୧୫ ମାସର ଶିଶୁକନ୍ୟାଙ୍କୁ ବଳାତ୍କାର
ଯୋଡ଼ା,୨୮ା୧୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ଅଂଶେଇକଳା ପଞ୍ଚାୟତ ଅଧୀନ ଏକ ଗ୍ରାମରେ ଜଣେ ୧୫ ମାସର ଶିଶୁ କନ୍ୟାକୁ ବଳାତ୍କାର କରାଯାଇଛି। ଶିଶୁ କନ୍ୟାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ଚମ୍ପୁଆ ଓ ପରେ କେନ୍ଦୁଝର ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ପୀଡ଼ିତାଙ୍କ ଦାଦାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ସା ୭ଟା ସମୟରେ ଶିଶୁକନ୍ୟା ଘର ଆଗରେ ଖେଳୁଥିଲା। ଗ୍ରାମର ଜଣେ ବ୍ୟକ୍ତି […] The post ୧୫ ମାସର ଶିଶୁକନ୍ୟାଙ୍କୁ ବଳାତ୍କାର appeared first on Dharitri Odia News.
ଯୋଡ଼ା,୨୮ା୧୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ଅଂଶେଇକଳା ପଞ୍ଚାୟତ ଅଧୀନ ଏକ ଗ୍ରାମରେ ଜଣେ ୧୫ ମାସର ଶିଶୁ କନ୍ୟାକୁ ବଳାତ୍କାର କରାଯାଇଛି। ଶିଶୁ କନ୍ୟାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ଚମ୍ପୁଆ ଓ ପରେ କେନ୍ଦୁଝର ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ପୀଡ଼ିତାଙ୍କ ଦାଦାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ସା ୭ଟା ସମୟରେ ଶିଶୁକନ୍ୟା ଘର ଆଗରେ ଖେଳୁଥିଲା। ଗ୍ରାମର ଜଣେ ବ୍ୟକ୍ତି ଖେଳାଇବା ଆଳରେ ଶିଶୁ କନ୍ୟାକୁ ନିଛାଟିଆ ସ୍ଥାନକୁ ନେଇ ବଳାତ୍କାର କରିଥିଲେ। ଶିଶୁଟି କାନ୍ଦିବାରୁ ଅଭିଯୁକ୍ତ ଛାଡ଼ି ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ପହଞ୍ଚତ୍ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ବୁଧବାର କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରାଯାଇଥିବା ଯୋଡ଼ା ଆଇଆଇସି ଲୋକେଶ ସାହୁ ସୂଚନା ଦେଇଛନ୍ତି।
The post ୧୫ ମାସର ଶିଶୁକନ୍ୟାଙ୍କୁ ବଳାତ୍କାର appeared first on Dharitri Odia News.