୧୪୭ ବର୍ଷର ଟେଷ୍ଟ କ୍ରିକେଟ୍ ଇତିହାସରେ ପାକିସ୍ତାନ ନାଁରେ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ: ଘରୋଇ ମାଟିରେ ଇଂଲଣ୍ଡ ହାତରୁ ମୁଲତାନ ଟେଷ୍ଟରେ ଇନିଂସ ଓ ୪୭ ରନର ଲଜ୍ଜାଜନକ  ପରାଜୟ ଭୋଗିଛି ପାକିସ୍ତାନ। ଏହି ପରାଜୟ ସହ ପାକିସ୍ତାନ ନାମରେ ଅଲୋଡ଼ା ରେକର୍ଡ ଲିପିବଦ୍ଧ ହୋଇ ଯାଇଛି। ପାକିସ୍ତାନ ଟେଷ୍ଟ କ୍ରିକେଟ୍‌ର ୧୪୭ ବର୍ଷର ଇତିହାସରେ ଏମିତି ପ୍ରଥମ ଦଳ ହୋଇଛି ଯିଏ ପ୍ରଥମ ଇନିଂସରେ ୫୦୦ରୁ ଉର୍ଦ୍ଧ୍ଵ ରନ କରିବା ପରେ ବି ମ୍ୟାଚ୍‌ରେ ଇନିଂସ ପରାଜୟ ଭୋଗିଛି। ଆଜି ପର୍ଯ୍ୟନ୍ତ କୌଣସି ଦଳ ଟେଷ୍ଟ କ୍ରିକେଟ୍‌ରେ ଗୋଟିଏ ଇନିଂସରେ ୫୦୦ରୁ ଅଧିକ ରନ କରି ମ୍ୟାଚ ହାରି ନାହାନ୍ତି।ଟେଷ୍ଟ କ୍ରିକେଟ୍‌ରେ ଗୋଟିଏ ଇନିଂସରେ ବିଶାଳ ସ୍କୋର କରିବା ପରେ ବି ଇନିଂସ ପରାଜୟ ଭୋଗିବା ତାଲିକାରେ ପାକିସ୍ତାନ ପୂର୍ବରୁ ଏହି ରେକର୍ଡ ଆୟରଲାଣ୍ଡ ନାମରେ ଥିଲା। ଦଳ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଇନିଂସରେ ୪୯୨ ରନ କରି ବି ଇନିଂସ ପରାଜୟ ଭୋଗିଥିଲା। ଏହି ଅଲୋଡ଼ା ତାଲିକାରେ ଭାରତର ନାଁ ବି ରହିଛି। ୨୦୧୦ରେ ଭାରତ ସେଞ୍ଚୁରିୟନ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ  ୪୫୯ ରନ କରିବା ପରେ ବି ଇନିଂସ ପରାଜୟ ଭୋଗିଥିଲା। ଟେଷ୍ଟ କ୍ରିକେଟ୍‌ରେ ଗୋଟିଏ ଇନିଂସରେ ସର୍ବାଧିକ ରନ କରି ବି ଇନିଂସ ପରାଜୟ ଭୋଗିଥିବା ଟିମ୍୫୫୬ ରନ- ପାକିସ୍ତାନ ବନାମ ଇଂଲଣ୍ଡ, ମୁଲତାନ, ୨୦୨୪, ଇନିଂସ ଓ ୪୭ ରନ୪୯୨- ଆୟରଲଣ୍ଡ ବନାମ ଶ୍ରୀଲଙ୍କା, ଗଲ, ୨୦୨୩, ଇନିଂସ ଓ ୧୦ ରନ୪୭୭- ଇଂଲଣ୍ଡ ବନାମ ଭାରତ, ଚେନ୍ନାଇ, ୨୦୧୬, ଇନିଂସ ଓ

୧୪୭ ବର୍ଷର ଟେଷ୍ଟ କ୍ରିକେଟ୍ ଇତିହାସରେ ପାକିସ୍ତାନ ନାଁରେ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ: ଘରୋଇ ମାଟିରେ ଇଂଲଣ୍ଡ ହାତରୁ ମୁଲତାନ ଟେଷ୍ଟରେ ଇନିଂସ ଓ ୪୭ ରନର ଲଜ୍ଜାଜନକ  ପରାଜୟ ଭୋଗିଛି ପାକିସ୍ତାନ। ଏହି ପରାଜୟ ସହ ପାକିସ୍ତାନ ନାମରେ ଅଲୋଡ଼ା ରେକର୍ଡ ଲିପିବଦ୍ଧ ହୋଇ ଯାଇଛି। ପାକିସ୍ତାନ ଟେଷ୍ଟ କ୍ରିକେଟ୍‌ର ୧୪୭ ବର୍ଷର ଇତିହାସରେ ଏମିତି ପ୍ରଥମ ଦଳ ହୋଇଛି ଯିଏ ପ୍ରଥମ ଇନିଂସରେ ୫୦୦ରୁ ଉର୍ଦ୍ଧ୍ଵ ରନ କରିବା ପରେ ବି ମ୍ୟାଚ୍‌ରେ ଇନିଂସ ପରାଜୟ ଭୋଗିଛି। ଆଜି ପର୍ଯ୍ୟନ୍ତ କୌଣସି ଦଳ ଟେଷ୍ଟ କ୍ରିକେଟ୍‌ରେ ଗୋଟିଏ ଇନିଂସରେ ୫୦୦ରୁ ଅଧିକ ରନ କରି ମ୍ୟାଚ ହାରି ନାହାନ୍ତି।

ଟେଷ୍ଟ କ୍ରିକେଟ୍‌ରେ ଗୋଟିଏ ଇନିଂସରେ ବିଶାଳ ସ୍କୋର କରିବା ପରେ ବି ଇନିଂସ ପରାଜୟ ଭୋଗିବା ତାଲିକାରେ ପାକିସ୍ତାନ ପୂର୍ବରୁ ଏହି ରେକର୍ଡ ଆୟରଲାଣ୍ଡ ନାମରେ ଥିଲା। ଦଳ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଇନିଂସରେ ୪୯୨ ରନ କରି ବି ଇନିଂସ ପରାଜୟ ଭୋଗିଥିଲା। ଏହି ଅଲୋଡ଼ା ତାଲିକାରେ ଭାରତର ନାଁ ବି ରହିଛି। ୨୦୧୦ରେ ଭାରତ ସେଞ୍ଚୁରିୟନ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ  ୪୫୯ ରନ କରିବା ପରେ ବି ଇନିଂସ ପରାଜୟ ଭୋଗିଥିଲା। 

ଟେଷ୍ଟ କ୍ରିକେଟ୍‌ରେ ଗୋଟିଏ ଇନିଂସରେ ସର୍ବାଧିକ ରନ କରି ବି ଇନିଂସ ପରାଜୟ ଭୋଗିଥିବା ଟିମ୍

୫୫୬ ରନ- ପାକିସ୍ତାନ ବନାମ ଇଂଲଣ୍ଡ, ମୁଲତାନ, ୨୦୨୪, ଇନିଂସ ଓ ୪୭ ରନ

୪୯୨- ଆୟରଲଣ୍ଡ ବନାମ ଶ୍ରୀଲଙ୍କା, ଗଲ, ୨୦୨୩, ଇନିଂସ ଓ ୧୦ ରନ

୪୭୭- ଇଂଲଣ୍ଡ ବନାମ ଭାରତ, ଚେନ୍ନାଇ, ୨୦୧୬, ଇନିଂସ ଓ ୭୫ ରନ

୪୬୩- ଓ୍ଵେଷ୍ଟଇଣ୍ଡିଜ ବନାମ ଭାରତ, କୋଲକାତା, ୨୦୧୧, ଇନିଂସ ଓ ୧୫ ରନ

୪୫୯- ଭାରତ ବନାମ ଦକ୍ଷିଣ ଆଫ୍ରିକା, ସେଞ୍ଚୁରିୟନ, ୨୦୧୦, ଇନିଂସ ଓ ୨୫ ରନ

ପ୍ରଥମ ଇନିଂସରେ ୫୦୦ରୁ ଅଧିକ ରନ କରିବା ପରେ ବି ସର୍ବାଧିକ ମ୍ୟାଚ୍ ହାରିଥିବା ଦଳ

ପାକିସ୍ତାନ କ୍ରିକେଟ୍ ଇତିହାସରେ ପ୍ରଥମ ଇନିଂସରେ ୫୦୦ରୁ ଅଧିକ ରନ କରିବା ପରେ ବି ପାଞ୍ଚ ଥର ମ୍ୟାଚ୍ ହାରିଛି। ଏହି ତାଲିକାରେ ଦଳ ଟପ୍‌ରେ ରହିଛି। ଅଷ୍ଟ୍ରେଲିଆ ତିନି ଥର, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ଦୁଇ ଦୁଇ ଥର ମ୍ୟାଚ୍ ହାରିଛନ୍ତି। 

ପରାଜିତ ଦଳର ଗୋଟିଏ ଟେଷ୍ଟ ଇନିଂସରେ ସର୍ବାଧିକ ଶତକ

ପାକିସ୍ତାନ ପାଇଁ ମୁଲତାନ ଟେଷ୍ଟରେ ଅବଦୁଲ୍ଲା ଶଫିକ, ଅଧିନାୟକ ଶାନ ମସୁଦ ଓ ଆଗା ସଲମାନ ଶତକ ହାସଲ କରିଥିଲେ। ଏହା ସତ୍ତ୍ବେ ବି ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଟେଷ୍ଟ କ୍ରିକେଟ୍‌ରେ ଏହା ତୃତୀୟ ଥର ଘଟିଛି ଯେଉଁଠି ଗୋଟିଏ ଇନିଂସରେ ତିନି ବ୍ୟାଟର ଶତକ ହାସଲ କରିବା ପରେ ବି ଦଳ ମ୍ୟା୍ ହାରିଛି। ଆଉ ପାକିସ୍ତାନ କ୍ଷେତ୍ରରେ ଏହା ଦ୍ଵିତୀୟ ଥର ଘଟିଛି। ୨୦୨୨ରେ ମଧ୍ୟ ଇଂଲଣ୍ଡ ବିପକ୍ଷ ରାଓ୍ଵଲପିଣ୍ଡି ଟେଷ୍ଟରେ ପାକିସ୍ତାନର ତିନି ବ୍ୟାଟର ଶତକ ହାସଲ କରିଥିଲେ ହେଁ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। 

୩ ଶତକ- ଶ୍ରୀଲଙ୍କା ବନାମ ଅଷ୍ଟ୍ରେଲିଆ, କଲୋମ୍ବୋ, ୧୯୯୨

୩  ଶତକ– ପାକିସ୍ତାନ ବନାମ ଇଂଲଣ୍ଡ, ରାଓ୍ଵଲପିଣ୍ଡି, ୨୦୨୨

୩  ଶତକ- ପାକିସ୍ତାନ ବନାମ ଇଂଲଣ୍ଡ, ମୁଲତାନ, ୨୦୨୪