୧୫ ବର୍ଷୀୟା ନାବାଳିକାକୁ ୬ ଜଣଙ୍କ ଗଣବଳାତ୍କାର, ଭିଡିଓ ଦେଖାଇ ବ୍ଲାକମେଲ୍
ନୂଆଦିଲ୍ଲୀ,୧।୬: କର୍ଣ୍ଣାଟକର ବେଲାଗାଭିରେ ଜଣେ ନାବାଳିକାଙ୍କୁ ବାରମ୍ବାର ଗଣବଳାତ୍କାର ଶିକାର ହେବାକୁ ପଡ଼ିଛି। ସ୍ଥାନୀୟ ପୋଲିସ କହିବା ଅନୁସାରେ ଡିସେମ୍ବର ମାସରେ ଛଅ ଜଣ ଅପରାଧୀ ତାଙ୍କୁ ଏକ ନିଛାଟିଆ ସ୍ଥାନରେ ଗଣବଳାତ୍କାର କରିଥିଲେ ଏବଂ ଘଟଣାଟିକୁ ସେମାନେ ନିଜ ମୋବାଇଲରେ ରେକର୍ଡ କରିଥିଲେ। ଏହାପରେ ତାଙ୍କୁ ଧମକ ଦିଆଯାଇଥିଲା, ଏବଂ ଜାନୁଆରୀ ମାସରେ ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣ ପୁନର୍ବାର ତାଙ୍କୁ ବଳାତ୍କାର କରିଥିଲେ। ଏହି ଜଘନ୍ୟ ଅପରାଧ ବିଷୟରେ ଜାଣିବା ପରେ, ନାବାଳିକାଙ୍କୁ ପରିବାର […] The post ୧୫ ବର୍ଷୀୟା ନାବାଳିକାକୁ ୬ ଜଣଙ୍କ ଗଣବଳାତ୍କାର, ଭିଡିଓ ଦେଖାଇ ବ୍ଲାକମେଲ୍ appeared first on Dharitri Odia News.
ନୂଆଦିଲ୍ଲୀ,୧।୬: କର୍ଣ୍ଣାଟକର ବେଲାଗାଭିରେ ଜଣେ ନାବାଳିକାଙ୍କୁ ବାରମ୍ବାର ଗଣବଳାତ୍କାର ଶିକାର ହେବାକୁ ପଡ଼ିଛି। ସ୍ଥାନୀୟ ପୋଲିସ କହିବା ଅନୁସାରେ ଡିସେମ୍ବର ମାସରେ ଛଅ ଜଣ ଅପରାଧୀ ତାଙ୍କୁ ଏକ ନିଛାଟିଆ ସ୍ଥାନରେ ଗଣବଳାତ୍କାର କରିଥିଲେ ଏବଂ ଘଟଣାଟିକୁ ସେମାନେ ନିଜ ମୋବାଇଲରେ ରେକର୍ଡ କରିଥିଲେ।
ଏହାପରେ ତାଙ୍କୁ ଧମକ ଦିଆଯାଇଥିଲା, ଏବଂ ଜାନୁଆରୀ ମାସରେ ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣ ପୁନର୍ବାର ତାଙ୍କୁ ବଳାତ୍କାର କରିଥିଲେ। ଏହି ଜଘନ୍ୟ ଅପରାଧ ବିଷୟରେ ଜାଣିବା ପରେ, ନାବାଳିକାଙ୍କୁ ପରିବାର କୃଷି ଉତ୍ପାଦ ବଜାର କମିଟି (ଏପିଏମସି) ଥାନାରେ ଏକ ଏଫଆଇଆର ଦାଖଲ କରିଥିଲେ।
ପୋଲିସ କମିଶନର ବୋରାସେ ଭୂଷଣ ଗୁଲାବରାଓ କହିଛନ୍ତି ଯେ, ଏହି ମାମଲାର ସମ୍ବେଦନଶୀଳ ତଥ୍ୟ ଏବେ ପ୍ରକାଶ କରାଯାଇ ପାରିବ ନାହିଁ। ସେ ଆହୁରି କହିଛନ୍ତି ଯେ, ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ହେପାଜତକୁ ନିଆଯାଇଛି, କିନ୍ତୁ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। “ସେ ନାବାଳିକା, ତେଣୁ ଏକ ପୋକ୍ସୋ ମାମଲା ରୁଜୁ ହୋଇଛି। ମାମଲାର ପରିଚୟ ଏବଂ ଗଭୀର ତଥ୍ୟ ପ୍ରକାଶ କରାଯାଇ ପାରିବ ନାହିଁ,” ଗୁଲାବରାଓ କହିଛନ୍ତି।
“ଡିସେମ୍ବରରେ କେହି ଜଣେ ତାଙ୍କ ସହ ବନ୍ଧୁତ୍ୱ କରିଥିଲେ ଏବଂ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇଥିଲେ। ସେଠାକୁ ତାଙ୍କର କିଛି ବନ୍ଧୁଙ୍କୁ ଡାକିଥି ଡିସେମ୍ବରରେ ଅପରାଧୀମାନେ ତାଙ୍କୁ ବଳାତ୍କାର କରିଥିଲେ। ଅଭିଯୁକ୍ତମାନେ ଏହି ଘଟଣାକୁ ନିଜ ମୋବାଇଲରେ ଭିଡିଓ ରେକର୍ଡ କରି ଜାନୁଆରୀ ମାସରେ ତାଙ୍କୁ ଭିଡିଓ ଲିକ୍ କରିବାର ଧମକ ଦେଇ ତିନି ଜଣ ପୁନର୍ବାର ତାଙ୍କୁ ବଳାତ୍କାର କରିଥିଲେ,” ସେ ଆହୁରି କହିଛନ୍ତି।
ପୋଲିସ ଦ୍ୱାରା ରୁଜୁ ହୋଇଥିବା ମାମଲାରେ ସମସ୍ତ ଅଭିଯୁକ୍ତଙ୍କ ବୟସ ୧୮ ବର୍ଷରୁ ଅଧିକ। “ତାଙ୍କୁ କୌଣସି ଆଘାତ ଲାଗି ନାହିଁ। ଉଭୟ ଘଟଣାରେ ୬ ଜଣ ଅପରାଧୀ ସାମିଲ ଥିଲେ। ଆମେ ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୫ ଜଣଙ୍କୁ ଗିରଫ କରିଛୁ, ଏବଂ ଜଣେ ଫେରାର ଅଛନ୍ତି,” ଗୁଲାବରାଓ କହିଛନ୍ତି।
“ଆମର ଫରେନସିକ ଟିମ୍ କାମ କରୁଛି, ସମସ୍ତ ନମୁନା ଏବଂ ପ୍ରମାଣ ସଂଗ୍ରହ କରୁଛି। ଆମେ ନିଶ୍ଚିତ କରିବୁ ଯେ ଏହି ଅପରାଧୀମାନେ ଏହି ଜଘନ୍ୟ ଅପରାଧ ପାଇଁ ଉପଯୁକ୍ତ ଦଣ୍ଡ ପାଇବେ।”
The post ୧୫ ବର୍ଷୀୟା ନାବାଳିକାକୁ ୬ ଜଣଙ୍କ ଗଣବଳାତ୍କାର, ଭିଡିଓ ଦେଖାଇ ବ୍ଲାକମେଲ୍ appeared first on Dharitri Odia News.