୧୩ କୁଇଣ୍ଟାଲ ଗଞ୍ଜେଇ ଜବତ: କନ୍ଧମାଳରୁ ନୂଆପଡ଼ା ହେଉଥିଲା ଚାଲାଣ
ପାଟଣାଗଡ଼,୨୮।୭: ବଲାଙ୍ଗୀର ଜିଲା ଲାଠୋର ଥାନା ପୋଲିସ ରବିବାର ଚଢାଉ କରି ଟଲିଆଲିଟି ଗାଁ ନିକଟରୁ ୧୩ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ପୋଲିସ ଏକ ପିକ୍ଅପ୍ ଭ୍ୟାନ, ବାଇକ୍ ଜବତ କରି ୩ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷେ ପିକ୍ଅପ୍ ଭ୍ୟାନ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ଲାଠୋର ପୋଲିସକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ଏନେଇ ପୋଲିସର ଏକ ଟିମ୍ ଚଢାଉ […] The post ୧୩ କୁଇଣ୍ଟାଲ ଗଞ୍ଜେଇ ଜବତ: କନ୍ଧମାଳରୁ ନୂଆପଡ଼ା ହେଉଥିଲା ଚାଲାଣ appeared first on Dharitri Odia News.
ପାଟଣାଗଡ଼,୨୮।୭: ବଲାଙ୍ଗୀର ଜିଲା ଲାଠୋର ଥାନା ପୋଲିସ ରବିବାର ଚଢାଉ କରି ଟଲିଆଲିଟି ଗାଁ ନିକଟରୁ ୧୩ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ପୋଲିସ ଏକ ପିକ୍ଅପ୍ ଭ୍ୟାନ, ବାଇକ୍ ଜବତ କରି ୩ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷେ ପିକ୍ଅପ୍ ଭ୍ୟାନ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।
ମିଳିଥିବା ସୂଚନା ମୁତାବକ, ଲାଠୋର ପୋଲିସକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ଏନେଇ ପୋଲିସର ଏକ ଟିମ୍ ଚଢାଉ କରି ଟଲିଆଲିଟି ଗାଁ ନିକଟରେ ଏକ ପିକଅପ୍ ଭ୍ୟାନ୍କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ପୋଲିସ କର୍ମଚାରୀ ପିକଅପ୍ ଭ୍ୟାନ୍ରେ ୧୨ କୁଇଣ୍ଟାଲ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ। ଏପରି କି ପୋଲିସ ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ଧରିବାରେ ସଫଳ ହୋଇଥିଲା। ପୋଲିସ ତଦନ୍ତ ପରେ କନ୍ଧମାଳରୁ ନୂଆପଡ଼ାକୁ ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଛି।
The post ୧୩ କୁଇଣ୍ଟାଲ ଗଞ୍ଜେଇ ଜବତ: କନ୍ଧମାଳରୁ ନୂଆପଡ଼ା ହେଉଥିଲା ଚାଲାଣ appeared first on Dharitri Odia News.