୧୪ରୁ ପୁଣି ହାତୀ ଗଣନା

ଭଞ୍ଜନଗର,୭ା୧୧(ବାବୁଲା ପ୍ରଧାନ)- ରାଜ୍ୟ ସରକାର ପ୍ରଥମ ଥର ପାଇଁ ବର୍ଷକୁ ଦୁଇଥର ହାତୀ, ବାଘ ଓ ଅନ୍ୟ ବନ୍ୟପ୍ରାଣୀ ଗଣନା କରିବାକୁ ଯାଉଛନ୍ତି। ଆସନ୍ତା ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫୧ଟି ବନଖଣ୍ଡରେ ହାତୀ ଗଣନା ହେବ। ଗୁରୁବାର ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଲାଲସିଂ ନର୍ସରୀ ପରିସରରେ ଏଥିପାଇଁ ଏକ ତାଲିମ ଶିବିର ହୋଇଯାଇଛି। ଏଥିରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି ଅଧ୍ୟକ୍ଷତା କରି ହାତୀ ଗଣନା କିଭଳି ହେବ ସେ ସମ୍ପର୍କରେ […] The post ୧୪ରୁ ପୁଣି ହାତୀ ଗଣନା appeared first on Dharitri Odia News.

୧୪ରୁ ପୁଣି ହାତୀ ଗଣନା

ଭଞ୍ଜନଗର,୭ା୧୧(ବାବୁଲା ପ୍ରଧାନ)- ରାଜ୍ୟ ସରକାର ପ୍ରଥମ ଥର ପାଇଁ ବର୍ଷକୁ ଦୁଇଥର ହାତୀ, ବାଘ ଓ ଅନ୍ୟ ବନ୍ୟପ୍ରାଣୀ ଗଣନା କରିବାକୁ ଯାଉଛନ୍ତି। ଆସନ୍ତା ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫୧ଟି ବନଖଣ୍ଡରେ ହାତୀ ଗଣନା ହେବ।

ଗୁରୁବାର ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଲାଲସିଂ ନର୍ସରୀ ପରିସରରେ ଏଥିପାଇଁ ଏକ ତାଲିମ ଶିବିର ହୋଇଯାଇଛି। ଏଥିରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି ଅଧ୍ୟକ୍ଷତା କରି ହାତୀ ଗଣନା କିଭଳି ହେବ ସେ ସମ୍ପର୍କରେ ତାଲିମ ଦେଇଥିଲ। ବନଖଣ୍ଡରେ ୭୫ଟି ୟୁନିଟ ହୋଇଥିବା ଜଣାପଡିଛି। ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଏସିଏଫ ବିବେକ ଦାସ, ରେଞ୍ଜର ବିମ୍ବାଧର ସାହୁ ପ୍ରମୁଖ ଯୋଗ ଦେଇ ଉଦ୍‌ବୋଧନ ଦେଇଥିଲେ।

ସେହିଭଳି ଦକ୍ଷିଣ ଘୁମୁସର ବନଖଣ୍ଡରେ ମଧ୍ୟ ହାତୀ ଗଣନା ପାଇଁ ପ୍ରସ୍ତୁତି ଚାଲିଛି। ଡିଏଫଓ ବିନୋଦ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଏହି ପ୍ରକ୍ରିୟା ଚାଲିଛି। ଦକ୍ଷିଣ ଘୁମୁସର ବନଖଣ୍ଡରେ ହାତୀ ଗଣନା ପାଇଁ ଏକାଧିକ ୟୁନିଟ ଗଠନ ହୋଇଛି। ହାତୀ ଗଣନା ସମୟରେ ବନ ସୁରକ୍ଷା ସମିତି କର୍ମକର୍ତ୍ତାମାନେ କର୍ମଚାରୀଙ୍କୁ ସହଯୋଗ କରିବେ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ପ୍ରତି ଦୁଇ ବର୍ଷରେ ଥରେ ହାତୀ ଗଣନା କରନ୍ତି। କୋଭିଡ୍‌ ପରଠୁ କେନ୍ଦ୍ର ସରକାର ଆଉ ହାତୀ ଗଣନା କରିନାହାଁନ୍ତି । ତେବେ ଗତ ମାର୍ଚ୍ଚ ମାସରେ ରାଜ୍ୟରେ ହାତୀ ଗଣନା ହୋଇଥିଲା। ବର୍ତ୍ତମାନ ପୁଣି ହାତୀ ଗଣନା ପାଇଁ ପଦକ୍ଷେପ ନିଆଯାଇଛି। ବର୍ଷକୁ ଦୁଇଥର ହାତୀ ଗଣନା ହେଲେ ସେମାନଙ୍କ ବଂଶ ବୃଦ୍ଧି, ପ୍ରକୃତ ସଂଖ୍ୟା ନିରୂପଣ ଏବଂ ଗତିବିଧି ସମ୍ବନ୍ଧରେ ଜାଣିହେବ।

ସେହିଭଳି ରାଜ୍ୟରେ ପୁଣି ବାଘ ଗଣନା ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି । ମାସେ ବ୍ୟାପୀ ବାଘ ଗଣନା ପ୍ରକ୍ରିୟା ଚାଲିବ। ବାଘ ଗଣନାକୁ ସମ୍ପୂର୍ଣ୍ଣ ଗୋପନୀୟ ଭାବେ କରାଯାଉଛି। ବର୍ତ୍ତମାନ ଜଙ୍ଗଲରେ ଟ୍ରାପ କ୍ୟାମେରା ଲାଗିଥିବାରୁ ଅବାଧରେ ଘୁରିବୁଲିଥିବା ଶିକାରୀଙ୍କୁ ଠାବ କରିବା ସହଜ ହେବ। ଉକ୍ତ କ୍ୟାମେରା ଉପରେ କର୍ମଚାରୀମାନେ ୨୪ ଘଣ୍ଟିଆ ନଜର ରଖିଥିବା ଜଣାପଡିଛି। ବନ୍ୟଜନ୍ତୁ ଗଣନା ସମୟରେ ଯେଭଳି କୌଣସି ତଥ୍ୟ ବାହାରକୁ ନ ଯିବ ସେଥିପାଇଁ କର୍ମଚାରୀମାନଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତାଗିଦ କରିଥିବା ସୂଚନା ମିଳିଛି ।

The post ୧୪ରୁ ପୁଣି ହାତୀ ଗଣନା appeared first on Dharitri Odia News.