୧୫ ଦିନ ମଧ୍ୟରେ ସରକାରୀ ବାସଭବନ ଛାଡ଼ିବେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତିର ଅଭିଯୁକ୍ତ ଅରବିନ୍ଦ କେଜ୍ରିୱାଲ୍‌ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମିଳିଥିବା ସରକାରୀ ଘରକୁ ଆସନ୍ତା ୧୫ ଦିନ ମଧ୍ୟରେ ଛାଡ଼ିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ନିଜ ବ୍ୟକ୍ତିଗତ ବାସଭବନରେ ତାଙ୍କର ସୁରକ୍ଷା ନେଇ ମଧ୍ୟ ଦଳ ପକ୍ଷରୁ ଚିନ୍ତାପ୍ରକଟ କରାଯାଇଛି। ରାଜ୍ୟସଭା ସଦସ୍ୟ ତଥା ଆପ୍‌ ନେତା ସଞ୍ଜୟ ସିଂହ କହିଛନ୍ତି, ୧୫ ଦିନ ମଧ୍ୟରେ କେଜ୍ରିୱାଲ୍‌ ନିଜର ସରକାରୀ ଘର ଛାଡ଼ିବେ। ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ […]

୧୫ ଦିନ ମଧ୍ୟରେ ସରକାରୀ ବାସଭବନ ଛାଡ଼ିବେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତିର ଅଭିଯୁକ୍ତ ଅରବିନ୍ଦ କେଜ୍ରିୱାଲ୍‌ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମିଳିଥିବା ସରକାରୀ ଘରକୁ ଆସନ୍ତା ୧୫ ଦିନ ମଧ୍ୟରେ ଛାଡ଼ିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ନିଜ ବ୍ୟକ୍ତିଗତ ବାସଭବନରେ ତାଙ୍କର ସୁରକ୍ଷା ନେଇ ମଧ୍ୟ ଦଳ ପକ୍ଷରୁ ଚିନ୍ତାପ୍ରକଟ କରାଯାଇଛି। ରାଜ୍ୟସଭା ସଦସ୍ୟ ତଥା ଆପ୍‌ ନେତା ସଞ୍ଜୟ ସିଂହ କହିଛନ୍ତି, ୧୫ ଦିନ ମଧ୍ୟରେ କେଜ୍ରିୱାଲ୍‌ ନିଜର ସରକାରୀ ଘର ଛାଡ଼ିବେ। ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ମିଳିଥିବା ସମସ୍ତ ସୁବିଧା ମଧ୍ୟ ଛାଡ଼ିବେ। ଅନ୍ୟ ନେତାମାନେ ପଦବି ଯିବା ପରେ ମିଳିଥିବା ସୁବିଧାସୁଯୋଗ ଛାଡ଼ିବାକୁ ଚାହାନ୍ତି ନାହିଁ, କିନ୍ତୁ କେଜ୍ରୱାଲ୍‌ ୧୫ ଦିନ ମଧ୍ୟରେ ଏହା କରିଦେଖାଇବେ। ଏହାସହ କେଜ୍ରିୱାଲ୍‌ଙ୍କ ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତାବ୍ୟକ୍ତ କରାଯାଇଛି। ସାଂସଦ ସିଂହ କହିଛନ୍ତି, କେଜ୍ରିୱାଲ୍‌ଙ୍କ ଉପରେ ପୂର୍ବରୁ ଅନେକ ଥର ଆକ୍ରମଣ ହୋଇଥିବାରୁ ତାଙ୍କ ସୁରକ୍ଷା ସୁନିଶ୍ଚିତ ହେବା ଜରୁରୀ।