ପୁଣି ଇତିହାସ ରଚିଲେ ଜୟସ୍ବାଲ: ରାଜକୋଟ ଟେଷ୍ଟରେ ଧୂଆଁଧାର ଦ୍ୱିଶତକ,ଭାଙ୍ଗିଲେ ସିଦ୍ଧୁ-ମୟଙ୍କଙ୍କ ରେକର୍ଡ…
ରାଜକୋଟ,୧୮।୨ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରାଜକୋଟରେ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଭାରତର ଓପନର୍ ବ୍ୟାଟ୍ସମ୍ୟାନ ଯଶସୱୀ ଜୟସ୍ବାଲ ପୁଣି ଥରେ ଚମତ୍କାର କରିଛନ୍ତି। ଇତିହାସ ରଛିବା ସହିତ ସେ ପୁଣି ଥରେ ଦ୍ୱିଶତକ ହାସଲ କରିଛନ୍ତି। ବିଶାଖାପଟ୍ଟନମ ଟେଷ୍ଟରେ ମଧ୍ୟ ଜୟସ୍ବାଲ ଧୂଆଁଧାର ଦୁଇ ଶତକ କରିଥିଲେ। ବର୍ତ୍ତମାନ ସେ ରାଜକୋଟରେ ମଧ୍ୟ ଏହି ସଫଳତା ହାସଲ କରିଛନ୍ତି। ସେ ରବିବାର ୨୩୧ ବଲରେ ନିଜର ଦ୍ୱିଶତକ ପୂରଣ କରିଛନ୍ତି। ଏହି […] The post ପୁଣି ଇତିହାସ ରଚିଲେ ଜୟସ୍ବାଲ: ରାଜକୋଟ ଟେଷ୍ଟରେ ଧୂଆଁଧାର ଦ୍ୱିଶତକ,ଭାଙ୍ଗିଲେ ସିଦ୍ଧୁ-ମୟଙ୍କଙ୍କ ରେକର୍ଡ… appeared first on Dharitri Odia News.
ରାଜକୋଟ,୧୮।୨ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରାଜକୋଟରେ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଭାରତର ଓପନର୍ ବ୍ୟାଟ୍ସମ୍ୟାନ ଯଶସୱୀ ଜୟସ୍ବାଲ ପୁଣି ଥରେ ଚମତ୍କାର କରିଛନ୍ତି। ଇତିହାସ ରଛିବା ସହିତ ସେ ପୁଣି ଥରେ ଦ୍ୱିଶତକ ହାସଲ କରିଛନ୍ତି। ବିଶାଖାପଟ୍ଟନମ ଟେଷ୍ଟରେ ମଧ୍ୟ ଜୟସ୍ବାଲ ଧୂଆଁଧାର ଦୁଇ ଶତକ କରିଥିଲେ। ବର୍ତ୍ତମାନ ସେ ରାଜକୋଟରେ ମଧ୍ୟ ଏହି ସଫଳତା ହାସଲ କରିଛନ୍ତି।
ସେ ରବିବାର ୨୩୧ ବଲରେ ନିଜର ଦ୍ୱିଶତକ ପୂରଣ କରିଛନ୍ତି। ଏହି ଅବଧି ମଧ୍ୟରେ ସେ ୧୪ ଜୌକା ଏବଂ ୧୦ ଛକା ମାରିଥିଲେ।
ମ୍ୟାଚର ତୃତୀୟ ଦିନରେ ସେ ଏକ ଶତକ ହାସଲ କରିଥିଲେ, କିନ୍ତୁ ପରେ ସେ ଆହତ ହୋଇ ପଡ଼ିଆ ଛାଡିବାକୁ ପଡିଲା। ଗୋଟିଏ ଦିନ ମଧ୍ୟରେ ଫିଟ ହୋଇ ଶୁବମନ ଗିଲ ଆଉଟ ହେବା ମାତ୍ରେ ସେ ଚତୁର୍ଥ ଦିନରେ ବ୍ୟାଟିଂ କରିବାକୁ ପଡ଼ିଆରେ ପହଞ୍ଚିଥିଲେ।
ଏହି ମ୍ୟାଚରେ ସେ ଅନେକ ବଡ଼ ରେକର୍ଡ କରିଛନ୍ତି। ଟେଷ୍ଟ ମ୍ୟାଚରେ ସର୍ବାଧିକ ୟ ଛକା ମାରିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି। ଏହି ମ୍ୟାଚରେ ସେ ଏପର୍ଯ୍ୟନ୍ତ ୧୦ ଟି ଛକା ମାରିଛନ୍ତି। ସେ ନବଜୋତ ସିଂ ସିଦ୍ଧୁ ଏବଂ ମୟଙ୍କ ଅଗ୍ରୱାଲଙ୍କ ରେକର୍ଡ ଭାଙ୍ଗିଛନ୍ତି। ଭାରତ ପାଇଁ ଏକ ଟେଷ୍ଟ ଇନିଂସରେ ଉଭୟ ଖେଳାଳି ସର୍ବାଧିକ ୮ ଛକା ମାରିଥିଲେ।
The post ପୁଣି ଇତିହାସ ରଚିଲେ ଜୟସ୍ବାଲ: ରାଜକୋଟ ଟେଷ୍ଟରେ ଧୂଆଁଧାର ଦ୍ୱିଶତକ,ଭାଙ୍ଗିଲେ ସିଦ୍ଧୁ-ମୟଙ୍କଙ୍କ ରେକର୍ଡ… appeared first on Dharitri Odia News.