ଓଭାଲରେ ଖେଳା ଯାଉଥିବା କାଉଣ୍ଟୀ ଚାମ୍ପିୟନଶିପ ଡିଭିଜନ ୱାନର ଗୋଟିଏ ମ୍ୟାଚ୍‌ରେ ସରେ କରିଛି ବିରଳ ରେକର୍ଡ। ୧୨୬ ବର୍ଷର କ୍ରିକେଟ ଇତିହାସରେ ଯାହା ହୋଇ ନଥିଲା, ତାହା କରିଛି ଏହି ଇଂଲିଶ କାଉଣ୍ଟୀ ଟିମ।

ଡମ ସିବଲେଙ୍କ ରେକର୍ଡ ତଥା କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ୩୦୫ ରନରର ଇନିଂସ ବଳରେ ସରେ ଦୁରହାମ ବିପକ୍ଷରେ ୯ ୱିକେଟ ହରାଇ ୮୨୦ ରନର ପାହାଡ଼ ଛିଡ଼ା କରିବାକୁ ସକ୍ଷମ ହୋଇଛି। ପୂର୍ବରୁ କୌଣସି ଟିମ ୧୨୬ ବର୍ଷ ମଧ୍ୟରେ ଗୋଟିଏ ଇନିଂସ ଏତେ ରନ କେବେ ହେଲେ କରି ନଥିଲା

ଏହି ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନ ୪୦୭/୩ରୁ ଆରମ୍ଭ କରିଥିଲା ସରେ। ପ୍ରଥମେ ସରେ ୧୨୬ ବର୍ଷ ତଳେ ଗୋଟିଏ ଇନିଂସରେ ସର୍ବାଧିକ ରନ କରିବାର ରେକର୍ଡକୁ ଭାଙ୍ଗିଥିଲା। ଏହି ରେକର୍ଡ ମଧ୍ୟ ସରେ ନାଁରେ ରହିଥିଲା। ସିବଲେ ପ୍ରଥମ ଦିନ ୧୬୯ରନ ରନ କରି ଅପରାଜିତ ରହିଥିବା ବେଳେ ଆଉ ୫୩ ଓଭର ବ୍ୟାଟିଂ କରି ୩୩୪ ରନ ଯୋଡ଼ିଥିଲେ। ତାଙ୍କ ବ୍ୟତୀତ ଡାନ ଲୱରେନ୍ସେ ୧୭୮, ୱିଲ ଜ୍ୟାକ୍ସ ୧୧୯ ଓ ସାମ କରନାନ ୧୦୮ ରନର ଇନିଂସ ଖେଳିଛନ୍ତି।

ସରେ ୧୮୯୯ ମସିହାରେ ଗୋଟିଏ ଇନିଂସରେ ୮୧୧ ରନ କରିବାର ରେକର୍ଡ କରିଥିଲା। ୧୨୬ ତଳେ ଦଳ ସମରସେଟ ବିରୋଧରେ ଏହି ଓଭାଲରେ ଏପରି ରେକର୍ଡ କରିଥିଲା। ‌ଏବେ ଦଳ ପୁଣି ୮୨୦ ରନ କରି ବିଶ୍ୱ ରେକର୍ଡ କରିଛି। କାଉଣ୍ଟୀ କ୍ରିକେଟରେ ସରେ ଏକମାତ୍ର ଟିମ ଯଦି ୨ ଥର ୮୦୦ରୁ ଅଧିକ ରନ ଗୋଟିଏ ଇନିଂସରେ କରିବାର କୀର୍ତ୍ତିମାନ ହାସଲ କରିଛି।

କାଉଣ୍ଟୀ ଚାମ୍ପିୟନଶିପର ଗୋଟିଏ ଇନିଂସରେ ସର୍ବାଧିକ ସ୍କୋର

887 - YOR vs WAR, Birmingham 1896

863 - LAN vs SUR, The Oval 1990

850/7 - SOM vs MID, Taunton 2007

820/9 - SUR vs DUR, The Oval 2025

811 - SUR vs SOM, The Oval 1899

ସିବଲେ ୪୭୫ ବଲରେ ରେକର୍ଡ ୩୦୫ ରନ କରିଛନ୍ତି। ସେ ଏହି ଇନିଂସରେ ୨୯ଟି ଚୌକା ଓ ୨ଟି ଛକା ମାରିବା ପରେ ଆଉଟ ହୋଇଛନ୍ତି। ସରେ ପାଇଁ ୮ମ ବ୍ୟାଟର ଭାବେ ସିବଲେ ଏପରି ଟ୍ରିପଲ ଟନ ହାସଲ କରିଛନ୍ତି।