୧୫ ଦିନରେ ମୁଖ୍ୟମନ୍ତ୍ରୀ ଆବାସ ଖାଲି କରିବେ ଅରବିନ୍ଦ କେଜରିୱାଲ: ସଞ୍ଜୟ ସିଂହ

ନୂଆଦିଲ୍ଲୀ ୧୮।୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ପଦବୀରୁ ଇସ୍ତଫା ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଛାଡିଦେବେ। ଏପରିକି ଆସନ୍ତା ୧୫ ଦିନ ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ଆବାସ ମଧ୍ୟ ଖାଲି କରିଦେବେ। ଆମ ଆଦମୀ ପାର୍ଟି (ଆପ) ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ବୁଧବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ସେ କହିଛନ୍ତି ସରକାରୀ ପଦପଦବୀରେ ବସିଥିବା ଲୋକେ ସେମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ସହଜରେ ଛାଡନ୍ତିନି। ତେବେ ଅରବିନ୍ଦ କେଜରିୱାଲ ଏ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିବାକୁ ଯାଉଛନ୍ତି । କେଜରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିବା କାଳରେ ଅନେକ ବାର ତାଙ୍କ ସୁରକ୍ଷା ବିପଦରେ ପଡିଛି। ବୃଦ୍ଧ ପିତାମାତା ଓ ସ୍ତ୍ରୀ ପିଲାଙ୍କ ସହ ରହୁଥିବା କେଜରିୱାଲ ସରକାରୀ ବାସଭବନରେ ମଧ୍ୟ ସେ ସୁରକ୍ଷିତ ନଥିଲେ। ବିଜେପି ତାଙ୍କ ଘର ଉପରେ ଆକ୍ରମଣ କରିବାକୁ ପଛେଇ ନଥିଲା। ବାହାରେ ମଧ୍ୟ ବାରମ୍ବାର ତାଙ୍କ ସୁରକ୍ଷା ବିପଦରେ ପଡିଥିଲା। କେବେ କିଏ କାଳି ଫିଙ୍ଗିଥିଲା ତ କିଏ ପାଖକୁ ଆସି ଧମକାଉଥିଲା। ଏଣୁ ଅନ୍ତତଃ ସୁରକ୍ଷା ଦୃଷ୍ଟିରୁ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅବସ୍ଥାନ କରନ୍ତୁ ବୋଲି ତାଙ୍କୁ ପାର୍ଟି ପକ୍ଷରୁ ପରାମର୍ଶ ଦିଆଯାଇଥିଲା ବୋଲି ସିଂହ କହିଛନ୍ତି। अरविंद केजरीवाल अपना मुख्यमंत्री आवास 15 दिन में खाली करेंगेसरकारी आवास

୧୫ ଦିନରେ ମୁଖ୍ୟମନ୍ତ୍ରୀ ଆବାସ ଖାଲି କରିବେ ଅରବିନ୍ଦ କେଜରିୱାଲ: ସଞ୍ଜୟ ସିଂହ

ନୂଆଦିଲ୍ଲୀ ୧୮।୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ପଦବୀରୁ ଇସ୍ତଫା ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଛାଡିଦେବେ। ଏପରିକି ଆସନ୍ତା ୧୫ ଦିନ ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ଆବାସ ମଧ୍ୟ ଖାଲି କରିଦେବେ। ଆମ ଆଦମୀ ପାର୍ଟି (ଆପ) ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ବୁଧବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ସେ କହିଛନ୍ତି ସରକାରୀ ପଦପଦବୀରେ ବସିଥିବା ଲୋକେ ସେମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ସହଜରେ ଛାଡନ୍ତିନି। ତେବେ ଅରବିନ୍ଦ କେଜରିୱାଲ ଏ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିବାକୁ ଯାଉଛନ୍ତି । 

କେଜରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିବା କାଳରେ ଅନେକ ବାର ତାଙ୍କ ସୁରକ୍ଷା ବିପଦରେ ପଡିଛି। ବୃଦ୍ଧ ପିତାମାତା ଓ ସ୍ତ୍ରୀ ପିଲାଙ୍କ ସହ ରହୁଥିବା କେଜରିୱାଲ ସରକାରୀ ବାସଭବନରେ ମଧ୍ୟ ସେ ସୁରକ୍ଷିତ ନଥିଲେ। ବିଜେପି ତାଙ୍କ ଘର ଉପରେ ଆକ୍ରମଣ କରିବାକୁ ପଛେଇ ନଥିଲା। ବାହାରେ ମଧ୍ୟ ବାରମ୍ବାର ତାଙ୍କ ସୁରକ୍ଷା ବିପଦରେ ପଡିଥିଲା। କେବେ କିଏ କାଳି ଫିଙ୍ଗିଥିଲା ତ କିଏ ପାଖକୁ ଆସି ଧମକାଉଥିଲା। ଏଣୁ ଅନ୍ତତଃ ସୁରକ୍ଷା ଦୃଷ୍ଟିରୁ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅବସ୍ଥାନ କରନ୍ତୁ ବୋଲି ତାଙ୍କୁ ପାର୍ଟି ପକ୍ଷରୁ ପରାମର୍ଶ ଦିଆଯାଇଥିଲା ବୋଲି ସିଂହ କହିଛନ୍ତି। 


ହେଲେ ସେ ମୁଖ୍ୟମନ୍ତ୍ରୀଙ୍କୁ ମିଳୁଥିବା କୌଣସି ସୁବିଧା ସୁଯୋଗର ସେ ଏବେ ଅପବ୍ୟବହାର କରିପାରିବେନି ବୋଲି ସଫାସଫା କହିଛନ୍ତି। ସେ କହିଛନ୍ତି ଯେ ଯେଉଁ ଭଗବାନ ଜେଲରେ ତାଙ୍କ ସୁରକ୍ଷା କରୁଥିଲେ ସେ ବାହାରେ ମଧ୍ୟ ତାଙ୍କର ଓ ତାଙ୍କ ପରିବାରର ସୁରକ୍ଷା କରିବେ।  ତିହାର ଜେଲରେ ୬ ମାସ କଟେଇ ଫେରିଛନ୍ତି। ଜେଲରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଗହଣରେ ତାଙ୍କୁ ସମୟ କାଟିବାକୁ ପଡିଥିଲା। ସେଠାରେ ଭଗବାନ ହିଁ ଆମକୁ ରକ୍ଷା କରିଥିଲେ। ଏଣୁ ବାହାରେ ବି ସେ ଆମକୁ ଭଗବାନ ସାହା ହେବେ ବୋଲି କହିଥିବା ସଞ୍ଜୟ ସିଂହ କହିଛନ୍ତି। 


ଉଲ୍ଲେଖଯୋଗ୍ୟ ଯେ ଅରବିନ୍ଦ କେଜରିୱାଲ ଜାମିନରେ ମୁକୁଳିବା ପରେ ମୁଖ୍ୟମନ୍ତ୍ରୀ ପଦବୀ ଛାଡି ଦେବେ ବୋଲି ଘୋଷଣା କରିଥିଲେ। ସେ ତାଙ୍କ ଘୋଷଣା ମୁତାବକ ୨ ଦିନରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି)ଙ୍କୁ ଭେଟି ତାଙ୍କ ଇସ୍ତଫା ପ୍ରଦାନ କରିଛନ୍ତି। ସେହି ଅନୁସାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବାସ ଖାଲି କରିବାକୁ ତାଙ୍କୁ ଅତିବେଶିରେ ୧୫ ଦିନ ସମୟ ଲାଗି ପାରେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆବାସ ଛାଡିବା ପରେ ସେ ଦିଲ୍ଲୀର ସାଧାରଣ ଜନତାଙ୍କ ଗହଣରେ ବସବାସ କରିବେ ବୋଲି କହିଥିବା ସଞ୍ଜୟ ସିଂହ କହିଛନ୍ତି।