ଗର୍ଭବତୀଙ୍କୁ ଆଣିବା ପାଇଁ ଯିବାବେଳେ ଓଲଟିଲା ଆମ୍ବୁଲାନ୍ସ
ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଧାନବେଣୀ କପୁଣ୍ଡି ରାସ୍ତାର କପୁଣ୍ଡି ପଇଦା ବନ୍ଧ ନିକଟରେ ବୁଧବାର ଭାରସାମ୍ୟ ହରାଇ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଛି। ଦୁର୍ଘଟଣା ରେକଟା ବେଡ଼ା ଗ୍ରାମର ଡ୍ରାଇଭର ଦୟାନିଧି ମହାନ୍ତ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ପାଟଣା ପୋଲିସ ଏସ୍ଆଇ ଲକ୍ଷ୍ମଣ ମାଝୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆମ୍ବୁଲାନ୍ସ ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରି ଦୁର୍ଘଟଣା ଘଟାଇଥିବା ପୋଲିସ କହିଛି। ଆମ୍ବୁଲାନ୍ସଟି ଖଡ଼ିକା ପଦା […] The post ଗର୍ଭବତୀଙ୍କୁ ଆଣିବା ପାଇଁ ଯିବାବେଳେ ଓଲଟିଲା ଆମ୍ବୁଲାନ୍ସ appeared first on Dharitri Odia News.
ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଧାନବେଣୀ କପୁଣ୍ଡି ରାସ୍ତାର କପୁଣ୍ଡି ପଇଦା ବନ୍ଧ ନିକଟରେ ବୁଧବାର ଭାରସାମ୍ୟ ହରାଇ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଛି। ଦୁର୍ଘଟଣା ରେକଟା ବେଡ଼ା ଗ୍ରାମର ଡ୍ରାଇଭର ଦୟାନିଧି ମହାନ୍ତ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ପାଟଣା ପୋଲିସ ଏସ୍ଆଇ ଲକ୍ଷ୍ମଣ ମାଝୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆମ୍ବୁଲାନ୍ସ ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରି ଦୁର୍ଘଟଣା ଘଟାଇଥିବା ପୋଲିସ କହିଛି। ଆମ୍ବୁଲାନ୍ସଟି ଖଡ଼ିକା ପଦା ଗାଁରୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗର୍ଭବତୀଙ୍କୁ ଆଣିବା ପାଇଁ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
The post ଗର୍ଭବତୀଙ୍କୁ ଆଣିବା ପାଇଁ ଯିବାବେଳେ ଓଲଟିଲା ଆମ୍ବୁଲାନ୍ସ appeared first on Dharitri Odia News.