୧୫ ଦିନର ଶିଶୁ କନ୍ୟାକୁ ଜୀବନ୍ତ ପୋତିଦେଲେ

ଇସଲାମାବାଦ,୮।୭: ପାକିସ୍ତାନରୁ ଏକ ଲୋମ ଟାଙ୍କୁରା ଖବର ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ନିଜର ୧୫ ଦିନର ଶିଶୁ କନ୍ୟାକୁ ଜୀବନ୍ତ ପୋତି ଦେଇଛନ୍ତି। ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି। ଏଆରଓ୍ବାଇ ନ୍ୟୁଜ ରିପୋର୍ଟ ଅନୁଯାୟୀ, ଏହି ଭୟଙ୍କର ତଥା ଜଘନ୍ୟ ଅପରାଧ ପାକିସ୍ତାନର ତରୁଶା ଜିଲାରେ କରାଯାଇଥିଲା। ପୋଲିସ ଅଧିକାରୀ କହିଛନ୍ତି ଯେ ତୈୟବ ନାମକ ଜଣେ ବ୍ୟକ୍ତି ତାଙ୍କର ଏହି ଘୃଣ୍ୟ କାର୍ଯ୍ୟକୁ ସ୍ବୀକାର କରିଛନ୍ତି। ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ଜଣକ […] The post ୧୫ ଦିନର ଶିଶୁ କନ୍ୟାକୁ ଜୀବନ୍ତ ପୋତିଦେଲେ appeared first on Dharitri Odia News.

୧୫ ଦିନର ଶିଶୁ କନ୍ୟାକୁ ଜୀବନ୍ତ ପୋତିଦେଲେ

ଇସଲାମାବାଦ,୮।୭: ପାକିସ୍ତାନରୁ ଏକ ଲୋମ ଟାଙ୍କୁରା ଖବର ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ନିଜର ୧୫ ଦିନର ଶିଶୁ କନ୍ୟାକୁ ଜୀବନ୍ତ ପୋତି ଦେଇଛନ୍ତି। ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି। ଏଆରଓ୍ବାଇ ନ୍ୟୁଜ ରିପୋର୍ଟ ଅନୁଯାୟୀ, ଏହି ଭୟଙ୍କର ତଥା ଜଘନ୍ୟ ଅପରାଧ ପାକିସ୍ତାନର ତରୁଶା ଜିଲାରେ କରାଯାଇଥିଲା। ପୋଲିସ ଅଧିକାରୀ କହିଛନ୍ତି ଯେ ତୈୟବ ନାମକ ଜଣେ ବ୍ୟକ୍ତି ତାଙ୍କର ଏହି ଘୃଣ୍ୟ କାର୍ଯ୍ୟକୁ ସ୍ବୀକାର କରିଛନ୍ତି।

ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ଜଣକ କହିଥିଲେ ଯେ ଜନ୍ମରୁ ତାଙ୍କ ଝିଅ ଅସୁସ୍ଥ ଥିଲା। ଆର୍ଥିକ ପ୍ରତିବନ୍ଧକ ହେତୁ ସେ ତାଙ୍କ ଝିଅକୁ ଚିକିତ୍ସା କରିବାରେ ସକ୍ଷମ ହୋଇନଥିଲେ, ଯେଉଁଥିପାଇଁ ସେ ତାଙ୍କୁ କବର ଦେବାକୁ ନିଷ୍ପତ୍ତି ନେଇଥିଲେ। ଅଭିଯୁକ୍ତ ପିତା ତୈୟବ ନବଜାତ ଝିଅକୁ କବର ଦେବା ପୂର୍ବରୁ ଏକ ଅଖା ଭିତରେ ରଖିଥିବା ସ୍ବୀକାର କରିଛନ୍ତି। ସମ୍ପୃକ୍ତ ବିଭାଗ ଅଧୀନରେ ତୈୟବଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। କୋର୍ଟଙ୍କ ନିର୍ଦ୍ଦେଶରେ ଶିଶୁର କବର ଖୋଳାଯିବ ବୋଲି ଆର୍‌ ନ୍ୟୁଜ ଅଧିକାରୀଙ୍କ ଉଦ୍ଧେଶ୍ୟରେ କହିଛନ୍ତି। ମୃତଦେହ ବାହାର କରିବା ପରେ ଏହାକୁ ପୋଷ୍ଟମର୍ଟମ ହାଉସକୁ ପଠାଯିବ ଏବଂ ଫୋରେନସିକ ଟିମ ଏହାର ତଦନ୍ତ କରିବେ।

The post ୧୫ ଦିନର ଶିଶୁ କନ୍ୟାକୁ ଜୀବନ୍ତ ପୋତିଦେଲେ appeared first on Dharitri Odia News.