୧୪୭ ବର୍ଷର କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମତି: ବିଶ୍ୱର ପ୍ରଥମ ଖେଳାଳି ଭାବେ..

ନୂଆଦିଲ୍ଳୀ,୧୬।୧୨: ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି, ଯାହାର ତୃତୀୟ ଟେଷ୍ଟ ମ୍ୟାଚ ସେଡନ ପାର୍କରେ ଖେଳାଯାଉଛି। ଏହି ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ କେନ ୱିଲିୟମସନ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଇନିଂସରେ ଚମତ୍କାର ଶତକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ଏହା ହେଉଛି ତାଙ୍କ ଟେଷ୍ଟ କ୍ୟାରିୟରର ୩୩ ତମ ଶତକ। ବିଶେଷ କଥା ହେଉଛି ଟେଷ୍ଟ କ୍ରିକେଟର ୧୪୭ ବର୍ଷର ଇତିହାସରେ ୱିଲିୟମସନ ବିଶ୍ୱର […] The post ୧୪୭ ବର୍ଷର କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମତି: ବିଶ୍ୱର ପ୍ରଥମ ଖେଳାଳି ଭାବେ.. appeared first on Dharitri Odia News.

୧୪୭ ବର୍ଷର କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମତି: ବିଶ୍ୱର ପ୍ରଥମ ଖେଳାଳି ଭାବେ..

ନୂଆଦିଲ୍ଳୀ,୧୬।୧୨: ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି, ଯାହାର ତୃତୀୟ ଟେଷ୍ଟ ମ୍ୟାଚ ସେଡନ ପାର୍କରେ ଖେଳାଯାଉଛି। ଏହି ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ କେନ ୱିଲିୟମସନ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଇନିଂସରେ ଚମତ୍କାର ଶତକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ଏହା ହେଉଛି ତାଙ୍କ ଟେଷ୍ଟ କ୍ୟାରିୟରର ୩୩ ତମ ଶତକ।
ବିଶେଷ କଥା ହେଉଛି ଟେଷ୍ଟ କ୍ରିକେଟର ୧୪୭ ବର୍ଷର ଇତିହାସରେ ୱିଲିୟମସନ ବିଶ୍ୱର ପ୍ରଥମ ଖେଳାଳି ହୋଇପାରିଛନ୍ତି। ଏହା ବ୍ୟତୀତ ଦ୍ରୁତତମ ୩୩ତମ ଟେଷ୍ଟ ଶତକ ହାସଲ କରିବାରେ ସେ ତୃତୀୟ ଖେଳାଳି ହୋଇଛନ୍ତି। ନ୍ୟୁଜିଲାଣ୍ଡ ପାଇଁ ସର୍ବାଧିକ ଟେଷ୍ଟ ଶତକ ହାସଲ କରିବାକୁ ୱିଲିୟମସନ ମଧ୍ୟ ଖେଳାଳି ହୋଇଛନ୍ତି।

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ୬ଟି ଛକା ମାରି କେନ ୱିଲିୟମସନ ନିଜର ଶତକ ପୂରଣ କରିଥିଲେ। ଏହା ସହିତ ୱିଲିୟମସନ ସମାନ ଗ୍ରାଉଣ୍ଡରେ କ୍ରମାଗତ ୫ ଶତକ ସ୍କୋର କରିବା ଖେଳାଳି ହୋଇଥିଲେ। ୱିଲିୟମ୍ସନ ୨୦୧୯ରେ ବାଂଲାଦେଶ ବିପକ୍ଷରେ ୨୦୦ ରନ, ୨୦୧୯ରେ ଇଂଲଣ୍ଡ ବିପକ୍ଷରେ ୧୦୪ ରନ, ୨୦୨୦ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୫୧ ରନ, ୨୦୨୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୩୩ରନ ଏବଂ ୨୦୨୪ରେ ଇଂଲଣ୍ଡ ବିପକ୍ଷରେ ୧୫୬ ରନ ସଂଗ୍ରହ କରିଛନ୍ତି। । ସେଡନ ପାର୍କରେ ୱିଲିୟମ୍ସନଙ୍କ ଏହା ହେଉଛି ସପ୍ତମ ଟେଷ୍ଟ ଶତକ।
ଦ୍ରୁତତମ ୩୩ ଟେଷ୍ଟ ଶତକ ହାସଲ କରିବାରେ କେନ ୱିଲିୟମସନ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ପୂର୍ବରୁ ରିକି ପଣ୍ଟିଂ ଏବଂ ସଚିନ ତେନ୍ଦୁଲକର ଶୀର୍ଷ ଦୁଇରେ ଅଛନ୍ତି। ୱିଲିୟମ୍ସନଙ୍କ ପରେ ୟୁନିସ ଖାନ ଏବଂ ଷ୍ଟିଭ ସ୍ମିଥ। କେନ ୱିଲିୟମ୍ସନ ତାଙ୍କର ୧୮୬ ତମ ଟେଷ୍ଟ ଇନିଂସରେ ୩୩ତମ ଟେଷ୍ଟ ଶତକ ପୂରଣ କରିଛନ୍ତି।

The post ୧୪୭ ବର୍ଷର କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମତି: ବିଶ୍ୱର ପ୍ରଥମ ଖେଳାଳି ଭାବେ.. appeared first on Dharitri Odia News.